www.samajalive.in
Wednesday, December 10, 2025
23.1 C
Bhubaneswar

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରି ଦେଶର ବିକାଶ ଧାରା ସ୍ଥାଣୁ ପାଲଟିଯାଇଥିବା କହିଲେ ସଭାପତି ନିରଞ୍ଜନ

୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓଡ଼ିଶାରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରି ପଦ୍ମବିଭୂଷଣ ଓ ପଦ୍ମଶ୍ରୀ ସମ୍ମାନ ପାଇବାକୁ ବିବେଚିତ ହୋଇଥିବା ସୁଦର୍ଶନ ସାହୁ, ରଜତ କୁମାର କର, କ୍ରିଷ୍ଣୁ ମୋହନ ପାଠି, ଶାନ୍ତି ଦେବୀ, ପୂର୍ଣ୍ଣବାସୀ ଜାନୀ ଓ ନନ୍ଦକିଶୋର ପୃଷ୍ଟିଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉତ୍ତରୋତ୍ତର କାମନା କରିଛନ୍ତି। ଆଜି ଭୁବନେଶ୍ୱର କଂଗ୍ରେସ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସେ ରାଜ୍ୟ ପୁଲିସ ବିଭାଗରେ ନିଷ୍ଠାର ସହ କାର୍ଯ୍ୟ କରି ରାଜ୍ୟପାଳ ପଦକ ପାଇଥିବା ୨୦ ଜଣ ପୁଲିସ କର୍ମଚାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

- Advertisement -

ସେ ଗଣମାଧ୍ୟମକୁ କହିଛନ୍ତି ଯେ ଦେଶର ବିକାଶ ଧାରା ଏବେ ସ୍ଥାଣୁ ପାଲଟି ଯାଇଛି। ସେ କହିଛନ୍ତି ଯେ, ଆଜି ଏଭଳି ସମୟ ପହଂଚିଛି ଯେତେବେଳେ ଗଣ୍ତନ୍ତ୍ରକୁ ଅବରୋଧ କରାଯାଉଛି ଏବଂ ସାମାଜିକ ନ୍ୟାୟ ମିଳିବାରେ ଅବହେଳା ହେଉଛି। ସମ୍ବିଧାନର ନୀତି ଆଦର୍ଶକୁ ଏଡାଇ ଯାଇ ଦଳୀୟ ନୀତି ଆଦର୍ଶକୁ ଦେଶବାସୀଙ୍କ ଉପରେ ଲଦିଦେବା ଦେଶ ପାଇଁ ବିପଦ ସୃଷ୍ଟି କରିଛି ବୋଲି ନିରଞ୍ଜନ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ସର୍ବଶ୍ରୀ ଜୟଦେବ ଜେନା, ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ବିପିନ୍ ଦାସ, କିଶୋର ଜେନା, ଅମୀୟ ପଟ୍ଟନାୟକ, ମନୋରଞ୍ଜନ ଦାଶ, ବିଶ୍ୱଜିତ ଦାସ, ସ୍ମୃତିରଂଜନ ଲେଙ୍କା, ୟାସିର ନୱାଜ, ରଶ୍ମି ମହାପାତ୍ର, ସଂଜୟ ମିଶ୍ର, ହଳଧର ସେଠୀ, ସନ୍ଧ୍ୟା ମହାପାତ୍ର, ପଦ୍ମାକର ଗୁରୁ, ଜିଆଉଲ୍ ହକ୍‌, ବାଙ୍କନିଧି ବେହେରା, ଦୀପକ ମହାପାତ୍ର, ମନୋରଞ୍ଜନ ରାଉତରାୟ, ସ୍ୱାଧିନବାଳା ଦାସ, ଲିଙ୍ଗରାଜ ସାହୁ, ମଧୁସ୍ମିତା ସେଠୀ, ସୁବ୍ରତ ମହାପାତ୍ର, ମନୋଜ ନାୟକ, ମୋହନ ଜେନା, ଜୟନ୍ତ ଭୋଇ, କୁସୁମ ପ୍ରଧାନ, ଶ୍ରିୟାସ୍ମିତା ପଣ୍ଡା, ଦେବୀପ୍ରସାଦ ବାହାଲିଆ, ମାନସ ଆଚାର୍ଯ୍ୟ, ରଜନୀ ମହାନ୍ତି, କନକଲତା ମଲିକ, ପ୍ରକାଶ ମିଶ୍ର, ଭାସ୍କର ସେଠୀ, କୁଳମଣି ସାହୁ, ନଳିନୀ ବେହେରା, ଜୟକୃଷ୍ଣ ମଲିଆ, ଚୈତାଳି ପଟ୍ଟନାୟକ, ସଂକୁନା କହଁର, ଜୟକୃଷ୍ଣ ସୁବୁଦ୍ଧି, ସୁବାସ ପ୍ରଧାନ, ସୁଶାନ୍ତ ତ୍ରିପାଠୀ, ରାଜକିଶୋର ବାରିକ, କୈଳାସ ସାହୁ, କହ୍ନେଇ ସେଠୀ, ସୁଭଦ୍ରା ମିଶ୍ର, ଅଶୋକ ଦାସ, ଅଜୟ ମହାନ୍ତି, ପ୍ରକାଶ ମହାନ୍ତି, ଖଗେଶ୍ୱର ମଲିକ, ଝୁଲିଆ ବାରିକ, ରବିନ୍ଦ୍ର ବେହେରା, ସନ୍ଧ୍ୟାରାଣୀ ଦାସ, ରଂଜିତ ପାତ୍ର, ତାପସ ସେଠୀ, ମୁନି ଥାପା, ମନୋରଂଜନ କୁଣ୍ଡୁ, ଗୋକୁଳାନନ୍ଦ ମହାପାତ୍ର, ସୁଚନ୍ଦ୍ର ବାରିକ, ରମେଶ ପାତ୍ର, ବାଦଲ ମଲିକ, ଭୀମସେନ ଭୋଇ ପ୍ରମୁଖ ବହୁ ନେତୃବୃନ୍ଦ ଓ କର୍ମୀ ଅଂଶଗ୍ରହଣ କରିଥିଲେ।

Hot this week

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

Related Articles

Popular Categories