www.samajalive.in
Sunday, December 14, 2025
16.1 C
Bhubaneswar

ସଂସଦ କ୍ୟାଣ୍ଟିନରେ ଆମିଷ ଥାଳି ୭୦୦, ସାଦା ୫୦୦

ନୂଆଦିଲ୍ଲୀ: ସଂସଦ ଭବନ କ୍ୟାଣ୍ଟିନରେ ଖାଦ୍ୟ ଉପରୁ ରିଆତି ପ୍ରତ୍ୟାହାର ହେବା ପରେ ଏହା ମହଙ୍ଗା ହୋଇଛି। ଖାଦ୍ୟର ମୂଲ୍ୟ ପୂର୍ବାପେକ୍ଷା ବହୁ ଗୁଣ ଅଧିକ ହୋଇଥିବା ବୁଧବାରଠାରୁ ଲାଗୁ ହୋଇଥିବା ମୂଲ୍ୟସୂଚୀରୁ ଜଣାପଡ଼ିଛି। ଏହି ମୂଲ୍ୟ ସୂଚୀ ଆସନ୍ତା ୨୯ରୁ ସଂସଦ ଅଧିବେଶନ ଆରମ୍ଭ ସହିତ କାର୍ଯ୍ୟକାରୀ ହେବ। ଖାଦ୍ୟ ଦର ବୃଦ୍ଧି ସହିତ ତାଲିକାରେ କିଛି ନୂଆ ବ୍ୟଞ୍ଜନ ସାମିଲ ହୋଇଛି। ଆମିଷ ଓ ନିରାମିଷକୁ ମିଶାଇ ପ୍ରାୟ ୫୮ ପ୍ରକାର ଖାଦ୍ୟ ଏଣିକି କ୍ୟାଣ୍ଟିନରେ ଉପଲବ୍ଧ ହେବ। ଏଥିମଧ୍ୟରେ ମଟନ ଓ ଚିକେନ ବିରିୟାନି, ସାଦା ବିରିୟାନି ଆଦି ରହିଛି। ନୂଆ ମୂଲ୍ୟ ସୂଚୀ ଅନୁସାରେ ଖରାବେଳର ଆମିଷ ଖାଦ୍ୟ ଥାଳି ପିଛା ୭୦୦ ଓ ସାଦା ଥାଳି ପିଛା ୫୦୦ ଟଙ୍କା ମୂଲ୍ୟ ଧାର୍ଯ୍ୟ ହୋଇଛି। ଏତଦ୍‌ବ୍ୟତୀତ ଆଳୁ ଚପ ଗୋଟି ଏଣିକି ୧୦ ଟଙ୍କା ହେବ। ସାଦା ତରକାରି ମୂଲ୍ୟ ୫୦ଟଙ୍କା, ପାଉଁରୁଟି ପକୋଡାର ମୂଲ୍ୟ ୧୦ ଟଙ୍କା, ରୁଟି ପଟକୁ ୩ ଟଙ୍କା, ଚିକେନ ବିରିୟାନି ପ୍ଲେଟ୍‌ ୧୦୦, ଚିକେନ ତରକାରି ପ୍ଲେଟ୍‌ ୭୫, ଚିକେନ କଟଲେଟ ୧୦୦, ଚିକେନ ଫ୍ରାଏ ୧୦୦, ମଟନ ବିରିୟାନି ୧୫୦, ମଟନ ତରକାରି ୧୨୫, ମଟନ କଟଲେଟ ୧୫୦ଟଙ୍କା, ଦହି ୧୦ଟଙ୍କା ହୋଇଥିବାବେଳେ ଦହି, ଭାତ, ଆଚାର ୪୦ଟଙ୍କା, ତଡ଼କା ୨୦, ମସଲା ଦୋସା ୫୦, ସାଦା ଦୋସା ୩୦, ଅଣ୍ଡା ତରକାରି ୩୦ ଟଙ୍କା, ଫିଙ୍ଗର ଚିସ୍ପ ୫୦, ମାଛ ଭଜା ଓ ଚିପ୍ସ ୧୧୦ଟଙ୍କା, ଇଡ୍‌ଲି ଓ ଚଟଣି ୨୦, ସମ୍ବର, ଇଡ୍‌ଲି, ଚଟଣି ୨୫, କଡି ପକୋଡା ୩୦, କେଶରୀ ଭାତ ୩୦, ଖେଚେଡି ଓ ଆଚାର ୫୦ ଟଙ୍କା, ଲେମନ ରାଇସ ୩୦, ମସଲା ଡାଲି ବରା ୩୦, ମସଲା ଆମଲେଟ ୨୫, ସାଦା ଆମଲେଟ ୨୦, ପରିବା ପକୁଡି ୫୦, ମଟର ପନିର ୬୦, ପୋହା (ଚୂଡ଼ା ସନ୍ତୁଳା) ୨୦, ଚାଉଳ ଖିରୀ ୩୦, ସିମେଇ ଖିରୀ ୩୦, ଟମାଟୋ ରାଇସ ୫୦, ଉପମା ୨୫, ଉଥପମ ୪୦, ସତେଜ ଫଳରସ (ଜୁସ)୬୦ ଟଙ୍କା ଧାର୍ଯ୍ୟ ହୋଇଛି। ସୁପ୍‌ ୨୫, ସିଙ୍ଗଡା ଗୋଟା ୧୦, ପନିର ପକୋଡା ୫୦, ତନ୍ଦୁର ରୁଟି ଗୋଟା ୫, ସାଦା ଝୋଳ ତରକାରି ପ୍ଳେଟ ୨୦, ଶୁଖିଲା ତରକାରି ୩୫, ପାମ୍ପଡ ୫, ସାଲାଡ ୨୫, ଭାତ ପ୍ଲେଟ ୨୦, ମସଲା ପୁରି, ତରକାରି, ପିଆଜ ଥାଳି ୫୦ଟଙ୍କା ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories