www.samajalive.in
Saturday, December 13, 2025
21.1 C
Bhubaneswar

ଯାତନା ଦେଉଛି ସ୍ମାର୍ଟସିଟି, କଟକ ରୋଡ଼ରେ ଟ୍ରାଫିକ୍‌ ଅଣାୟତ୍ତ

ଭୁବନେଶ୍ବର: କଟକ ରୋଡ଼ରେ ରସୁଲଗଡ଼ରୁ ରବି ଟକିଜ ପର୍ଯ୍ୟନ୍ତ ରାସ୍ତା ଓ ଟ୍ରାଫିକ୍‌ ସମସ୍ୟାକୁ ନେଇ ଜନସାଧାରଣ ନାହିଁ ନଥିବା ହଇରାଣ ହରକତ ହେଉଥିବା ବେଳେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି। ରାସ୍ତାର ଉଭୟ ପାର୍ଶ୍ବରେ ଥିବା ବିଭିନ୍ନ ଦୋକାନ ସମ୍ମୁଖରେ ସାମଗ୍ରୀ ଗଦା ହୋଇ ରହିବା ଏବଂ ଶୋ’ ରୁମ୍‌ ସମ୍ମୁଖରେ ରାସ୍ତା ଉପରେ ଯାନବାହନ ରହିବା ଯୋଗୁଁ ଟ୍ରାଫିକ୍‌ ସମସ୍ୟା ଜଟିଳ ହେବାରେ ଲାଗିଛି।

ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ପାର୍କିଂ ସ୍ଥଳ ବାହାରେ ବେଆଇନ ପାର୍କିଂକୁ ପ୍ରୋତ୍ସାହିତ କରିବା ଏକ ନିତିଦିନିଆ ଘଟଣା ହୋଇଥିବା ବେଳେ ଏଥିପ୍ରତି ଦାୟିତ୍ବରେ ଥିବା ବିଏମ୍‌ସି କିମ୍ବା ବିଡିଏର କର୍ମଚାରୀ ଦୃଷ୍ଟି ନଦେବା ଟ୍ରାଫିକ୍‌ ସମସ୍ୟାକୁ ଅଣାୟତ୍ତ କରିଛି। ଏକ ନମ୍ବରରେ ବିଧାୟକଙ୍କ ଗେଟ୍‌ ନିକଟରେ ଗାଡ଼ି ରଖି ସାକ୍ଷାତ କରି ଫେରିବା ବେଳକୁ ପାର୍କିଂ ଫି’ ଆଦାୟ କରାଯାଉଛି। ଅଥଚ କଟକ ରୋଡ଼ର ମୁଖ୍ୟ ରାସ୍ତା ଅବରୋଧ ଉପରେ କେହି ଧ୍ୟାନ ଦେଉନାହାନ୍ତି। ପୁଲିସ ମଧ୍ୟ ଏହି ଅଞ୍ଚଳର ଟ୍ରାଫିକ୍‌ ସମସ୍ୟା ପ୍ରତି ଆଖିବୁଜି ଦେଇଛି। ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ଫାଇଦା ପାଇଁ ଦାୟିତ୍ବରେ ଥିବା କର୍ମଚାରୀଙ୍କ ସହ ବନ୍ଧୁ ବାନ୍ଧବ ସମ୍ପର୍କ ଯୋଡ଼ି ଖୋଲାଖୋଲି ନିୟମ ଉଲ୍ଲଘଂନ କରୁଛନ୍ତି। ରାସ୍ତା ଭିଡ଼ ଯୋଗୁଁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଯାନବାହନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେଉଛି। ଅନ୍ୟ ପକ୍ଷରେ ବ୍ୟବସାୟୀ, ପାର୍କିଂ ଫି’ ଆଦାୟ ଦାୟିତ୍ବରେ ଥିବା ଅଧିକାରୀ ଓ ପୁଲିସର ମଧୁଚନ୍ଦ୍ରିକା ଯୋଗୁଁ କଟକ ରୋଡ଼ ଅଧିକ ବିପଦସଙ୍କୁଳ ହୋଇପଡ଼ିଛି।

Hot this week

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

Related Articles

Popular Categories