www.samajalive.in
Sunday, December 14, 2025
16.1 C
Bhubaneswar

କୋହଲି କିମ୍ବଦନ୍ତୀ ପାଲଟି ଗଲେଣି: ଧୋନି

ମୁମ୍ବଇ : ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସାରେ ଶତମୁଖ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ବର୍ମିଂହାମ୍‍ ଟେଷ୍ଟରେ କୋହଲି ଶତକ ଏବଂ ଅର୍ଦ୍ଧଶତକ ହାସଲ କରିବା ପରେ ତାଙ୍କୁ ବେଶ୍‍ ପ୍ରଶଂସା କରିଛନ୍ତି ଧୋନି। ସେ କହିଛନ୍ତି, ବିରାଟ ଏବେ ଦେଶର ସର୍ବଶ୍ରେଷ୍ଠ ବ୍ୟାଟ୍‍ସମ୍ୟାନ। ସେ ଏପରି ସ୍ଥିତିରେ ପହଞ୍ଚି ଯାଇଛନ୍ତି; ଯାହାଙ୍କୁ କିମ୍ବଦନ୍ତୀ କୁହା ଯାଇପାରିବ। କୋହଲି ଯେପରି ବ୍ୟାଟିଂକଲେ; ତାଙ୍କ ପାଇଁ ମୁଁ ବହୁତ ଖୁସି। ଗତ କିଛିବର୍ଷ ହେଲା କୋହଲି ଚମତ୍କାର ବ୍ୟାଟିଂ କରୁଛନ୍ତି। ସେ ଭାରତୀୟ ଦଳକୁ ବହୁତ ଆଗକୁ ନେଇ ପାରିଛନ୍ତି। ଜଣେ ଅଧିନାୟକଙ୍କଠାରୁ ତୁମେ ଏହା ହିଁ ଆଶା କରିଥାଅ।
ବର୍ମିଂହାମ୍‍ ଟେଷ୍ଟରେ ଭାରତର ପରାଜୟ ନେଇ ପ୍ରଶ୍ନହେବାରୁ ଧୋନି କହିଛନ୍ତି, ଏକ ଟେଷ୍ଟମ୍ୟାଚ୍‍ ଜିତିବା ପାଇଁ ତୁମକୁ ୨୦ଟି ୱିକେଟ ନେବାକୁ ପଡ଼ିବ। ଏହା ମୋର ଜବାବ। ୫ ଦିନରେ ତୁମେ କେତେ ଭଲ ବ୍ୟାଟିଂ କରୁଛ ବା ବୋଲିଂ କରୁଛ; ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ତୁମେ ଯଦି ୨୦ଟି ୱିକେଟ ନେଇପାରୁଛ; ଟେଷ୍ଟମ୍ୟାଚ୍‍ ଜିତିପାରିବ। ତେବେ ଇଂଲଣ୍ଡ ଗସ୍ତରୁ ଫେରିବା ପରେ ଧୋନିଙ୍କୁ ଯେଉଁ ପ୍ରଶ୍ନ ବାରମ୍ବାର ପଚରା ଯାଉଛି; ମଙ୍ଗଳବାର ପୁଣି ସେହି ପ୍ରଶ୍ନ ଧୋନିଙ୍କୁ ପଚରା ଯାଇଥିଲା। ବିଶେଷକରି ଇଂଲଣ୍ଡ ବିପକ୍ଷ ୩ୟ ଦିନିକିଆ ମ୍ୟାଚ୍‍ ପରେ ଧୋନି କାହିଁକି ମ୍ୟାଚ୍‍ର ବଲ୍‍କୁ ଅମ୍ପାୟାରଙ୍କଠାରୁ ମାଗି ରଖିଥିଲେ; ତାହା ତାଙ୍କୁ ପୁଣି ପଚରା ଯାଇଥିଲା। ଧୋନି ସ୍ପଷ୍ଟ ଭାବେ କହିଥିଲେ, କ’ଣ ଘଟୁଛି; ତାହା ଜାଣିବା ପାଇଁ ମୁଁ ଏପରି କରିଥିଲି। ଇଂଲଣ୍ଡର ପେସ୍‍ ବୋଲର ଯଥେଷ୍ଟ ରିଭର୍ସ ସ୍ୱିଙ୍ଗ୍‍ ପାଇଥିବା ବେଳେ ଆମ ପେସ୍‍ ବୋଲର ଏପରି କରିବାକୁ ବିଫଳ ହୋଇଥିଲେ। କାହିଁକି ଏପରି ଘଟୁଛି; ତାହା ଜାଣିବା ପାଇଁ ବଲ୍‍କୁ ଭଲଭାବେ ଦେଖିବା ପାଇଁ ଅମ୍ପାୟାରଙ୍କଠାରୁ ବଲ୍‍ ମାଗିଥିଲି। ଫଳରେ ଏହି ବଲ୍‍କୁ ମୁଁ ବୋଲିଂ କୋଚ୍‍ ଅରୁଣଙ୍କୁ ଦେଇପାରିବି। ଆମେ ନିଶ୍ଚିତ କରିବାକୁ ଚାହିଁଥିଲୁ ଯେ ୪୦ ଓଭର ବେଳକୁ ବଲ୍‍ରେ ଯଥେଷ୍ଟ ଖଣ୍ଡିଆ ଖାବରା ହୋଇଥିବ ଏବଂ ଆମ ବୋଲର ବଲ୍‍କୁ ରିଭର୍ସ ସ୍ୱିଙ୍ଗ୍‍ କରିପାରିବେ। ପୁଣି ଶେଷଆଡ଼କୁ ସେମାନେ ୟର୍କର ପକାଇପାରିବେ। ଏପରି କହି ଧୋନି ଆନ୍ତର୍ଜାତିକ କ୍ରିକେଟ୍‍ରୁ ତାଙ୍କ ଅବସର ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ପୁଣି ବିଦ୍ୟାଳୟରେ କ୍ରୀଡ଼ାକୁ ପ୍ରାଧାନ୍ୟ ଦେବା ପାଇଁ ପାଠ୍ୟକ୍ରମ ୫୦ ପ୍ରତିଶତ କମାଇବା ପାଇଁ ସୋମବାର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଯେଉଁ ପ୍ରସ୍ତାବ ଦେଇଛନ୍ତି; ତାହାକୁ ଧୋନି ସମର୍ଥନ ଜଣାଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories