www.samajalive.in
Monday, December 8, 2025
27.1 C
Bhubaneswar

ନାଟେରୀରେ ଭୟାବହ ଅଗ୍ନିକାଣ୍ଡ: ୮ପରିବାରର ୧୨ବଖରା ଭଷ୍ମୀଭୂତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ 

ବାଙ୍କୀ: ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱର ପଂଚାୟତ ଅଧିନ ନାଟେରୀ ଗ୍ରାମରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭଷ୍ମୀଭୂତ ହୋଇଯାଇଛି । ୮ଗୋଟି ପରିବାରର ୧୨ବଖରା ଘର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡି ନଥିଲେ ମଧ୍ୟ ବିଦ୍ୟୁତ୍ ସଟ୍ ସର୍କିଟ୍ ଯୋଗୁଁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ସୂଚନା ଥାଉକି ଆଜି ସକାଳ ୧.୩୦ମିନିଟ୍‌ରେ ପ୍ରଶାନ୍ତ କୁମାର ରାଉତ ରା, ବିଜୟ କୁମାର ରାଉତରା, ବାସୁଦେବ ସର୍ଦ୍ଦାର ସିଂହ, ଅଗାଧୁ ଚରଣ ସିଂହ, ହୃଦାନନ୍ଦ ସର୍ଦ୍ଦାର ସିଂହ, ପ୍ରଦୀପ କୁମାର ଉଠାଣ ସିଂହ, ସତିକାନ୍ତ ପାଇକ ରାୟ, ଧ୍ରୁବ ଚରଣ ନଗେନ୍ଦ୍ର, ରଘୁନାଥ ଦାସ , ମଣି ଦାସଙ୍କ ଘର ସମ୍ପୂର୍ଣ୍ଣ ରୂପେ ପୋଡି ଯାଇଥିବା ବେଳେ ୮ଗୋଟି ପରିବାରର ଜୀବନ ବଞ୍ଚିଯାଇଥିବା ଜଣାପଡିଛି । ଅନ୍ୟପଟେ ଲକ୍ଷାଧିକ ଟଙ୍କାର ଧାନ, ଚାଉଳ, ବିରି, ମୁଗ ସମେତ ଘରର ସମସ୍ତ ଆସବା ପାତ୍ର ପୋଡି ପାଉଁଶ ହୋଇଯାଇଛି । ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀ ରବିବାର ହୋଇଥିବା ହେତୁ ଏ ପର୍ୟ୍ୟନ୍ତ ପହଞ୍ଚି ନଥିବା ବେଳେ ଅଗ୍ନିବିପନ୍ନ ମାନେ ଖୋଲା ଆକାଶ ତଳେ ପଡି ରହିଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories