www.samajalive.in
Saturday, December 6, 2025
15.1 C
Bhubaneswar

ଟ୍ରାକ୍ଟର ରାଲି ଉପଦ୍ରବ : ଘରକୁ ଫେରିଲେ ଲକ୍ଷ ଲକ୍ଷ କୃଷକ

ନୂଆଦିଲ୍ଲୀ : ଜାନୁଆରୀରେ ୨୬ ଟ୍ରାକ୍ଟର ରାଲିରେ ଭାଗ ନେବାକୁ କୃଷକମାନେ ଯେଉଁ ଆଗ୍ରହ ପ୍ରକାଶ କରିଥିଲେ, ସେମାନେ ବର୍ତ୍ତମାନ ସମାନ ସେହି ବେଗରେ ନିଜ ଘରକୁ ଫେରୁଛନ୍ତି । ଦିଲ୍ଲୀ ପୋଲିସ ଗତକାଲିର ଘଟଣାକୁ ନେଇ ୨୨ଟି ଏଫ୍ଆଇଆର୍ ଦାଖଲ କରିଛି ଏବଂ ଉପଦ୍ରବକାରୀଙ୍କ ଉପରେ ଅଙ୍କୁଶ ଲଗାଇଛି । ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉଛି। କୃଷକ ସଂଗଠନର ସେହି ନେତାଙ୍କ ନାମ ଏହି ଏଫଆଇଆରରେ ଯୋଡି ଦେଇଛି। ଏହି ନେତାମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସେହିମାନେ, ଯେଉଁମାନେ ସରକାରଙ୍କ ସହ ଆଲୋଚନାରେ ସାମିଲ ଥିଲେ।
ଯୋଗେନ୍ଦ୍ର ଯାଦବ ଏବଂ ରାକେଶ ଟିକାୟତଙ୍କ ଭଳି ମିଡିଆ ଚେହେରା ମଧ୍ୟ ଅସୁବିଧାରେ ପଡ଼ିପାରନ୍ତି। ତାଙ୍କ ନାମ ମଧ୍ୟ ଏଫଆଇଆରରେ ଲେଖାଯାଇଛି। ଲାଲକିଲ୍ଲାରେ ଉପଦ୍ରବ ପରେ ମଙ୍ଗଳବାର ରାତି ଏବଂ ବୁଧବାର ଦିନ ପ୍ରାୟ ଏକ ଲକ୍ଷ ଚାଷୀ ନିଜ ଟ୍ରାକ୍ଟର ସହିତ ଘରକୁ ଫେରିଗଲେଣି । କେନ୍ଦ୍ର ସରକାର ଏବେ ଆକ୍ରମଣାତ୍ମକ ମନୋଭାବରେ ଅଛନ୍ତି, ଏବେ ସରକାର ଓ କୃଷକ ନେତାଙ୍କ ମଧ୍ୟରେ ଆଉ ଆଲୋଚନା ହେବ କି ନାହିଁ ତାହା ସ୍ଥିର ହୋଇନାହିଁ।

ଜାନୁୟାରୀ ୨୨ ରୁ ଜାନୁୟାରୀ ୨୪ ମଧ୍ୟରେ ପ୍ରାୟ ଦେଢ ଲକ୍ଷ କୃଷକ ନିଜ ଟ୍ରାକ୍ଟର ସହିତ ଦିଲ୍ଲୀ ସୀମାରେ ପହଞ୍ଚିଥିଲେ ଏବଂ କୃଷକ ସଂଗଠନ ସାଧାରଣତନ୍ତ୍ର ଦିବସରେ ଏକ ଟ୍ରାକ୍ଟର ରାଲି କରିବାକୁ ଘୋଷଣା କରିଥିଲେ। ଏହି ଟ୍ରାକ୍ଟରଗୁଡ଼ିକ ମଧ୍ୟରୁ ଅଧିକାଂଶ ପଞ୍ଜାବ ଅଞ୍ଚଳରୁ ଆସିଥିଲା। ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର ଟ୍ରାକ୍ଟର ମଧ୍ୟ ଦିଲ୍ଲୀରେ ପହଞ୍ଚିଥିଲେ। କିନ୍ତୁ ଏଭଳି ଅଘଟଣ ଓ ଅପ୍ରିତିକର ପରିସ୍ଥିତି ହେବ ବୋଲି ଆଶା କରାଯାଉ ନ ଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories