nua o banner

କୋଭାକ୍ସିନ, କୋଭିସିଲ୍ଡ଼ ପରେ ଆସୁଛି ଆଉ ଏକ କୋଭିଡ଼ ଟୀକା କୋଭୋଭାକ୍ସ: ସୂଚନା ଦେଲେ ସେରମ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଆଦର ପୁନାୱାଲା

BSKY banner  750×100

ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭାକ୍ସିନ ଏବେ ଦେଶରେ ବ୍ୟବହାର ଆରମ୍ଭ ହୋଇଛି । ଏହାବ୍ୟତୀତ ଭାରତ ବାୟୋଟେକର କୋଭିସିଲ୍ଡ଼ ମଧ୍ୟ ପ୍ରଦାନ କରାଯାଉଛି । ତେବେ ଆଉ ୫ ମାସ ଅର୍ଥାତ୍ ଜୁନ ମାସ ମଧ୍ୟରେ ଭାରତକୁ ଆଉ ଏକ କୋଭିଡ଼ ଟୀକା ମିଳିବାକୁ ଯାଉଛି । ଏହି ସୂଚନା ଦେଇଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଆଦର ପୁନାୱାଲା । କୋଭାକ୍ସିନ ପରେ କୋଭୋଭାକ୍ସ ନାମକ ଆଉ ଏକ କୋଭିଡ଼ ଟୀକା ସେରମ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରିଛି ଏବଂ  ଭାରତରେ କୋଭୋଭାକ୍ସର କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିବା ପାଇଁ କମ୍ପାନୀ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆନ୍ ଡ୍ରଗ୍ସ (DCGI) ରେ ଆବେଦନ କରିଛି ବୋଲି ଆଦର୍ଶ ପୁନାୱାଲା କହିଛନ୍ତି।

 

ପୁନାୱାଲା ଟ୍ୱିଟ୍ କରି କହିଛନ୍ତି ଯେ କରୋନା ଟିକା ପାଇଁ ନୋଭାଭାକ୍ସ ସହ ଆମର ସହଭାଗିତା ଉତ୍କୃଷ୍ଟ ଫଳପ୍ରଦ ଫଳାଫଳ ଦେଇଛି। ଭାରତରେ ଏହାର ପରୀକ୍ଷା ଆରମ୍ଭ କରିବାକୁ ଆମେ ଆବେଦନ କରିଛୁ। ଜୁନ୍ ସୁଦ୍ଧା କୋଭାଭାକ୍ସ ଲଞ୍ଚ କରିବାକୁ ଆଶା କରାଯାଉଛି । ଜଣେ ସରକାରୀ ଅଧିକାରୀଙ୍କ ଅନୁଯାୟୀ ଡିସିଜିଆଇର ବିଷୟ ବିଶେଷଜ୍ଞ କମିଟି ଆବେଦନକୁ ସମୀକ୍ଷା କରିବା ପରେ ସଂଶୋଧିତ ପ୍ରସ୍ତାବ ଦାଖଲ କରିବାକୁ ସେରମ ଇନଷ୍ଟିଚ୍ୟୁଟକୁ ନିର୍ଦେଶ ଦେଇଛନ୍ତି ।  କମ୍ପାନୀ ଦ୍ୱାରା ସଂଶୋଧିତ ପ୍ରସ୍ତାବ ଦାଖଲ କରିବା ପରେ ବିଶେଷଜ୍ଞ କମିଟି ଏହାକୁ ବିଚାର କରିବେ।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିଡଶିଲ୍ଡ ଟୀକା  ପ୍ରସ୍ତୁତ କରୁଛି। ଏହି ଟୀକା ଅକ୍ସଫୋର୍ଡ ୟୁନିଭରସିଟି ଏବଂ ବ୍ରିଟିଶ-ସ୍ୱିଡେନ କମ୍ପାନୀ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କରାଯାଇଛି। ଟୀକାକରଣ ଅଭିଯାନ ପାଇଁ କେନ୍ଦ୍ର ସରକାର  ୧୦ କୋଟି ଡୋଜ୍ ‘କୋଭିଡଶିଲ୍ଡ’ ଟୀକା କିଣିଛନ୍ତି ।

Comments are closed.