www.samajalive.in
Sunday, December 7, 2025
23.1 C
Bhubaneswar

କୃଷକ ସୂଚନାକେନ୍ଦ୍ର ଉଦ୍‍ଘାଟନ ପୂର୍ବରୁ ଚାଷୀଙ୍କର ଧାରଣା ଓ ହୋହଲ୍ଲା 

ନବରଙ୍ଗପୁର : ଜିଲାରେ ମଣ୍ଡିରେ ଧାନ କିଣାଯାଉ ନ ଥିବାବେଳେ ହଜାରହଜାର କ୍ବୁଣ୍ଟାଲ ଧାନ ପଡି ରହିଛି। ଶୀତକାକରରେ ଚାଷୀ ମାନେ ବସ୍ତବସ୍ତାଧାନ ଆଣି ମଣ୍ଡିର ରଖିଥିଲେ ମଧ୍ୟ ମଣ୍ଡିରୁ ଧାନ ଉଠୁନାହିଁ। ଏପଟେ ନୀୟନ୍ତ୍ରିତ ବଜାର କମିଟି ପକ୍ଷରୁ କୃଷକ ସୂଚନାକେନ୍ଦ୍ର କୁ ରାଜ୍ୟଯୋଜନା ବୋର୍ଡ  ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମା ମଙ୍ଗଳବାର ସନ୍ଧ୍ୟାରେ ଉଦ୍‍ଘାଟନ କରିବାକୁ ଥିବାବେଳେ ଜିଲାର ଚାଷୀମାନେ ଏକତ୍ରିତ ହୋଇ ସୂଚନାକେନ୍ଦ୍ର ସମ୍ମୁଖରେ ଏକତ୍ରିତ ହୋଇ ଧାରଣାରେ ବସିଥିଲେ। ରାଜ୍ୟସରକାର ତୁରନ୍ତ ଧାନ କିଣିବାକୁ ଦାବି କରି ହୋହଲ୍ଲା କରି ମୁଖ୍ୟ ଫାଟକ ଅବରୋଧ କରିଥିଲେ। ଏହି କୃଷକଧାରଣାରେ ବିଜେପି ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ଇଂ.ବଳଭଦ୍ରମାଝୀ, ବିଜେପି ଜିଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୈାରୀଶଙ୍କର ମାଝୀ, ଜିଲା ଉପସଭାପତି ସତ୍ୟବାଦୀ ଷଡଙ୍ଗୀ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅରୁଣ ପୂଜାରୀ, ଜିଲା ମହିଳାମୋର୍ଚ୍ଚା ସଭାନେତ୍ରୀ ଶର୍ମିଷ୍ଠା ଦେଓ,ଚାଷୀ ନେତା ବୃନ୍ଦା ତ୍ରିପାଠୀ ,ରାଜେନ୍ଦ୍ର ତ୍ରିପାଠୀ ଓ ନରେନ୍ଦ୍ର ମହାପାତ୍ର ଙ୍କର ସମେତ ଶତାଧିକ ଚାଷୀ ଧାରଣାରେ ସାମିଲ ହୋଇଛନ୍ତି। ଘଟଣାସ୍ଥଳରେ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଓ ଏସପି ପ୍ରହଲ୍ଲାଦ ମୀନା ପହଞ୍ଚି ବୁଝାଶୁଝା କରିଥିଲେ।  ଆରଏମସି ଅଧ୍ୟକ୍ଷ ତଥା ଉପଜିଲାପାଳ ଭାସ୍କର ରଇତ, ଜିଲା ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ। ପୂର୍ବତନସାଂସଦ ଶ୍ରୀମାଝୀ ଜିଲାର ସମସ୍ତ ମଣ୍ଡିରେ ପଡିରହିଥିବା ଲକ୍ଷାଧିକ ବସ୍ତାଧାନ ପ୍ରଥମେ ଉଠାନ୍ତୁ।  ମଣ୍ଡିରେ ଧାନକୁ ଛାଡିଲେ କୌଣସି ଜିନିଷ କିଣାଯାଉନି। ଏଠାରେ ସୂଚନା କେନ୍ଦ୍ର ଉଦଘାଯନ କରିବାର କିଛି ମୂଲ୍ୟ ନାହିଁ। ଚାଷୀକୁ କୌଣସି ସରକାରୀ ଧାର୍ଯ୍ୟମୂଲ୍ୟର ସୂଚନା ମିଳୁନାହିଁ କିମ୍ବା ସରକାରୀ ଦରରେ କିଣାଯାଉନାହିଁ ବୋଲି କହିଥିଲେ। ଏହାର ସମାଧାନ ନ କରିବା ପର୍ଯ୍ୟନ୍ତ ଏହି କେନ୍ଦ୍ରକୁ ଉଦଘାଟନ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଚାଷୀ ନେତା ନରେନ୍ଦ୍ର ମହାପାତ୍ର ମଣ୍ଡିରେ ଧାନ ବିକ୍ରି କରିନପାରି ଚାଷୀ କାନ୍ଦୁଛି। ଏପଟେ ସୂଚନାକେନ୍ଦ୍ରକୁ ଉଦ୍‍ଘାଟନ କରିବା ବରଦାସ୍ତ କରାଯିବନାହିଁ। ଚାଷୀଙ୍କର ଦୁଃଖ ଓ ଯନ୍ତ୍ରଣାକୁ ସରକାର ବୁଝନ୍ତୁ। ପରେ ଏହିକେନ୍ଦ୍ରକୁ ଉଦ୍‍ଘାଟନ କରିବେ ବୋଲି କହିଥିଲେ। ତେବେ ଚାଷୀମାନେ ଧାରଣାରେ ବସିଥିବାବେଳେ ପ୍ରାୟ ୭.୪୦ରେ ଶ୍ରୀଦାଶବର୍ମାଙ୍କର ସମେତ ବିଜେପି ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ , ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ,ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ,ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ବିଜେଡି ରାଜ୍ୟ ପରିଷଦସଦସ୍ୟ ପ୍ରହଲ୍ଲାଦ ତ୍ରିପାଠୀ, ପ୍ରମୋଦ କୁମାର ପାଢୀଙ୍କ ସମତେ ଶତାଧିକ ବିଜୁଜନତାଦଳର କର୍ମକର୍ତ୍ତା ଓ କର୍ମୀ ପହଞ୍ଚି ଭିତରକୁ ଯାଇ ଉଦ୍‍ଘାଟନ କରିଥିଲେ। ଏହାକୁ ନେଇ ପରିସ୍ଥିତି ଉତ୍ତେଜନା ଦେଖାଦେବା ସହ ପ୍ରବଳ ପାଟିତୁଣ୍ଡ ଓ ହୋହୋଲ୍ଲା ହୋଇଥିଲା। ଏହାପରେ ଧାରଣାକାରୀମାନେ ଏହି ଘଟଣାକୁ ନିନ୍ଦା କରିବା ସହ ଚାଷୀଙ୍କର ସମସ୍ୟାକୁ ସମାଧାନ ନକରି ଜବରଦସ୍ତ ଭାବେ ସୂଚନା କେନ୍ଦ୍ରକୁ ଉଦଘାଟନ କରିଥିବା ଗଣମାଧ୍ୟମ ଆଗରେ ଅଭିଯୋଗ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories