www.samajalive.in
Sunday, December 7, 2025
23.1 C
Bhubaneswar

କମିଶନରେଟ ପୁଲିସର ସଡକ ସୁରକ୍ଷା ସଚେତନତା

ଚୌଦ୍ୱାର : ସଡକ ସୁରକ୍ଷା ମାସ ଅବସରରେ କଟକ କମିଶନରେଟ ଚୌଦ୍ୱାର ଥାନା ପକ୍ଷରୁ ଗୁରୁବାର ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି ଓ ଜୋନ-୧ ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ତତ୍ୱାବଧାନରେ ଏକ ବାଇକ ରାଲି ଅନୁଷ୍ଠିତ ହୋଇଥିଲା। ଚୌଦ୍ୱାର ଗାନ୍ଧିଛକ ଠାରୁ ରାଲି ବହାରି ସହର ପରିକ୍ରମା କରିବା ସହିତ ଗାଡି ଚାଳନା ସମ୍ବନ୍ଧୀୟ ନିୟମାବଳୀ ସୁଚନାପତ୍ର ପ୍ରଦାନ କରାଯାଇଥିଲା। ଏଥି ସହିତ ବିଭିନ୍ନ ଛକ ଜାଗା ମାନଙ୍କରେ ସରକାରଙ୍କ ଦ୍ୱାରା ପ୍ରଚଳିତ ନୁତନ ନୀତି ନିୟମ ଗୁଡିକୁ ଲୋକମାନଙ୍କୁ ଅବଗତ କରିବା,ହେଲମେଟ ପିନ୍ଧି ଗାଡି ଚାଳନା କରୁଥିବା ଗାଡି ଚାଳକଙ୍କୁ ଗୋଲାପ ଫୁଲ ପ୍ରଦାନ କରିବା ଓ ଅମାନିଆଙ୍କୁ ସଚେତନ କରାଯାଇଥିଲା। ଏଥିରେ ଚୌଦ୍ୱାର ଥାନାର ସମସ୍ତ କର୍ମଚାରୀ ଓ ବିଭିନ୍ନ ସ୍ୱେଚ୍ଛାସେବି ସଂଗଠନ,କ୍ୟାଚ ଚାରିଟେବଲ ଟ୍ରଷ୍ଟର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories