www.samajalive.in
Sunday, December 7, 2025
23.1 C
Bhubaneswar

ଗୋଶାଳା ନିର୍ମାଣ ପାଇଁ ଦାବି

ବ୍ରହ୍ମପୁର:ଵ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଦିନକୁ ଦିନ ଗୋ ଚୋରି ବୃଦ୍ଧି ଓ ବୁଲା ଗାଈଗୋରୁ ଷଣ୍ଢଗୁଡିକୁ ସୁରକ୍ଷା ପାଇଁ ବଜରଙ୍ଗ ଦଳ ତରଫରୁ ମହାନଗର ନିଗମର କମିଶନରଙ୍କୁ ସାକ୍ଷାତ କରି ଆଲୋଚନା କରାଯାଇଥିଲା। ନିଗମରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆହତ ଗାଈଗୋରୁ କିମ୍ବା ଷଣ୍ଢକୁ ଠିକସେ ଚିକିତ୍ସା କରାଯାଉ ନାହିଁ। ବରଂ ଆହତ ଗୋରୁ ମାନଙ୍କୁ ସନ୍ଧ୍ୟାରେ ଚିକିତ୍ସା କେନ୍ଦ୍ର ବାହାରକୁ ଘଉଡ଼ାଇ ଦିଆଯାଉଛି । କିଛିଦିନ ପୂର୍ବେ ୧୦ ରୁ ଉର୍ଦ୍ଧ୍ବ ଗାଈଗୋରୁକୁ କିଛି ଦୁର୍ବୁତ୍ତ ରାତିରେ ଚୋରି କରିଥିବାର ନଜରକୁ ଆସିଛି। ଏହା ବିରୋଧରେ ଟାଉନ ଥାନାରେ ଏତଲା ଦିଆଯାଇଛି ।
ଗାଈଗୋରୁ ମାନଙ୍କର ସୁରକ୍ଷା ପାଇଁ ଗୋଶାଳା ତିଆରି କରିବା ପାଇଁ ଦଳ ତରଫରୁ ଦାବି କରାଯାଇଥିଲା । ମହାନଗର ନିଗମର ନୂତନ ଗୋଶାଳା କାମ ଚାଲିଛି ଚାରି ମାସ ମଧ୍ୟରେ କାର୍ୟକାରୀ କରିବା ଓ ଗୋରୁ ମାନଙ୍କ ସ୍ୱାସ୍ଥ୍ୟ ସେବା ଓ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମହାନଗର ନିଗମର କମିଶନର ସିଧେଶ୍ୱର ବଳିରାମ ବୋନ୍ଦର । ଗୌତମ ମହାରଣା ବଜରଙ୍ଗ ଦଳ ବିଭାଗ ସଂଯୋଜକ,ଗୋ ପ୍ରେମୀ ମହନ୍ତ ଚିନ୍ମୟାନନ୍ଦ ଦାସ ମହାରାଜ, ପ୍ରଶାନ୍ତ ପାଢ଼ୀ, ରାହୁଲ ପାତ୍ର, ଅଭିନାଶ ରେଡି,ହୀନ ଲେଙ୍କା ଓ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories