www.samajalive.in
Saturday, December 6, 2025
15.1 C
Bhubaneswar

ବାଙ୍କୀରେ ଏକାଧିକ ବିଦେଶାଗତ ପକ୍ଷୀଙ୍କ ମୃତ୍ୟୁ, ବାର୍ଡ ଫ୍ଲୁ ଆଶଙ୍କା

ବାଙ୍କୀ: ଶୀତଦିନେ ଓଡ଼ିଶାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ। ଚିଲିକା, ଅଂଶୁପା ସମେତ ବିଭିନ୍ନ ହ୍ରଦରେ ଏମାନଙ୍କ କଳରବ ପରିବେଶକୁ ବେଶ୍‌ ମୁଖରିତ କରେ। କିନ୍ତୁ ଏବେ ଏମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଥିବା ଆଶଙ୍କା ଉପୁଜିଛି। ବାଙ୍କୀ ଅଞ୍ଚଳରେ ଏକାଧିକ ବିଦେଶାଗତ ପକ୍ଷୀଙ୍କ ମୃତଦେହ ଠାବ ହେବା ପରେ ବାର୍ଡ ଫ୍ଲୁ ଆଶଙ୍କା ସୃଷ୍ଟି ହୋଇଛି।

ବୁଧବାର ବାଙ୍ଗୀ ଗଡ଼ରେ ରୁଡି ଶେଲ୍‌ ଡକ୍‌ ନାମକ ବିଦେଶା ଗତ ପକ୍ଷୀଙ୍କ ମୃତଦେହ ବିଲରେ ପଡ଼ିଥିବା ଦେଖାଯାଇଥିଲା। କିଛି ଛଟପଟ ମଧ୍ୟ ହେଉଥିଲେ। ଦେଶର ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପିଥିବାବେଳେ ଏହା ଓଡିଶା ପହଞ୍ଚିଥିବା ଆଶଙ୍କାରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।

- Advertisement -

ବାଙ୍କୀ ଗଡ଼ରେ ଏହି ଘଟଣା ଦେଖିବା ପରେ ସ୍ଥାନୀୟ ଯୁବକମାନେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ସୂଚନା ଦେଇଥିଲେ। ସେ ଘଟଣା ସ୍ଥଳରେ ପହଞ୍ଚି ମୃତ ପକ୍ଷୀଙ୍କ ଫଟୋ ଓ ଭିଡ଼ିଓ ସ୍ନେକ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ପଠାଇଥିଲେ। ଶୁଭେନ୍ଦୁ କୌଣସି ପକ୍ଷୀଙ୍କୁ ନ ଛୁଇଁବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେବା ସହିତ ଉକ୍ତ ଫଟୋ ଏବଂ ଭିଡିଓକୁ ଖୋର୍ଦ୍ଧା ଏସିଏଫଙ୍କ ନିକଟକୁ ପଠାଇ ତୁରନ୍ତ ପଦକ୍ଷେପ ନେବା ଲାଗି ଅନୁରୋଧ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories