www.samajalive.in
Thursday, December 11, 2025
26.1 C
Bhubaneswar

ପୁଣି ପ୍ରକାଶ ପାଇବ ‘ଛବିଳ ମଧୁ ବର୍ଣ୍ଣବୋଧ’, ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଦାୟିତ୍ବ

ଭୁବନେଶ୍ବର: ଦୂର ହୋଇଛି ବିବାଦ। ‘ଛବିଳ ମଧୁ ବର୍ଣ୍ଣବୋଧ’ ପୁଣି ପ୍ରକାଶ ପାଇବ। ପ୍ରାଥମିକ ବିଦ୍ୟାଳୟ ସହ ବିଚ୍ଛିନ୍ନାଞ୍ଚଳରେ ଏହାକୁ ବଣ୍ଟନ କରାଯିବ। ଏହି ଦାୟିତ୍ବ ପୁଣିଥରେ ସଂସ୍କୃତି ବିଭାଗ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଦେଇଛି। ଭକ୍ତକବି ମଧୁସୂଦନ ରାଓଙ୍କ ଏହି ଅନନ୍ୟ ସୃଷ୍ଟିର ମୂଳ ପ୍ରକାଶନକୁ ବାଦ୍‌ ଦେଇ ନୂଆ କରି ଛାପା ଯାଇଥିବାରୁ କିଛି ବୁଦ୍ଧିଜୀବୀ ଏହା ଉପରେ ଆପତ୍ତି ଉଠାଇବା ସହ ମାମଲା ଅଦାଲତରେ ପହଞ୍ଚିଥିଲା ୨୦୧୪ରୁ ଏନେଇ ବିବାଦ ଦେଖା ଦେଇଥିବାବେଳେ ୨୦୧୮ରେ ସମାଧାନର ପନ୍ଥା ବାହାରିଥିଲା। କାର୍ୟ୍ୟ ଏବେ ତ୍ବରାନ୍ବିତ ହୋଇଥିବାବେଳେ ଖୁବ୍‌ଶୀଘ୍ର ପ୍ରକାଶ ପାଇବା ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାର ମୁଦ୍ରଣ ଦାୟିତ୍ବ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଦିଆଯିବ ବୋଲି ସେ କହିଛନ୍ତି।

ଓଡ଼ିଆ ଭାଷାକୁ ବ୍ୟାପକ କରିବା ପାଇଁ ବିଚ୍ଛିନ୍ନାଞ୍ଚଳ ଓ ପ୍ରାଥମିକ ବିଦ୍ୟାଳୟରେ ‘ଛବିଳ ମଧୁ ବର୍ଣ୍ଣବୋଧ’ ବାଣ୍ଟିବା ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ୨୦୧୩-୧୪ରେ ନିର୍ଦେଶ ଦିଆଯାଇଥିଲା। ଏନେଇ ପାଖାପାଖି ୧୫ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଲକ୍ଷେ ୫ହଜାର ବହି ଛାପି ବାଣ୍ଟିବା ନେଇ ଯୋଜନା ହୋଇଥିଲା। ମାତ୍ର ତତ୍କାଳୀନ ଭାଷା ପ୍ରତିଷ୍ଠାନର ନିର୍ଦେଶକ ‘ଛବିଳ ମଧୁ ବର୍ଣ୍ଣବୋଧ’ ଛାପିବା ପରିବର୍ତ୍ତେ ଏଥିରୁ ଯୁକ୍ତାକ୍ଷର, ଅନୁସାର, ରେଫ୍‌ ଆଦିକୁ ଆବଶ୍ୟକତା ନାହିଁ ବୋଲି କାଟି ଦେଇ ବହି ଛପାଇଥିଲେ। ଛାପା ଯିବା ପରେ ବିଭିନ୍ନ ମହଲରେ ବିଦ୍ରୋହର ସ୍ବର ସାରା ରାଜ୍ୟରେ ଦେଖିବାକୁ ମିଳିଥିଲା। ଏମିତିକି ତିନି ଜଣ ବୁଦ୍ଧିଜୀବୀ ଏନେଇ ମାମଲା କରିଥିଲେ। ଫଳରେ କୋର୍ଟ ତାଙ୍କ ରାୟରେ ପ୍ରକାଶନ ଓ ବଣ୍ଟନ ଉପରେ ଅଙ୍କୁଶ ଲଗାଇଥିଲେ। ସମୟକ୍ରମେ କେତେଜଣ ମାମଲା ଉଠାଇ ନେଇଥିଲେ। ଯାଜପୁରର ଜେୟ‌ଣ ବୁଦ୍ଧିଜୀବୀ ମାମଲା ଉଠାଇବା ପରେ ୨୦୧୮ରେ କୋର୍ଟ ମୁଖ୍ୟଶାସନ ସଚିବ ଏଦିଗରେ ଆଲୋଚନା କରି ନିଷ୍ପତ୍ତି ନେଇପାରିବେ ବୋଲି କହିଥିଲେ। ଶେଷରେ ସଂସ୍କୃତି ବିଭାଗ ଅଧିକାରୀଙ୍କ ସହିତ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଆଲୋଚନା କରି ମୁଦ୍ରଣ ପାଇଁ ନିଷତ୍ତି ନେଇଥିଲେ। ଏହାପରେ ନିଷ୍ପତ୍ତିରେ ବାହାରିଥିବା ନିଷ୍କର୍ଷକୁ କୋର୍ଟ ଶୁଣିବା ପରେ ସବୁଜ ସଙ୍କେତ ଦେଇଥିଲେ। ଭକ୍ତକବିଙ୍କ ବର୍ଣ୍ଣବୋଧରେ କୌଣସି ପରିବର୍ତ୍ତନ କରାନଯାଇ ଅବିକଳ ଛାପା ଯିବ। ବର୍ତ୍ତମାନ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ଏହି ଦାୟିତ୍ବ ପୁଣି ଭାଷା ପ୍ରତିଷ୍ଠାନକୁ ଦିଆଯାଇଛି। ତେବେ ଆବଶ୍ୟକସ୍ଥଳେ ଦାୟିତ୍ବ ଅନ୍ୟ କାହାରିକୁ ହସ୍ତାନ୍ତର କରାଯାଇପାରେ ବୋଲି ସୂଚନା ମିଳିଛି।

Hot this week

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

Related Articles

Popular Categories