www.samajalive.in
Sunday, December 14, 2025
19.1 C
Bhubaneswar

ଏଥର ବଦଳିବ ଯୁକ୍ତ ଦୁଇ ପ୍ରଶ୍ନପତ୍ର ଢାଞ୍ଚା : ଆସିବ ୫୦ ମାର୍କର ଅତି ସଂକ୍ଷିପ୍ତ ପ୍ରଶ୍ନ

ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାର ପ୍ରଶ୍ନପତ୍ର ଢାଞ୍ଚା ବଦଳିବା ପରେ ଯୁକ୍ତ ଦୁଇ ପ୍ରଶ୍ନପତ୍ରରେ ପରିବର୍ତ୍ତନ କରିବାକୁ ଯୋଜନା କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାର ପଶ୍ନପତ୍ର ଢାଞ୍ଚାକୁ ଏଥର ପରିବର୍ତ୍ତନ କରାଯିବ। କରେନା ଯୋଗୁଁ ପାଠପଢା ବହୁଳ ଭାବେ ପ୍ରଭାବିତ ହୋଇଥିବାରୁ ପରିଷଦ ପକ୍ଷରୁ ଏଭଳି ଯୋଜନା କରାଯାଇଛି। ଦୀର୍ଘ ୯ ମାସ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ୩୦ % ପାଠ୍ୟକ୍ରମ କମାଯାଇଥିବାବେଳେ ଏବେ ପୁଣି ପ୍ରଶ୍ନପତ୍ର ଢାଞ୍ଚାରେ ପରିବର୍ତ୍ତନ କରାଯିବ। ଏହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ପରିଷଦର ପଦାଧିକାରୀଙ୍କୁ ନେଇ ନିୟମିତ ଭାବେ ବୈଠକ ହେଉଛି। ତେବେ ଏଥର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଅପେକ୍ଷ ସଂକ୍ଷିପ୍ତ ଓ ଅତି ସଂକ୍ଷିପ୍ତ ଧମୀ ପ୍ରଶ୍ନପତ୍ରକୁ ଅଧିକ ଗୁରୁତ୍ବ ଦେବାକୁ ସ୍ଥିର କରାଯାଇଛି। ତେବେ ଏଯାବତ୍‌ ପରିଷଦ ପକ୍ଷରୁ ଏନେଇ ଘୋଷଣା କରାଯାଇ ନଥିଲେ ମଧ୍ୟ ଖୁବ୍‌ ଶୀଘ୍ର ପ୍ରଶ୍ନପତ୍ର ସମ୍ବନ୍ଧରେ ବିଜ୍ଞପ୍ତି ପ୍ରକାଶ କରି ପରୀକ୍ଷାର୍ଥୀଙ୍କୁ ଅବଗତ କରାଯିବ। ମିଳିଥିବା ସୂଚନା ଅନୁଯାୟୀ ପୂର୍ବପରି ଛାତ୍ରଛାତ୍ରୀ ସମୁଦାୟ ଶହେ ମାର୍କର ପରୀକ୍ଷା ଦେବେ। ଅଳ୍ପ କେତେକ ପରୀକ୍ଷା କେନ୍ଦ୍ରକୁ ଛାଡ଼ିଲେ ଅନ୍ୟ ସମସ୍ତ କେନ୍ଦ୍ର ଅପରିବର୍ତ୍ତିତ ରହିବ। ସେଲ୍ଫ ଫାଇନାନନ୍ସିଂ ଓ ଘରୋଇ କଲେଜ ବ୍ୟତୀତ ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ପୂର୍ବଭଳି ନିଜ କନିଷ୍ଠ ମହାବିଦ୍ୟାଳୟରେ ପରୀକ୍ଷା ଦେବେ । ତେବେ ପୂର୍ବରୁ ସାଢେ ସାତ ମାର୍କ ବିଶିଷ୍ଟ ଆସୁଥିବା ପ୍ରଶ୍ନ ଏଥର ଆସିବନି। ସାଢେ ସାତମାର୍କ ବଦଳରେ ଦୀର୍ଘ ପ୍ରଶ୍ନ ୫ ମାର୍କ ସମ୍ବଳିତ ହେବ। ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ସାଢେ ୭ ମାର୍କର ୪ଟି ପ୍ରଶ୍ନ ଆସୁଥିଲା। ଏହାର ସମୁଦାୟ ମାର୍କ ୩୦ ରହିଥିଲା। ତେବେ ଏଥର ସାଢେ ୭ ମାର୍କ ବଦଳରେ ୫ ମାର୍କ ବିଶିଷ୍ଟ ୬ଟି ପ୍ରଶ୍ନ(୩୦ ମାର୍କର) ପକାଇବାକୁ ପରିଷଦ ପକ୍ଷରୁ ଯୋଜନା କରାଯାଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories