www.samajalive.in
Monday, December 15, 2025
26.1 C
Bhubaneswar

‘ମୋ ସ୍ୱାମୀ ମାଓବାଦୀ ନ ଥିଲେ’ – ଭିନ୍ନମୋଡ଼ ନେଲା ମାଡ଼କାପଦର ଏନକାଉଣ୍ଟର

ମାଲକାନଗିରି: ମାଲକାନଗିରି ଜିଲା ଅନ୍ତର୍ଗତ ମାଡ଼କାପଦର ଏନକାଉଣ୍ଟର ଘଟଣା ଭିନ୍ନମୋଡ଼ ନେଇଛି। ମୋ ସ୍ୱାମୀ ମାଓବାଦୀ ନ ଥିଲେ, ଜଣେ ସାଧାରଣ ଚାଷୀ ଥିଲେ ବୋଲି ମୃତକଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି। ଗତ ୩୧ ତାରିଖରେ ମାଡ଼କାପଦର ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଜଣେ ଦୁର୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ପୁଲିସ କହିଥିଲା। ଘଟଣାସ୍ଥଳରୁ ବିପୁଳ ପରିମାଣରେ ବିସ୍ଫୋରକ ଓ ଗୁଳି ଜବତ ହୋଇଥିଲା। ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଏନେଇ ସୂଚନା ଦେଇଥିଲୋ। କୁମ୍ବିଂ ଅପରେସନ ସମୟରେ ପୁଲିସ ଉପରକୁ ମାଓବାଦୀ ପ୍ରଥମେ ଗୁଳିଚାଳନା କରିଥିଲେ। ପୁଲିସର ପାଲଟା ଆକ୍ରମଣରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।

ମୃତକଙ୍କ ପରିବାର ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଗତ ୧ ତାରିଖରେ ମାଲକାନଗିରି ପୁଲିସ ମୃତଦେହକୁ ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଥିଲା। ବାସ୍ତବକ୍ଷେତ୍ରରେ ଏକ ମାଓ ସଙ୍ଗଠନ ପକ୍ଷରୁ ପ୍ରଥମ ଥର କରି ବୈପାରିଗୁଡା ବ୍ଲକର ମାଝିଗୁଡା ପଞ୍ଚାୟତ ଘଡାବେଡା ଗ୍ରାମରେ ଏକ ବୈଠକ ହୋଇଥିଲା। ରାତିଭୋଜନ ପରେ ଗ୍ରାମବାସୀଙ୍କୁ ବୈଠକକୁ ଡକାଯାଇଥିଲା। ବୈଠକ ଚାଲୁଥିବା ସମୟରେ ପୁଲିସ ଚାରିଆଡୁ ଘେରି ଗୁଳିଚାଳନା କରିଥିଲା। ଘଟଣାସ୍ଥଳରେ ଦିନା ମାଣ୍ଡି ପୁଲିସ ଗୁଳିରେ ପ୍ରାଣ ହରାଇଛନ୍ତି ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ତାଙ୍କର ତିନି ଝିଅ ଓ ପୁଅଙ୍କୁ ନେଇ ଗୋଡାବେଡାରେ ରହୁଥିଲେ। ନିଜ ଜମିରେ ଚାଷବାସ କରି ଜୀବନ ବିତାଉଥିଲେ। ରୋଜଗାରିଆ ସ୍ୱାମୀଙ୍କୁ ହରାଇ ଚାରିଛୁଆଙ୍କୁ ନେଇ କିପରି ବଞ୍ଚିବି ବୋଲି କୋହଭରା କଣ୍ଠରେ ନ୍ୟାୟ ମାଗିଛନ୍ତି ମୃତକଙ୍କ ପତ୍ନୀ ସୁନାମଣୀ ମାଣ୍ଡି। ମାଝିଗୁଡା ସରପଞ୍ଚ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଦିନା କୌଣସି ମାଓ ସଙ୍ଗଠନରେ ନ ଥିଲେ।

- Advertisement -

ଉଭୟ ମାଓବାଦୀ ଓ ପୁଲିସର ଛକାପଞ୍ଝାରେ ଅଞ୍ଚଳର ନିରୀହ ଆଦିବାସୀ ଟଳି ପଡୁଛନ୍ତି। ଗତ ଏକବର୍ଷ ମଧ୍ୟରେ ମାଲକାନଗିରି ପୁଲିସକୁ ସଫଳତା ମିଳିଛି। ପାଞ୍ଚ ମାଓବାଦୀଙ୍କୁ ପୁଲିସ ଏନକାଉଣ୍ଟର କରିଥିବା କୁହାଯାଉଛି। ବହୁ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାୟ ୪ ବାଟାଲିୟନ ବିଏସଏଫକୁ ମୁତୟନ କରାଯାଇଛି। ସ୍ୱାଭିମାନ ଅଞ୍ଚଳରେ ମାଓଦମନ ପ୍ରକ୍ରିୟା ଜୋରଦାର କରାଯାଉଛି। ଖୋଦ୍‍ ଡିଜି ଗସ୍ତ କରି ମାଓ ଦମନର ସମୀକ୍ଷା କରୁଛନ୍ତି। ପୁଲିସ ପ୍ରତି ଲୋକଙ୍କ ବିଶ୍ୱାସ ବଢିଥିବା ବେଳେ ବର୍ତ୍ତମାନ ଏନକାଉଣ୍ଟରକୁ ବିରୋଧ, ଅଭିଯୋଗ ଘଟଣା ଆଗାମୀଦିନରେ କେଉଁ ମୋଡ଼ ନେବ ଦେଖିବାକୁ ବାକି ରହିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories