www.samajalive.in
Saturday, December 13, 2025
27.1 C
Bhubaneswar

ରାହୁଲ୍‍ଙ୍କୁ ଓସମାନିଆ ବିଶ୍ୱବିଦ୍ୟାଳୟ ମନା!

ହାଇଦ୍ରାବାଦ୍‍: ଓସମାନିଆ ବିଶ୍ୱବିଦ୍ୟାଳୟରେ ରାହୁଲ୍‍ ଗାନ୍ଧିଙ୍କ ସଭା ଉପରେ ତେଲେଙ୍ଗାନା ସରକାର ପରୋକ୍ଷ ନିଷେଧାଦେଶ ଜାରି କରିଥିବା ଜଣାପଡ଼ିଛି। ଅଗଷ୍ଟ ୧୪ ତାରିଖ ଦିନ ବିଶ୍ୱବିଦ୍ୟାଳୟର ଆର୍ଟସ୍‍ ବ୍ଲକ୍‍ରେ ରାହୁଲ୍‍ ଗାନ୍ଧି ଉଦ୍‍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ସହାୟତାରେ ତେଲେଙ୍ଗାନା କଂଗ୍ରେସ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। କିନ୍ତୁ କୌଣସି ରାଜନୈତିକ ସଭା ବା ସମ୍ମିଳନୀ ଦ୍ୱାରା ବିଶ୍ୱବିଦ୍ୟାଳୟ ପରିସର ଅଶାନ୍ତ ହେବାର ଆଶଙ୍କା ଥିବା ଦର୍ଶାଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖାଯାଇଥିବା ଜଣାପଡ଼ିଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦେଶ ଆଧାରରେ ଉଚ୍ଚଶିକ୍ଷା ବିଭାଗ ଏଭଳି ଚିଠି ଲେଖିଥିବା କୁହାଯାଉଛି।
ଓସ୍‍ମାନିଆ ବିଶ୍ୱବିଦ୍ୟାଳୟ ସ୍ୱୟଂଶାସିତ ଅନୁଷ୍ଠାନ ହୋଇଥିବାରୁ ସେଠାରେ କୌଣସି ସମ୍ମିଳନୀ କିମ୍ବା କାର୍ଯ୍ୟକ୍ରମ ପାଇଁ ସରକାର କିମ୍ବା ପୁଲିସ ପ୍ରତ୍ୟକ୍ଷ ଭାବେ ଅନୁମତି ଦେଇପାରିବେ ନାହିଁ କି ବାତିଲ୍‍ କରିପାରିବେ ନାହିଁ। ଯଦି ସରକାର ସେଭଳି କିଛି ପଦକ୍ଷେପ ନିଅନ୍ତି ତେବେ କଂଗ୍ରେସ କିମ୍ବା ଛାତ୍ରସଂଗଠନ ପକ୍ଷରୁ ହାଇକୋର୍ଟର ଦ୍ୱାରସ୍ଥ ହୋଇପାରନ୍ତି। ତେଣୁ କୌଣସି ଆଇନ୍‍ଗତ ଝାମେଲା ମଧ୍ୟରେ ସରକାର ପଶିବାକୁ ଚାହୁଁନାହାନ୍ତି। ଅପରପକ୍ଷରେ ସେଠାରେ ରାହୁଲ୍‍ ଗାନ୍ଧିଙ୍କ ଉପସ୍ଥିତିକୁ ମଧ୍ୟ ସରକାର ସହଜରେ ଗ୍ରହଣ କରିପାରୁନାହାନ୍ତି।
ସ୍ୱତନ୍ତ୍ର ରାଜ୍ୟ ଗଠନ ବେଳେ ତେଲେଙ୍ଗାନା ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବାରୁ ଛାତ୍ର ସଂଗଠନ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏହାର ଫାଇଦା ଉଠାଇ କଂଗ୍ରେସ ଛାତ୍ର ସଂଗଠନର ନିକଟତର ହେବାରେ ଲାଗିଛି। ଏହି କାରଣରୁ ତେଲେଙ୍ଗାନା ସରକାର ଓସ୍‍ମାନିଆ ବିଶ୍ୱବିଦ୍ୟାଳୟ ପରିସରରେ କଂଗ୍ରେସର କୌଣସି ସମ୍ମିଳନୀ କରାଇ ଦେବାକୁ ଚାହୁଁଚାହାନ୍ତି।
ସରକାର ଏଭଳି ଏକ କୌଶଳ ଆପଣେଇବାକୁ ଚାହୁଁଛନ୍ତି ଯାହାଦ୍ୱାରା ଏକପକ୍ଷରେ ସଭା ବାତିଲ୍‍ ହୋଇଯିବ ଏବଂ ଅପରପକ୍ଷରେ କୌଣସି ଆଇନଗତ ସମସ୍ୟା ସୃଷ୍ଟି ହେବ ନାହିଁ। ଏଥିପାଇଁ ଅଗଷ୍ଟ ୧୫ ବା ସ୍ୱାଧୀନତା ଦିବସକୁ ତେଲେଙ୍ଗାନା ସରକାର ଆଳ କରିଛନ୍ତି। ଅଗଷ୍ଟ ୧୫ ତାରିଖ ଦିନ ବିଶ୍ୱବିଦ୍ୟାଳୟ ପରିସରରେ ସ୍ୱାଧୀନତା ଦିବସ ପାଳନ ହେବାର କାର୍ଯ୍ୟକ୍ରମ ଥିବାରୁ ତା’ ପୂର୍ବ ଦିନ ସେଠାରେ କୌଣସି ରାଜନୈତିକ ସଭା ହେଲେ ପରିସର ଅଶାନ୍ତ ହେବା ସହିତ ନିରାପତ୍ତା ବିପନ୍ନ ହେବାର ଆଶଙ୍କା ଦର୍ଶାଇ ରାହୁଭ୍‍ଙ୍କ ସଭାକୁ ବାତିଲ୍‍ କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପରେ ତେଲେଙ୍ଗାନା ସରକାର ପରୋକ୍ଷ ଚାପ ସୃଷ୍ଟି କରୁଥିବା କୁହାଯାଉଛି। ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ରାଜନୈତିକ ସଭା ଓ ସମ୍ମିଳନୀକୁ ନିଷେଧ କରିବା ପାଇଁ କର୍ତ୍ତୃପକ୍ଷ ଖୁବ୍‍ ଶୀଘ୍ର ବିଜ୍ଞପ୍ତି ଜାରି କରିିପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories