www.samajalive.in
Saturday, December 6, 2025
26.1 C
Bhubaneswar

ମୋଦୀଙ୍କ ମନକି ବାତରେ ରାଉରକେଲାର ଭାଗ୍ୟଶ୍ରୀଙ୍କ ପ୍ରତିଭାକୁ ପ୍ରଶଂସା

ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନକି ବାତ କାର୍ଯ୍ୟକ୍ରମରେ ରାଉରକେଲାର ଅନନ୍ୟ ପ୍ରତିଭା ପଟ୍ଟଚିତ୍ର ଶିଳ୍ପା ଭାଗ୍ୟଶ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଏହି ଖବର ମିଳିବା ପରେ ଭାଗ୍ୟଶ୍ରୀଙ୍କ ଘରେ ଗଣମାଧ୍ୟମ ଓ ଶୁଭେଚ୍ଛାର ସୁଅ ଛୁଟିଛି । ଏ ନେଇ ଭାଗ୍ୟଶ୍ରୀଙ୍କ ଘରେ ଊତ୍ସବର ପରିବେଶ ସୃଷ୍ଟି ହୋଇଛି। ଏହାକୁ ସେ ବିଶ୍ୱାସ କରିପାରୁ ନାହାନ୍ତି ବୋଲି ଭାଗ୍ୟଶ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ତାଙ୍କ ପାଇଁ ଗୌରବର ଶ୍ରେଷ୍ଠ ମୁହୂର୍ତ୍ତ ବୋଲି ଭାଗ୍ୟଶ୍ରୀ କହିଛନ୍ତି। ଆଗାମୀ ଜୀବନରେ ଏହାକୁ ଆପଣାଇବା ପାଇଁ ଏହା ଶ୍ରେଷ୍ଠ ପ୍ରେରଣା ହେବ ବୋଲି ସେ କହିଛନ୍ତି। ମୋଦିଙ୍କ ପ୍ରଶଂସା କୁ ନେଇ ପରିବାର ଲୋକଙ୍କ ଖୁସି କହିଲେ ନସରେ। ପରିବାର ଲୋକ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିଭିନ୍ନ କିସମର ପଟ୍ଟଚିତ୍ର ଓ ଏଥିରେ ଜଗନ୍ନାଥଙ୍କର ଅପରୂପ ଛବି ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଛି। ପ୍ରଭୁ ଜଗନ୍ନାଥ ତାଙ୍କର ଗୁରୁ ଓ ପ୍ରେରଣା ବୋଲି ଭାଗ୍ୟଶ୍ରୀ କହିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories