www.samajalive.in
Monday, December 15, 2025
16.1 C
Bhubaneswar

ସାମାନ୍ୟ ବଚସା ରୁ ଗଣ୍ଡଗୋଳ, ଜଣେ ମୃତ

ନବରଙ୍ଗପୁର : ସାମାନ୍ୟ ବଚସାକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ପରେ ଜଣେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ନରସିଂହ ଗୁଡା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ଥବିର ଯାନୀ।  ମୃତକ ଙ୍କ ବାପା ଘାସି ଯାନୀଙ୍କ  କହିବା ଅନୁସାରେ ଥବିର ବାହାର ରାଜ୍ୟରେ ରହି କାମ କରୁଥିଲେ ।  କିଛି ଦିନ ପୂର୍ବରୁ ସେ ଘରକୁ ଆସିଥିଲେ ।  ଗତକାଲି ଗ୍ରାମରେ ଏକ ଦଶାହ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଘରକୁ ଫେରିଥିଲେ ଏହି ସମୟରେ  ଥବିରଙ୍କୁ ନିଜ ଗ୍ରାମର କିଛି ସାଙ୍ଗ ଡାକିଥିଲେ । ଥବିର ସାଙ୍ଗ ମାନଙ୍କ ସହ ଗ୍ରାମର ବିଷୋୟୀ ସାହି କୁ ଯାଇଥିଲେ। ତେବେ ପୂର୍ବରୁ ସେହି ସାହିରେ ଉପସ୍ଥିତ ଥିବା କିଛି ଯୁବକଙ୍କ ସହ ଶତ୍ରୁତା ଥିଲା। ପୂର୍ବ ଶତ୍ରୁତା କେନ୍ଦ୍ର କରି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଘଟଣା ଉଗ୍ର ରୂପ ନେଇ ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ସଂଘ ବଦ୍ଧ ଆକ୍ରମଣରେ ନରସିଂହ ଗୁଡାର ଥବିର ଯାନୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା । ପରେ ଗ୍ରାମବାସୀ ମାନେ ଗୁରୁତର ଅବସ୍ଥାରେ ଥବିର ଯାନୀଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ତେବେ ଗ୍ରାମବାସୀମାନେ ଥବିରଙ୍କ ଆକ୍ରମଣକାରୀ ଜଣକୁ କାବୁ କରି ପୁଲସକୁ ଜଣାଇଥିଲେ। ପୁଲିସ ପହଞ୍ଚି ପ୍ରାଥମିକ  ତଦନ୍ତ କରି ଗ୍ରାମବାସୀ ଅଟକ ରଖିଥିବା ଜଣକ ସହ ଅନ୍ୟ ଦୁଇ ଜଣକୁ ଅଟକ ରଖିଛି । ସେମାନେ  ନବରଙ୍ଗପୁର ର ଜୟନ୍ତ ବେନିୟା, ରୋହିତ ବେନିୟା , ପଡାଲଗୁଡାର ଆବୁ ସଲାମ ନାଗ ବୋଲି ଜଣାପଡିଛି । ବର୍ତ୍ତମାନ ନବରଙ୍ଗପୁର ପୁଲିସ ଓ ତେନ୍ତୁଳିଖୁଣ୍ଟି ପୁଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି । ତେବେ ଥବିର ବାହାରେ ରହି କାମ କରୁଥିବାରୁ ତାଙ୍କର କୌଣସି ଶତ୍ରୁ ଥିବା ସେ ଜାଣିନଥିବା ଥବିରଙ୍କ ବାପା ପ୍ରକାଶ କରିଛନ୍ତି ।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories