www.samajalive.in
Sunday, December 7, 2025
15.1 C
Bhubaneswar

ବଙ୍ଗଳା ‘ମମତା’ ଆଶା କରୁଥିଲା, କିନ୍ତୁ ତାକୁ ‘ନିର୍ମମତା’ ମିଳିଲା: ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପଶ୍ଚିମବଙ୍ଗର ହଳଦିଆଠାରେ ଭାରତୀୟ ତୈଳ ନିଗମ ଦ୍ବାରା ନିର୍ମିତ ଏଲପିଜି ଯୋଗାଣ ଟର୍ମିନାଲ ଏବଂ ଦୁର୍ଗାପୁର ପ୍ରାକୃତିକ ଗ୍ୟାସ୍‌ ପାଇପ୍‌ ସେକ୍ସନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ପରେ ସେଠାରେ ଏକ ଜନସଭାରେ ଯୋଗଦେଇ ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ବଙ୍ଗଳାକୁ ‘ମମତା’ର ଆଶା ଥିଲା, କିନ୍ତୁ ତାକୁ ‘ନିର୍ମମତା’ ମିଳିଲା।

ସଭାରେ ଉଦବୋଧନ ଦେବା ଆରମ୍ଭରେ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡରେ ଘଟିଥିବା ବିପର୍ଯ୍ୟୟକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ମୋଦୀ କହିଥିଲେ ଗ୍ଲାସିୟର ଫାଟିବା କାରଣରୁ ଗଙ୍ଗାନଦୀରେ ବନ୍ୟା ଆସିଲା ଏବଂ ବହୁ ଧନଜୀବନ ନଷ୍ଟ ହୋଇଗଲା। ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାଓତ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ସମ୍ପର୍କ କରିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା କହିଥିଲେ।

- Advertisement -

ଏହା ପରେ ମୋଦୀ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି  କହିଥିଲେ, ମମତାଙ୍କୁ ‘ଭାରତ ମାତା କୀ ଜୟ’ ଶୁଣିବା ପସନ୍ଦ ନୁହେଁ। ସେ ଏହି ନାରା ଶୁଣିବା କ୍ଷଣି ଅସନ୍ତୁଷ୍ଟ ହୋଇଯାଆନ୍ତି। ବଙ୍ଗଳାରେ ଆପଣମାନେ ଦିଦିଙ୍କୁ ଆପଣଙ୍କ ଅଧିକାର କଥା ପଚାରିଲେ ସେ ରାଗି ଯାଆନ୍ତି। କିନ୍ତୁ ଦେଶ ବିରୋଧରେ କହୁଥିବା ଲୋକ ଯେତେ​କଟୁ କଥା କହିଲେ ବି ଦିଦି ରାଗନ୍ତି ନାହିଁ।

ମୋଦୀ ଆହୁରି କହିଥିଲେ, ହିଂସା ଏବଂ ଗଣତନ୍ତ୍ର ଉପରେ ଆକ୍ରମଣ, ଅପରାଧ ଏବଂ ଅପରାଧୀମାନଙ୍କ ପୁନର୍ଜୀବନ ଯୋଗୁ ପଶ୍ଚିମବଙ୍ଗରେ ଗରୀବି ବୃଦ୍ଧି ପାଇଛି। ପଶ୍ଚିମବଙ୍ଗ ପୂର୍ବ ତୁଳନାରେ ଯେତିକି ଆଗୁଆ ଥିଲା, ଯଦି ବିଗତ ଦଶନ୍ଧିରେ ସେହି ଗତି ଆହୁରି ବୃଦ୍ଧି ପାଇଥାନ୍ତା, ​ ତେବେ ଆଜି ରାଜ୍ୟ କେଉଁଠୁ କେଉଁଠି ପହଞ୍ଚି ଯାଇଥାନ୍ତା।

ଆଜି ଏଠାରେ ଯେତେ ବି ଉଦ୍ୟୋଗ ଅଛି, ଯେତେ ବି ବାଣିଜ୍ୟ ହେଉଛି, ଯେତିକି ଭିତ୍ତିଭୂମି ରହିଛି ସେସବୁ ପରିବର୍ତ୍ତନ ଚାହୁଁଛନ୍ତି, ଆଧୁନିକତା ଲୋଡୁଛନ୍ତି। କିନ୍ତୁ ଆପଣମାନେ ଚିନ୍ତା କରନ୍ତୁ, ଏଠାକାର ସରକାର ଗତ ୧୦ ବର୍ଷରେ କେତୋଟି ଫ୍ୟାକ୍ଟ୍ରି ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି ? ମୋଦୀ କହିଥିଲେ, ସେହି ବଡ଼ ଷ୍ଟିଲ ପ୍ଲାଣ୍ଟର କ’ଣ ଅବସ୍ଥା ହେଲା, ଯାହା ଏଠାକାର ଅରାଜକ ବ୍ୟବସ୍ଥାଗୁଡ଼ିକ ଯୋଗୁ ଆରମ୍ଭ ହୋଇପାରିଲା ନାହିଁ ?

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories