www.samajalive.in
Wednesday, December 10, 2025
26.1 C
Bhubaneswar

୨୫ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

ଯାଁଳା: ଆସନ୍ତା ୨୫ ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍‍ସ) ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଏନେଇ ନେଇ ଏମ୍‍ସ କର୍ତ୍ତୃପକ୍ଷଙ୍କ ନିକଟକୁ ବିଧିବଦ୍ଧ ଭାବରେ ଉପରାଷ୍ଟ୍ରପତି ଭବନରୁ ଚିଠିି ମଧ୍ୟ ଆସିସାରିଛି।
ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୬ରେ ହେବାକୁ ଥିବା ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ଉପରାଷ୍ଟ୍ରପତି ଆସିଥାନ୍ତେ। କୌଣସି କାରଣରୁ ଏହି ତାରିଖକୁ ପରିବର୍ତ୍ତନ କରାଯାଇ ଅଗଷ୍ଟ ୨୫ରେ ଉପରାଷ୍ଟ୍ରପତି ଆସିବା ନେଇ ଦିନ ଧାର୍ଯ୍ୟ ହୋଇଛି। ଉପରାଷ୍ଟ୍ରପତି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଅବସରରେ ଏମ୍‍ସରେ ଏନଟିପିସି ପକ୍ଷରୁ ୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଅତ୍ୟାଧୁନିକ ବର୍ଣ୍ଣ କେୟାର ୟୁନିଟ୍‍ ଓ ନାଲ୍‍କୋ ପକ୍ଷରୁ ୨୫ କୋଟି ଟଙ୍କା ବ୍ୟୟ ବରାଦରେ ହେବାକୁ ଥିବା ଧର୍ମଶାଳାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିସହ ଏଠାରେ ପ୍ରତିଷ୍ଠା ହୋଇଥିବା ଅକ୍ସିଜେନ୍‍ ପ୍ଲାଣ୍ଟ ଉଦ୍‍ଘାଟନ ମଧ୍ୟ କରିବେ। ଉପରୋକ୍ତ କାର୍ଯ୍ୟକ୍ରମ ପରେ ସେହିଦିନ ଉପରାଷ୍ଟ୍ରପତି ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories