www.samajalive.in
Wednesday, December 10, 2025
14.1 C
Bhubaneswar

ମାଡ଼ି ଆସୁଛି ଶୀତ : ଶୀତ ପାଇଁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବ। ଫଳରେ ଆସନ୍ତା ତିନିଦିନ ପର୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ ଶୀତ ପ୍ରକୋପ ବଢିବ। ତେବେ ଆସନ୍ତା ସୋମବାର ଏବଂ ମଙ୍ଗଳବାର ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲାରେ ପ୍ରବଳ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏଭଳି ଆକଳନ କରାଯାଇ ଉଭୟ ଜିଲାକୁ ଶୀତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାତି ଏବଂ ସକାଳେ ଜନସାଧାରଣ ଜରୁରୀ କାମ ନଥିଲେ ବାହାରକୁ ନବାହାରିବାକୁ କୁହାଯାଇଛି। ଖୋଲା ଗାଡିରେ ଯାତ୍ରୀ କରିବାକୁ ବାରଣ କରିଛି ପାଣିପାଗ କେନ୍ଦ୍ର। ରବିବାର ସକାଳେ ବାଲେଶ୍ବର, କେନ୍ଦ୍ରାପଡା, ଭଦ୍ରକ, ମୟୂରଭଞ୍ଜ, ଜଗତସିଂହପୁର, କଟକ, ଯାଜପୁର, ଖୋର୍ଦ୍ଧା, ପୁରୀ, ନୟାଗଡ, ବୌଦ୍ଧ, ଅନୁଗୋଳ ଏବଂ କନ୍ଧମାଳ ଜିଲାରେ ଘନ କୁହୁଡି ଦୃଶ୍ୟମାନ ହେବ। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗଞ୍ଜାମ, ଗଜପତି, ଢେଙ୍କାନାଳ, କଳାହାଣ୍ଡି, ରାୟଗଡା ଏବଂ କୋରାପୁଟ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁହୁଡି ଅନୁଭୂତ ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ଆକଳନ କରିଛି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନାହିଁ; କିନ୍ତୁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍‌ ଦାରିଙ୍ଗବାଡିରେ ୧୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ବୌଦ୍ଧରେ ତାପମାତ୍ରା ୧୩ ଡିଗ୍ରୀ ଥିବାବେଳେ ଅନ୍ୟାନ୍ୟ ସ୍ଥାନଗୁଡିକରେ ପାରଦ ୧୪ ଡିଗ୍ରୀ ଉପରେ ରହିଛି। ଆସନ୍ତା ୩ଦିନ ପର୍ୟ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ଡିଗ୍ରୀ ପର୍ୟ୍ୟନ୍ତ ହ୍ରାସ ପାଇବ। ଉପକୂଳ ଜିଲାଗୁଡିକରେ ୨ରୁ ୩ଡିଗ୍ରୀ ପାରଦ ତଳକୁ ଖସି ଆସିବ। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ପ୍ରକୋପ ବୃଦ୍ଧି ପାଇବ। ଅଧିକ ଶୀତ ଏବଂ ଘନ କୁହୁଡି ଦୃଶ୍ୟମାନ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯିବା ପରେ ଏସ୍‌ଆରସି ସମସ୍ତ ଜିଲାପାଳ ଏବଂ ମ୍ୟୁନିସିପାଲିଟି କମିସନଙ୍କୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି। ନିରାଶ୍ରୟଙ୍କ ପାଇଁ ବିଦ୍ୟାଳୟ ଗୃହ, ଗୋଷ୍ଠୀ କେନ୍ଦ୍ର କକ୍ଷ ଏବଂ ଆବଶ୍ୟକସ୍ଥଳେ ଅନ୍ୟାନ୍ୟ ବିଲ୍ଡିଂରେ ରାତ୍ରି ଆଶ୍ରୟସ୍ଥଳ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories