www.samajalive.in
Sunday, December 14, 2025
26.1 C
Bhubaneswar

ଦେଶରେ ଶ୍ରେଷ୍ଠ ଯୋଗୀ, ନବୀନ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ : ସର୍ଭେ

ନୂଆଦିଲ୍ଲୀ : ପୁଣି ଥରେ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଯୋଗୀ ଆଦିତ୍ୟନାଥ। ଲଗାତାର ୪ର୍ଥ ଥର ପାଇଁ ସେ ଏହି ସଫଳତା ହାସଲ କରିଛନ୍ତି। ସେହିପରି ରାଜ୍ୟ ସ୍ତରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ମାନ୍ୟତା ପାଇଛନ୍ତି। ଇଣ୍ଡିଆ ଟୁଡେ ଗ୍ରୁପ-କାର୍ଭି ଇନ୍‌ସାଇଟ୍‌ସ ଦ୍ବାରା କରାଯାଇଥିବା ମୁଡ୍‌ ଅଫ୍‌ ଦ ନେଶନ (ଏମଓଟିଏନ) ସର୍ଭେ ୨୦୨୧ରେ ଏହା ପ୍ରକାଶ କରାଯାଇଛି।

ଯୋଗୀ ଆଦିତ୍ୟନାଥ ଆସନ୍ତା ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ଭାବେ ୪ବର୍ଷ ପୂରଣ କରିବେ। ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ କିଏ, ତା’କୁ ନେଇ ହୋଇଥିବା ସର୍ଭେରେ ଯେତିକି ଲୋକ ମତଦେଇଛନ୍ତି ସେଥିରୁ ୨୫% ଆଦିତ୍ୟନାଥଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛନ୍ତି।

- Advertisement -

ନିକଟ ଅତୀତରେ ହଥରାସ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଏବଂ ଲଭ୍‌ ଜିହାଦକୁ ନେଇ ଯୋଗୀଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲେ ହେଁ ସର୍ଭେ ଉପରେ ତାହାର କୌଣସି ପ୍ରଭାବ ପଡ଼ି ନ ଥିବା ଏଥିରୁ ସ୍ପଷ୍ଟ ହେଉଛି।

ଅନ୍ୟପଟେ ସର୍ଭେ ଅନୁସାରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨ୟ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ୟ ସ୍ଥାନରେ ରହିଛନ୍ତି। କେଜ୍ରିୱାଲଙ୍କୁ ୧୪ ପ୍ରତିଶତ ଭୋଟ ମିଳିଛି। ସେହିପରି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଚଳିତବର୍ଷ ୪ର୍ଥ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାବେଳେ ସେ ମୁଡ୍‌ ଅଫ୍‌ ଦ ନେଶନ ସର୍ଭେରେ ୬ ପ୍ରତିଶତ ଭୋଟ ସହ ୪ର୍ଥ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ।

ଏହାବ୍ୟତୀତ ରାଜ୍ୟ ସ୍ତରରେ ହୋଇଥିବା ସର୍ଭେରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସର୍ଭେରେ ନବୀନଙ୍କୁ  ୫୧ ପ୍ରତିଶତ ମତଦାତା ପସନ୍ଦ କରିଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ୪୪ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ସେ ୨ୟ ସ୍ଥାନରେ ଅଛନ୍ତି। ତାଙ୍କ ପଛକୁ ରହିଛନ୍ତି ଯୋଗୀ ଆଦିତ୍ୟନାଥ (୩୯%), ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (୩୫%) ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (୩୫%)।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories