ଢେଙ୍କାନାଳ : ଢେଙ୍କାନାଳ ଜିଲା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ରବିବାର ଏକ ଅଘଟଣ ଘଟିଥିବା ଜଣାପଡ଼ିଛି। ସ୍କୁଲ ବାରଣ୍ଡାରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ହାତୀ ଆକ୍ରମଣ କରିଛି। ଉକ୍ତ ବ୍ୟକ୍ତିଙ୍କୁ ହାତୀ ଦଳିଦେବାରୁ ତାଙ୍କ ଅବସ୍ଥାରେ ଗୁରୁତର ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଗୋବିନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପରିଚୟ ଅସ୍ପଷ୍ଟ ରହିଛି। କ୍ଷତିପୂରଣ ସହ ହାତୀ ଘଉଡାଇବା ଦାବିରେ ସ୍ଥାନୀୟଲୋକେ ୫୫ ନମ୍ବର ଜାତୀୟ ରାଜପଥ ନିକଟରେ ରାସ୍ତା ଅବରୋଧ କରିଛନ୍ତି ବୋଲି ସୂଚନା ମିଳିଛି। କିଛିଦିନ ମଧ୍ୟରେ ହାତୀ ଆକ୍ରମଣରେ ୨ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି।
Popular Categories



