www.samajalive.in
Saturday, December 6, 2025
15.1 C
Bhubaneswar

ତ୍ରିରଙ୍ଗାର ଅପମାନ ଦେଖି ଦୁଃଖୀ ହେଲା ଦେଶ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗତ ଗଣତନ୍ତ୍ର ଦିବସ ଦିନ ଟ୍ରାକ୍ଟର ରାଲି ସମୟରେ ଚାଷୀମାନେ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିବା ସହିତ ଦିଲ୍ଲୀର ଲାଲକିଲାରେ ଚଢ଼ି ତ୍ରିରଙ୍ଗା ପତାକାକୁ ହଟାଇ ଧାର୍ମିକ ପତାକା ଉଡ଼ାଇଥିଲେ। ଏହାଫଳରେ ତ୍ରିରଙ୍ଗାକୁ ଯେଉଁଭଳି ଅପମାନିତ କରାଗଲା ସେଥିରେ ଦେଶ ଦୁଃଖୀ ହେଲା ବୋଲି କହିଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ରବିବାର ପ୍ରଧାନମନ୍ତ୍ରୀ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଘଟିଥିବା ହିଂସା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଜାନୁୟାରୀ ୨୬ରେ ତ୍ରିରଙ୍ଗାର ଅପମାନକୁ ଦେଖି ସାରା ଦେଶ ଦୁଃଖୀ ହୋଇଥିଲା। ଆମକୁ ଆଗାମୀ ସମୟକୁ ନୂଆ ଆଶା ଏବଂ ନୂତନତାରେ ଭରିଦେବାକୁ ପଡ଼ିବ। ଆମେମାନେ ଗତ ବର୍ଷ ଅସାଧାରଣ ସଂଯମ ଏବଂ ସାହସର ପରିଚୟ ଦେଇଥିଲେ। ଏହି ବର୍ଷ ବି ଆମକୁ କଠିନ ପରିଶ୍ରମ କରି ନିଜ ସଙ୍କଳ୍ପକୁ ସିଦ୍ଧ କରିବାକୁ ପଡ଼ିବ।

- Advertisement -

ଅନ୍ୟପଟେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବି ଗତ ଶୁକ୍ରବାର ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବା ସମୟରେ ଗଣତନ୍ତ୍ର ଦିବସରେ ଘଟିଥିବା ହିଂସାକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ରାଷ୍ଟ୍ରପତି କହିଥିଲେ, ଜାନୁୟାରୀ ୨୬ରେ ଘଟିଥିବା ତ୍ରିରଙ୍ଗା ଏବଂ ଗଣତନ୍ତ୍ର ଦିବସ ଭଳି ପବିତ୍ର ଦିନର ଅପମାନ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଯେଉଁ ସମ୍ବିଧାନ ଆମକୁ ଅଭିବ୍ୟକ୍ତିର ଅଧିକାର ଦେଇଥାଏ, ସେହି ସମ୍ବିଧାନ ଆଇନ ଏବଂ ନିୟମର ଗମ୍ଭୀରତାର ସହିତ ପାଳନ କରାଯିବା ଉଚିତ ବୋଲି ଶିଖାଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories