www.samajalive.in
Saturday, December 6, 2025
15.1 C
Bhubaneswar

ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କୀୟଙ୍କ ସମେତ ୨ ଜଣଙ୍କୁ ଦିନ ଦ୍ୱିପ୍ରହରରେ ଗୁଳିମାଡ଼

ସହର୍ସା: ବଲିଉଡ଼ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କୀୟଙ୍କୁ ଦିନ ଦ୍ୱିପ୍ରହରରେ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ବିହାରର ସହର୍ସା ଜିଲ୍ଲାରେ ଶନିବାର ଦିନ ଦ୍ୱିପ୍ରହରେ କିଛି ଦୁର୍ବୃତ୍ତ ବାଇକରେ ଆସି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଦୁର୍ବୃତ୍ତମାନେ ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କୀୟ ତଥା ୟାମାହା ଶୋରୁମର ମାଲିକଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏଥିରେ ଗୁରୁତର ଭାବେ ଆହତ ହୋଇଥିବା ଶୋରୁମ୍‍ ମାଲିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ଗମ୍ଭୀର ଥିବା ସୂଚନା ମିଳିଛି। ଏହି ଘଟଣାରେ ଶୋରୁମର ଜଣେ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

ଖବର ମୁତାବକ, ଆଜି ଦିନ ପ୍ରାୟ ୧୦ଟା ସମୟରେ ସୁଶାନ୍ତଙ୍କ ସମ୍ପର୍କୀୟ ଶୋରୁମ୍‍ ମାଲିକ ରାଜକୁମାର ସିଂହ ନିଜ କର୍ମଚାରୀ ଓ ମେକାନିକ୍‍ଙ୍କ ସହ ମଧେପୁରା ସ୍ଥିତ ଶୋରୁମ୍‍ ଖୋଲିବା ପାଇଁ ଯାଉଥିଲେ। ଏହି ସମୟରେ ବୈଜନାଥପୁରରୁ କିଛି କିଲୋମିଟର ଦୂରରେ ବାଇକରେ ତିନି ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଆକ୍ରମଣକାରୀ ପ୍ରଥମେ ସେମାନଙ୍କୁ ଓଭରଟେକ୍‍ କଲେ ଏବଂ ତା’ପରେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଏହି ସମୟରେ ରାଜକୁମାର ସିଂହଙ୍କୁ ଗୋଟିଏ ଗୁଳି ବାଜିଥିଲା ଏବଂ ସହକର୍ମୀ ଆମୀର ହସନଙ୍କ ଦେହରେ ଗୋଟିଏ ଗୁଳି ବାଜିଥିଲା। ଘଟଣା ବିଷୟରେ ଖବର ପାଇବା ପରେ ପରିଜନମାନେ ଶୋରୁମ୍ ମାଲିକ ରାଜକୁମାର ସିଂହ ଓ ତାଙ୍କ ସହଯୋଗୀଙ୍କୁ ଚିକିତ୍ସା ପାଇଁ ଗଙ୍ଗାଜଳ ଚୌକସ୍ଥିତ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ରାଜକୁମାରଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଅମୀର ହସନଙ୍କ ଅଣ୍ଟା ପାଖରେ ଗୁଳି ବାଜିଛି। ଅମୀରଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି।

- Advertisement -

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଗୁଳିମାଡ଼ ପଛରେ କାରଣ କ’ଣ ତାହା ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ। ଏହି ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ଥାଇପାରେ ବୋଲି ପରିବାର ଲୋକେ ସନ୍ଦେହ କରିଛନ୍ତି। ଅନ୍ୟପଟେ ତଦନ୍ତ ପରେ ସତ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories