www.samajalive.in
Monday, December 8, 2025
27.1 C
Bhubaneswar

ଗୋପାଳପୁର ପୁଲିସ ପକ୍ଷରୁ ସଡ଼କ ସୁରକ୍ଷା  ସଚେତନତା କାର୍ଯ୍ୟକ୍ରମ

ଗୋପାଳପୁର : ସାରା ଦେଶରେ ଚାଲୁ ରହିଥିବା ସଡକ ସୁରକ୍ଷା ସପ୍ତାହ ପାଳନର ଶେଷ ଦିବସରେ ଗୋପାଳପୁର ପୁଲିସ ପକ୍ଷରୁ ୩୨ତମ ଜାତୀୟ ସଡ଼କ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ବେଳାଭୂମି ପରିସରରେ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ସଦର ଏସଡିପିଓ ଜୟନ୍ତ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସଭା ପରିଚାଳନା କରିଥିଲେ। 
ପୂର୍ବରୁ ବସଷ୍ଟାଣ୍ଡ ଛକ ଠାରେ ନିଜେ ଏସଡିପିଓ ଶ୍ରୀ ମହାପାତ୍ର ଓ ଅନ୍ୟ ପୁଲିସ କର୍ମଚାରୀ କର୍ମଚାରୀ ଉପସ୍ଥିତ ରହି ଜମଦୁତ ବେଶ ଧାରୀ କଳାକାର ଙ୍କ ଦ୍ଵାରା ଗାଡି ଚାଳକ ମାନଙ୍କୁ ସଡକ ସୁରକ୍ଷା ନେଇ ସଚେତନତା କରିବା ସହ ଗାଡି ଚଳାଇବା ବେଳେ ହେଲମଟ ପିନ୍ଧିବା, ସିଟ ବ୍ୟାଲଟ ବାନ୍ଧିବା , ମୋବାଇଲ ରେ କଥା ହୋଇ ଗାଡି  ନ ଚଳାଇବା ଏବଂ ମଦ୍ୟ ପାନ ନ କରି ଗାଡ଼ି ନଚଳାଇବା ଭଳି ବାର୍ତ୍ତା ନେଇ ସଚେତନତା କରାଇଥିଲେ।  ବେଳାଭୂମି ପରିସରରେ  ସଚେତନତା କାର୍ଯ୍ୟକ୍ରମ ସହ ପଥପ୍ରାନ୍ତ ନାଟକର ଆୟୋଜନ କରାଯାଇଥଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିଥି ଭାବେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ଶଙ୍କର ସେଠୀ, ୫୫ ନମ୍ବର ଜୋନ  ଜିଲ୍ଲା ପରିଷଦ ସଭ୍ୟ ଶଶୀ ଭୂଷଣ ମହାନ୍ତି, ଗୋପାଳପୁର କଂଗ୍ରେସର ବିଧାୟକ ପ୍ରାର୍ଥୀ ଏସ.ଧର୍ମାରାଜ ରେଡ୍ଡୀ, ଗୋପାଳପୁର ମହାବିଦ୍ୟାଳୟ ଅଧ୍ୟାପକ ଡ଼ ରାମ ଚନ୍ଦ୍ର ଜେନା, ସମାଜସେବୀ ପଞ୍ଚୁ ବେହେରା ପ୍ରମୁଖ ଉପସ୍ଥିତ ରହି ନିଜେ ସଚେତନତା ରହି ଅନ୍ୟକୁ ସଚେତନତା ରହିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ପର୍ଯ୍ୟଟକ ଉପସ୍ଥିତ ଥିଲେ। ଏସ.ଆଇ ହମକାନ୍ତି ଛତ୍ରୀୟା, ଜୟ ଚନ୍ଦ୍ର ମଲ୍ଲିକ, ଏଏସଆଇ ପୁରୁଷୋତ୍ତମ ପାଇକ, ହାବିଲଦାର ଅଜୟ ସତପଥି, ଆନିଷ ଖାନ, କେ. ମଧୁ, ରଞ୍ଜନ ପାଣିଙ୍କ ସମେତ  ସମସ୍ତ ପୁଲିସ କର୍ମଚାରୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ସରସ୍ଵତୀ ବିଦ୍ୟା ମନ୍ଦିର ଶିକ୍ଷୟତ୍ରୀ ରମିଳା ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ସଡ଼କ ସୁରକ୍ଷା ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ  ଆୟୋଜନ ହୋଇଥିଲା।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories