www.samajalive.in
Tuesday, December 9, 2025
16.1 C
Bhubaneswar

ରାଉରକେଲାର ଝିଅ ଭାଗ୍ୟଶ୍ରୀ : ପଟଚିତ୍ରକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା

ରାଉରକେଲା : ପାଠ ଇଞ୍ଜିନିୟରିଂ, ନିଶା ପଟ୍ଟଚିତ୍ର ଆଙ୍କିବା। ଏହି ଆକର୍ଷଣକୁ ହିଁ ତାଙ୍କୁ ଦେଇଛି ଜାତୀୟ ପରିଚିତି। ସେ ହେଉଛନ୍ତି ରାଉରକେଲାର ଝିଅ ଭାଗ୍ୟଶ୍ରୀ ସାହୁ। ପୁଲିସ ବିଭାଗରେ କାର୍ଯ୍ୟରତ ତଥା ଛେଣ୍ଡ କଲୋନୀରେ ରହୁଥିବା କାର୍ତ୍ତିକଚନ୍ଦ୍ର ସାହୁଙ୍କ କନ୍ୟା ଭାଗ୍ୟଶ୍ରୀ ଢେଙ୍କାନାଳ ଜିଲା ସରାଙ୍ଗସ୍ଥିତ ଆଇଜିଆଇଟିର ଏମ.ଟେକ୍‌ ଛାତ୍ରୀ। ପିଲାଟି ଦିନରୁ ପଟ୍ଟଚିତ୍ର ପ୍ରତି ତାଙ୍କର ଅହେତୁକ ଆକର୍ଷଣ। ପରିବାର ଲୋକ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ଭକ୍ତ। ଶ୍ରୀଜଗନ୍ନାଥଙ୍କ ହିଁ ତାଙ୍କର ପ୍ରେରଣା ବୋଲି ସେ କୁହନ୍ତି। ପିଲାଦିନରୁ ଜଗନ୍ନାଥଙ୍କ ଚିତ୍ର ଆଙ୍କିବା ତାଙ୍କ ପାଇଁ ଆକର୍ଷଣ ଥିଲା। ବୋତଲ ଉପରେ ହେଉ କିମ୍ବା କାନାଭାସ ଉପରେ ଜଗନ୍ନାଥଙ୍କ ଚିତ୍ର ଆଙ୍କୁଥିଲେ। ସେ କୁହନ୍ତି କରୋନା ପାଇଁ ଲକ୍‌ଡାଉନ ତାଙ୍କ ପାଇଁ ଆଣିଥିଲା ସୁଯୋଗ। କଲେଜ ବନ୍ଦ୍‌ ହେବା ପରେ ଘରେ ଆଙ୍କିଥିଲେ ଅନେକ ପଟ୍ଟଚିତ୍ର। ନିଜର ଇନଷ୍ଟାଗ୍ରାମରେ ସେ ସବୁକୁ ପୋଷ୍ଟ କରିବା ପରେ ବହୁ ସଂଖ୍ୟାରେ ଶୁଭେଚ୍ଛଙ୍କ ଭଲ ପାଇବା ମିଳିଥିଲା। ଇନଷ୍ଟାଗ୍ରାମରୁ ଏହି ପୋଷ୍ଟ ଦେଖି ଏକ ଇଂରାଜୀ ସମ୍ବାଦପତ୍ରର ଜଣେ ପ୍ରତିନିଧି ତାଙ୍କ ସହିତ ଯୋଗଯୋଗ କଲେ ଓ ସାକ୍ଷାତକାର ନେଲେ। ଏହି ପ୍ରସିଦ୍ଧ ଇଂରାଜୀ ସାପ୍ତାହିକୀର ପ୍ରକାଶ ପାଇଥିବା ଖବର ପ୍ରସିଦ୍ଧ ଜାତୀୟ ଚିତ୍ରକଳା ସମ୍ବନ୍ଧୀୟ ଲିଙ୍କ ପେଂଟିଙ୍ଗ ଇଣ୍ଡିଆରେ ଏହା ପ୍ରକାଶ ପାଇଥିଲା। ଫଳରେ ଭାଗ୍ୟଶ୍ରୀଙ୍କ ଚିତ୍ର ଓ ତାଙ୍କର କଳାକୃତି ଭାଇରାଲ ହେଲା। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୋସିଆଲ ମିଡିଆରେ ତାଙ୍କର ପଟ୍ଟଚିତ୍ରର ପ୍ରଚାର ହେବା ପରେ ତାଙ୍କର ଫ୍ୟାନଙ୍କ ସଂଖ୍ୟା ବହୁ ସଂଖ୍ୟାରେ ବୃଦ୍ଧି ପାଇଛି।

- Advertisement -

ବିନା ଗୁରୁରେ ଚିତ୍ରକଳାକୁ ସଫଳତାର ଏକ ନୂଆ ଶିଖରରେ ପହଂଚାଇବା ପରେ ସବୁ ଆଡେ ଏବେ ଭାଗ୍ୟଶ୍ରୀଙ୍କ ଚର୍ଚ୍ଚା। ତାଙ୍କ ଠାରୁ ଚିତ୍ର କଳା ଶିଖିବା ପାଇଁ ଶୁଭେଚ୍ଛୁଙ୍କ ଆଗ୍ରହ ସୋସିଆଲ ମିଡିଆରେ ବଢୁଛି। ଭାଗ୍ୟଶ୍ରୀଙ୍କୁ ରାଜ୍ୟ ସରକାର ଖୋଜିବା ପରେ ସେ ପଢୁଥିବା ଢେଙ୍କାନାଳର ଆଇଜିଆଇଟି ଅନୁଷ୍ଠାନରେ ପହଞ୍ଚିଥିଲେ ସମ୍ପୃକ୍ତ ଜିଲା ପ୍ରଶାସନର ଅଧିକାରୀ। ତେବେ ଭାଗ୍ୟଶ୍ରୀ ସେଠାରେ ନଥିବାରୁ ରାଉରକେଲା ପ୍ରଶାସନ ସହିତ ଯୋଗାଯୋଗ କରାଯାଇଥିଲା। ତାଙ୍କ ବାପା ପୁଲିସ ବିଭାଗରେ ଥିବାରୁ ବିଭାଗ ପକ୍ଷରୁ ତାଙ୍କର ସନ୍ଧାନ ନିଆଯାଇଥିଲା। ପଶ୍ଚିମାଞ୍ଚଳ ଆଇଜି କବିତା ଜଲାନଙ୍କ ଠାରୁ ଖବର ପାଇଁ ତାଙ୍କ କାର୍ଯ୍ୟାଳୟରେ ଭାଗ୍ୟଶ୍ରୀ ପହଞ୍ଚିବା ସହିତ ଭାବର ଆଦାନ ପ୍ରଦାନ କରିଥିଲେ। ପଶ୍ଚିମାଂଚଳ ଆଇଜି ତାଙ୍କର କଳାକୃତି ଓ ଅନ୍ୟାନ୍ୟ ପୃଷ୍ଠଭୂମି ସମ୍ପର୍କରେ ପଚାରି ବୁଝିଥିଲେ। ଏଥିପାଇଁ ତାଙ୍କର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ଆଇଜି ପରାମର୍ଶ ଦେଇଥିଲେ। ଭାଗ୍ୟଶ୍ରୀଙ୍କ କହିବା ଅନୁସାରେ ଚିତ୍ରକଳାର ବିଭିନ୍ନ ଦିଗକୁ ସେ ଆପଣେଇଛନ୍ତି। ପିଲାଟି ଦିନରୁ ପଟ୍ଟଚିତ୍ର ପ୍ରତି ଅଧିକ ଆକର୍ଷଣ ଥିବାରୁ ବାପାମାଆଙ୍କ ସହିତ ପଟ୍ଟଚିତ୍ରର କ୍ଷେତ୍ର ରଘୁରାଜପୁର ପରିଦର୍ଶନରେ ଯାଇଛନ୍ତି। ଏହି ପଟ୍ଟଚିତ୍ରର ଭୂମି ତାଙ୍କ ପାଇଁ ଅନେକ ପ୍ରେରଣା ସୃଷ୍ଟି କରିଛି। ପଥର ହେଉ କି ବୋତଲ ସବୁଥିରେ ଶ୍ରୀଜଗନ୍ନାଥଙ୍କ ଅପରୂପ ଚିତ୍ର ଆଙ୍କି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଆଗାମୀ ଦିନରେ ଓଡ଼ିଶା ସଂସ୍କୃତିର ଏହି ପ୍ରତୀକକୁ ବିଶ୍ୱ ଦରବାରରେ ଆହୁରି ପ୍ରତିଷ୍ଠିତ କରିବା ତାଙ୍କର ଲକ୍ଷ୍ୟ ବୋଲି ଭାଗ୍ୟଶ୍ରୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories