www.samajalive.in
Sunday, December 7, 2025
18.1 C
Bhubaneswar

ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ ହେବ ପ୍ଲାଷ୍ଟିକ୍‌ ମୁକ୍ତ; ଛାତ୍ରଛାତ୍ରୀ ନେଲେ ସଂକଳ୍ପ

ଭୁବନେଶ୍ୱର : ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ ହେବ ପ୍ଲାଷ୍ଟିକ୍ ମୁକ୍ତ। ସବୁ ବିଭାଗର ଚତୁଃପାର୍ଶ୍ବ ପରିଷ୍କାର ପରିଚ୍ଛନ୍ନ ରହିବ। କ୍ୟାମ୍ପସରେ  ଜଣେ ହେଲେ ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଦୋକାନୀ ପ୍ଲାଷ୍ଟିକ୍‌ ଏବଂ ପଲିଥିନ୍ ବ୍ୟବହାର କରିବେ ନାହିଁ। ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ବିଶ୍ବବିଦ୍ୟାଳୟ ପୁରାତନ ଛାତ୍ରସଂଘ ଏବଂ ବିଏମ୍‌ସିର ମିଳିତ ଆନୁକୂଲ୍ୟରେ ‘ପ୍ଲାଷ୍ଟିକ୍‌ ମୁକ୍ତ ଅଭିଯାନ’ ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବିଶ୍ବବିଦ୍ୟାଳୟ ପୁରାତନ ଛାତ୍ରସଂଘର ସଭାପତି ବିଜୟ କୁମାର ପଟ୍ଟନାୟକ ସବୁଜ ପତାକା ଦେଖାଇ ଅଭିଯାନ ଶୁଭାରମ୍ଭ କରିଛନ୍ତି।

ପ୍ଲାଷ୍ଟିକମୁକ୍ତ କ୍ୟାମ୍ପସ୍‌ ପାଇଁ ଶପଥ

କ୍ୟାମ୍ପସ୍‌ର ସମସ୍ତ ଦୋକାନ, ହଷ୍ଟେଲ ଅନ୍ତେବାସୀ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ସଚେତନ କରାଯାଇଛି। ଏଣିକି ପ୍ରତି ସପ୍ତାହରେ ଗୋଟିଏ ଲେଖାଏଁ ବିଭାଗର ଛାତ୍ରଛାତ୍ରୀ ଏବଂ ପ୍ରଫେସରଙ୍କ ମିଳିତ ସହଯୋଗରେ ସଫେଇ କରାଯାଇ ବିଭାଗର ଚାରିପାର୍ଶ୍ବ ପରିବେଶକୁୁ ପରିଷ୍କାର ଓ ପ୍ଲାଷ୍ଟିକ୍‌ ମୁକ୍ତ କରାଯିବ। ଗୋବିନ୍ଦ ସାହୁ, ଅଳକା ଓ କେନ୍ଦ୍ରୀୟ ମାର୍କେଟ୍‌ ଦୋକାନୀ ଗ୍ରାହକଙ୍କୁ ପଲିଥିନ୍‌ରେ ଜିନିଷ ବିକ୍ରୟ ନକରିବାକୁ ସଚେତନ କରାଯାଇଛି। ଛାତ୍ରଛାତ୍ରୀ ସଫେଇ ଅଭିଯାନ ସମୟରେ ବିଏମ୍‌ସି ପକ୍ଷରୁ ଆବଶ୍ୟକ କର୍ମଚାରୀ ଯୋଗାଇ ଦିଆଯିବ। ଏହି ଅବସରରେ ବିଏମ୍‌ସି ପକ୍ଷରୁ କ୍ୟାମ୍ପସ୍‌ ସଫେଇ କରାଯିବା ସହିତ ବିଭିନ୍ନ ସ୍ଥାନରେ ୧୦ଟି ଡଷ୍ଟବିନ୍ ରଖାଯାଇଛି। ଆଗାମୀ ଦିନରେ ପରିସରରେ ସଚେତନତାମୂଳକ ବ୍ୟାନର ଲଗାଯିବ। ଛାତ୍ରଛାତ୍ରୀ ପ୍ଲାଷ୍ଟିକ୍‌ ପାଣି ବୋତଲ, ବ୍ୟାଗ୍‌, କପ୍ ଏବଂ ଜଗ୍‌ ଆଦି ବର୍ଜନ କରିବେ। କ୍ୟାମ୍ପସ୍‌ର ଗାନ୍ଧୀମୂର୍ତ୍ତି ପାଖରୁ ଛାତ୍ରଛାତ୍ରୀ ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ଯାଇ କ୍ୟାମ୍ପସ୍‌ ସଫେଇ ସହ ପରିସରକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ନିମନ୍ତେ ଶପଥ ନେଇଛନ୍ତି।
କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ପ୍ରାକ୍ତନ କୁଳପତି ତଥା ପୁରାତନ ଛାତ୍ରସଂଘ ସାଧାରଣ ସମ୍ପାଦକ ପ୍ରଫେସର ଅଶୋକ ଦାସ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ, କୁଳସଚିବ ଡ. ଅଭୟ କୁମାର ନାୟକ, ବିଏମ୍‌ସି ଡେପୁଟି କମିସନର ଶୁଭେନ୍ଦୁ ସାହୁ ଏବଂ ସୂଚନା ଆୟୋଗ କମିସନର ଦିଲୀପ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ। ପୁରାତନ ଛାତ୍ରସଂଘର ଉପସଭାପତି ଦେବେନ୍ଦ୍ର କୁମାର ଦାଶ, ଡ. ପ୍ରଦୀପ କୁମାର ରଥ, ପ୍ରବୀର ଦାଶ, ଅଜୟ କୁମାର ମହାପାତ୍ର, ତନ୍ମୟ ସ୍ବାଇଁ, ରାଜେଶରାଜ ସ୍ବାଇଁ, ସଂଗ୍ରାମ କେଶରୀ ପାତ୍ର, ସଂଗ୍ରାମ ଦାସ, ଗଦାଧର ରଥ, ଡ. ବୀରକିଶୋର ଦାସଙ୍କ ସମେତ ‘ପୁରାତନ ଛାତ୍ରସଂଘ ଭୋସ୍‌-୯୨’ର କର୍ମକର୍ତ୍ତା ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories