କଟକ: ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି। ଏଥିପାଇଁ ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହୋଇ ଉଠିଛି। ତେବେ ଶ୍ରାବଣ ମାସରେ ଜଳାଭିଷେକ ଆଠଗଡରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଜଣେ କାଉଡିଆଙ୍କ ଜଳଲାଗି କରିବା ପୂର୍ବରୁ ମୃତ୍ୟୁ ହୋଇ ଯାଇଛି। ଜଳ ନେଇ ଯାଉଥିବା ସମୟରେ ପାଇକେରାପୁର ଅଞ୍ଚଳରେ ରାସ୍ତାକଡରେ ପଡି ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରି ନାହିଁ।
Popular Categories



