www.samajalive.in
Sunday, December 7, 2025
18.1 C
Bhubaneswar

ମାନବାଧିକାର ଆୟୋଗରେ ୧୫, ୫୩୮ ମାମଲା ବିଚାରାଧୀନ

-ଚଳିତବର୍ଷ ରୁଜୁ ହୋଇଛି ୨୯୧୦ ମାମଲା,-ରଥ ଉପରେ ନ ଚଢ଼ିବା ପ୍ରସଙ୍ଗ; ଦଇତାଙ୍କୁ ଦିଆଯାଇଛି ୧.୪୪କୋଟି

ଭୁବନେଶ୍ବର : ରାଜ୍ୟରେ ମାନବାଧିକାର ଆଇନ ଉଲ୍ଲଙ୍ଘନ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ଅଦ୍ୟାବଧି ୧୫ହଜାର ୫୩୮ଟି ମାମଲା ମାନବାଧିକାର ଆୟୋଗରେ ବିଚାରାଧୀନ ରହିଛି ବୋଲି ଆଇନ ବିଭାଗ ତଥ୍ୟରୁ ଜଣାଯାଇଛି।
ବିଭାଗର ସୂଚନା ଅନୁଯାୟୀ ମାନବିକ ଅଧିକାର ଉଲ୍ଲଙ୍ଘନ ନେଇ ଚଳିତବର୍ଷ ରାଜ୍ୟରେ ୨୯୧୦ଟି ନୂତନ ମାମଲା ରୁଜୁ ହୋଇଛି। ପୂର୍ବରୁ ୧୩ହଜାର ୭୪୫ଟି ମାମଲା ବିଚାରାଧୀନ ରହିଥିଲା। ସେଥିମଧ୍ୟରୁ ଚଳିତବର୍ଷ ଅଦ୍ୟାବଧି ୧୧୧୭ଟି ମାମଲାର ଶୁଣାଣି ହୋଇଛି। ଆୟୋଗ ୧୩ଟି ହାଜତ ମୃତ୍ୟୁ ଓ ଏନକାଉଣ୍ଟର ମାମଲାରେ ମୃତ୍ୟୁ ପୀଡ଼ିତାଙ୍କୁ ୨୬ଲକ୍ଷ ୨୫ହଜାର ଟଙ୍କାର କ୍ଷତିପୂରଣ ଦେବାକୁ ସରକାରଙ୍କୁ ସୁପାରିସ କରିଛି। ମାନବାଧିକାର ଉଲ୍ଲଙ୍ଘନକୁ ରୋକିବାପାଇଁ ପେନସନ ଅନାଦାୟ, ନିରାପଦ ପାନୀୟଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ଓ ନିରାପଦ ବିଦ୍ୟାଳୟଗୃହ ନିର୍ମାଣ ଇତ୍ୟାଦି ମାମଲାରେ ଆୟୋଗ ହସ୍ତକ୍ଷେପ କରିଛି। ଦୂରଦୂରାନ୍ତରେ ମଧ୍ୟ ମାନବିକ ଅଧିକାର ସୁରକ୍ଷା ପାଇଁ ମାନବାଧିକାର ଆୟୋଗ ପକ୍ଷରୁ ବୈଠକ କରାଯାଉଛି।
ବିଭାଗର ତଥ୍ୟ ଅନୁଯାୟୀ ରାଜ୍ୟରେ ୨୦୧୯-୨୦ ଆର୍ଥିକବର୍ଷ ୬ଟି ଲୋକଅଦାଲତ ହୋଇଥିବାବେଳେ ୧୨ହଜାର ୭୪୮ଟି ମାମଲାର ଫଇସଲା ହୋଇଛି। ଏହି ସମୟ ମଧ୍ୟରେ ୧୪୭କୋଟି ୯୧ଲକ୍ଷ ୯୩ହଜାର ୨୫୩ ଟଙ୍କା ଜୋରିମାନା ବାବଦକୁ ଆଦାୟ ହୋଇଛି। ସେହିପରି ମଧୁବାବୁ ଆଇନ ସହାୟତା ଶିବିର ଯୋଜନାରେ ୧୮ଟି ଜିଲାରେ ୧୦୦ଟି ବ୍ଲକରେ ୧୮୭୩ଟି ପଞ୍ଚାୟତରେ ଆଇନ ସହାୟତା କାର୍ୟ୍ୟକ୍ରମ କରାଯାଇଥିଲା। ଏହି ସମୟରେ ୩୯୮୬ ହିତାଧିକାରୀଙ୍କୁ ମାଗଣାରେ ଆଇନ ସହାୟତା ଯୋଗାଇ ଦିଆଯାଇଛି। ଚଳିତବର୍ଷ ଶେଷ ସୁଦ୍ଧା ରାଜ୍ୟରେ ୬୦୦ ଲୋକଅଦାଲତ କରାଯିବା ସହିତ ୧୧୦୦ ଆଇନ ସଚେତନତା ଶିବିର କରାଯିବ। ଏଥିରେ ରାଜ୍ୟର ବିଭିନ୍ନ ବର୍ଗର ପ୍ରାୟ ୫୦ହଜାର ମାମଲା ଫଇସଲା କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ସବୁଠାରୁ ବଡ଼କଥା ହେଲା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଲାଗି ଆଇନ ବିଭାଗ ପକ୍ଷରୁ ଚଳିତବର୍ଷ ୬୪କୋଟି ୪୦ଲକ୍ଷ ୩୪ହଜାର ଟଙ୍କା ସମସ୍ତ ପ୍ରଶାସନିକ ଖର୍ଚ୍ଚ ଲାଗି ପ୍ରଦାନ କରାଯାଇଛି। ସେଥିରୁ କୋଭିଡ଼ ମୁକାବିଲା ଲାଗି ବିଶେଷ ଅନୁଦାନ ବାବଦରେ ୪୦କୋଟି ଟଙ୍କା ଏବଂ ତୀର୍ଥ ଯାତ୍ରୀମାନଙ୍କୁ ରଥ ଉପରେ ନଚଢ଼ାଇବା ଲାଗି ଦଇତାପତିଙ୍କୁ କ୍ଷତିପୂରଣ ବାବଦରେ ୧କୋଟି ୪୪ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି। ଏହାବାଦ୍ ଭିତ୍ତିଭୂମି ନିର୍ମାଣ ପାଇଁ ୨୭୦କୋଟି ୯୬ ଲକ୍ଷ ୨୩ହଜାର ୬୨୩ ଟଙ୍କା ଏବଂ ୧୦୨କୋଟି ୯୮ଲକ୍ଷ ୫୦ହଜାର ୬୦୦ଟଙ୍କା ପୃଥକ ଭାବେ ନିବେଶ କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories