www.samajalive.in
Monday, December 15, 2025
16.1 C
Bhubaneswar

ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା, ୪୨୮ ପରୀକ୍ଷାର୍ଥୀ

ବାଙ୍କୀ : ବାଙ୍କୀ ଉପଖଣ୍ଡ ଆନ୍ତର୍ଗତ ଡମପଡା ବ୍ଲକ ଅଧିନ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ବାଙ୍କୀ ବ୍ଲକର ରଘୁନାଥ ଦେବତା ନୋଡାଲ ବିଦ୍ୟାପୀଠ ଓ ସଚଳାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଯଥାକ୍ରମେ ୪ଗୋଟି କେନ୍ଦ୍ରରେ ଚଳିତ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପରୀକ୍ଷା କେନ୍ଦ୍ରର ସୂଚନା କ୍ରମରେ ମୋଟ ୪୨୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଡମପଡା ବ୍ଲକର ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ କେନ୍ଦ୍ରରେ ଷ୍ଟେଜ୍-୧ରେ ୧୧୩ଜଣ, ଷ୍ଟେଜ-୨ରେ ୨୧ଜଣ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ଷ୍ଟେଜ-୧ରେ ୫୭ଜଣ ଓ ଷ୍ଟେଜ-୨ରେ ୭୩ଜଣ କରି ମୋଟ ୨୬୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲା ବେଳେ ବାଙ୍କୀ ବ୍ଲକର ରଘୁନାଥ ଦେବତା ନୋଡାଲ ବିଦ୍ୟାପୀଠରେ ଷ୍ଟେଜ-୧ରେ ୮୨ଜଣ,ଷ୍ଟେଜ-୨ରେ ୨୫ଜଣ ଏବଂ ସଚଳାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ଷ୍ଟେଜ-୧ରେ ୧୦ଜଣ ଓ ଷ୍ଟେଜ-୨ରେ ୪୭ଜଣ କରି ମୋଟ ୧୬୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଡମପଡା ବ୍ଲକ ଶିକ୍ଷାଧିକାରୀ ପ୍ରିୟମ୍ବଦା ନନ୍ଦ ଡମପଡା ବ୍ଲକ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରୀକ୍ଷା ପରିଚାଳନାକୁ ଅନୁଧ୍ୟାନ କରିଛନ୍ତି। ପରୀକ୍ଷା ତତ୍ୱାବଧାରକ ଭାବରେ ଦେବାଶିଷ ହାଜରା,ଶର୍ମିଳା ସାହୁ,ପ୍ରକାଶ ଚନ୍ଦ୍ର,ମହାଳ ଏବଂ ସବିତା ମହାନ୍ତି ନିଜ ବିଦ୍ୟାଳୟ ପରିସରରେ ଚାଲିଥିବା ପରୀକ୍ଷା କେନ୍ଦ୍ରର ତତ୍ୱାବଧାରକ ଥିଲା ବେଳେ ଡେପୁଟି ସୁପରିଟେଣ୍ଡ ଭାବରେ କାହ୍ନୁଚରଣ ସାହୁ,ଜୟନ୍ତୀ ଗୋଚ୍ଛୀ,ଶାନ୍ତିନାରାୟଣ ଦେବତା ଓ ବିଦ୍ୟୁତପ୍ରଭା ପଣ୍ଡା ପ୍ରମୁଖ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories