www.samajalive.in
Saturday, December 6, 2025
17.1 C
Bhubaneswar

ସମ୍ବଲପୁରରେ ହେବ ବାୟୁସେନା ପାଇଁ ନିଯୁକ୍ତି ରାଲି

 ସେପ୍ଟେମ୍ବର ୨୫ ରୁ ୨୮ ପରୀକ୍ଷା

ସମ୍ବଲପୁର : ସମ୍ବଲପୁରରେ ପ୍ରଥମ ଥର ପାଇଁ ବାୟୁସେନାର ଗ୍ରାଉଣ୍ଡ ଷ୍ଟାଫ ନିଯୁକ୍ତି ପାଇଁ ରାଜ୍ୟସ୍ତରୀୟ ନିଯୁକ୍ତି ରାଲି ଆୟୋଜିତ ହେବ ବୋଲି ସମ୍ବଲପୁର ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବର୍ମା, ବାୟୁସେନା ଅଧିକାରୀ ଜି. ଏନ. ସତିଶ, ପ୍ରୋବେସନାରୀ ଅଧିକାରୀ ଆଶିଷ ପାଟିଲ, ଉପଜିଲାପାଳ ପ୍ରଦୀପ ସାହୁ, ନିଯୁକ୍ତି ଅଧିକାରୀ ଏନ.କେ ଦାସ ଯୋଗ ଦେଇଥିଲେ। ବାୟୁସେନା ଅଧିକାରୀ ଜି. ଏନ. ସତିଶ ଏହି ନିଯୁକ୍ତି ରାଲି ସମ୍ବନ୍ଧରେ ସୂଚନା ପ୍ରଦାନ କରି କହିଥିଲେ ଯେ ଏହି ନିଯୁକ୍ତି ରାଲି ବାୟୁସେନାର ଗ୍ରାଉଣ୍ଡ ଷ୍ଟାଫ ଯଥା, ଅଟୋମୋବାଇଲ ଟେକନିସିଆନ ଓ ଆଇଏଏଫ ପୁଲିସର ପଦ ଭର୍ତ୍ତି ପାଇଁ କରାଯାଉଛି ଏବଂ ଏହା କେବଳ ଯୁବକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ। ଏହି ନିଯୁକ୍ତ ରାଲିରେ ରାଜ୍ୟର ସମସ୍ତ ଜିଲାର ପ୍ରାର୍ଥୀ ମାନଙ୍କୁ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦିଆଯିବ। ଏହି ନିଯୁକ୍ତି ରାଲି ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହେବ। ପ୍ରଥମ ପର୍ଯ୍ୟାୟ ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ସମ୍ବଲପୁର ଠାରେ ଆୟୋଜିତ ହେବ।

ପ୍ରଥମ ପର୍ଯ୍ୟାୟରେ ଏହି ନିଯୁକ୍ତ ରାଲିରେ ଭାଗ ନେବା ପାଇଁ ଆଶୟୀ ଯୁବକ ମାନେ ଆସନ୍ତା ସେପ୍ଟେମ୍ବର ୧ ଓ ୨ ତାରିଖ ଦିନ ଭୁବନେଶ୍ୱର ଠାରେ ଥିବା ଏଆରମେନ ସିଲେକ୍ସନ ସେଣ୍ଟର ଠାରେ କରାଯିବ। ସେପ୍ଟେମ୍ବର ୧ ତାରିଖ ଦିନ ରାଜ୍ୟ ୧୫ଟି ଜିଲା ଯଥା ଅନୁଗୁଳ, ବରଗଡ, ବଲାଙ୍ଗୀର, ବୈଦ୍ଧ, ଦେଓଗଡ, ଗଜପତି, ଗଞାମ, ଝାରସୁଗୁଡା, କଳାହାଣ୍ଡି, ଖୋର୍ଦ୍ଧା, ମାଲକାନଗିରି, ନବରଙ୍ଗପୁର, ନୁଆପଡା, ସୋନପୁର ଓ ସୁନ୍ଦରଗଡ ଜିଲାର ଆଶାୟୀ ଯୁବକ ମାନଙ୍କର ପଞ୍ଜିକରଣ କରାଯିବ। ସେହିଭଳି ସେପ୍ଟେମ୍ବର ୨ ତାରିଖ ଦିନ ରାଜ୍ୟ ଅନ୍ୟ ୧୫ ଟି ଜିଲା ଯଥା ସମ୍ବଲପୁର, ବାଲେଶ୍ୱର, ଭଦ୍ରକ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରପଡା, କେନ୍ଦୁଝର, କୋରାପୁଟ, ମୟୁରଭଞ, ନୟାଗଡ, ପୁରୀ ଓ ରାୟଗଡା ଜିଲାର ଆଶାୟୀ ଯୁବକ ମାନଙ୍କର ପଞ୍ଜିକରଣ କରାଯିବ ବୋଲି ବାୟୁସେନା ଅଧିକାରୀ ସତିଶ ସୁଚନା ପ୍ରଦାନ କରିଛନ୍ତି।

- Advertisement -

ଏହି ନିଯୁକ୍ତ ରାଲିରେ ଅଂଶଗ୍ରହଣ କରିବା ପାଇଁ ଆଶାୟୀ ଯୁବକଙ୍କର ଜନ୍ମ ୧୪ ଜୁଲାଇ ୧୯୯୮ ରୁ ୨୬ ଜୁନ ୨୦୦୨ ମଧ୍ୟରେ ହୋଇଥିବା ଆବଶ୍ୟକ ଅଟେ। ଶିକ୍ଷାଗତ ଯୋଗ୍ୟତା ସର୍ବନିମ୍ନ ଯୁକ୍ତ ଦୁଇ ପାସ କରିଥିବା ଆବଶ୍ୟକ। ଏହା ସହ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ ୫୦ ପ୍ରତିଶତ ମାର୍କ ସହିତ ଇଂରାଜୀରେ ୫୦ ପ୍ରତିଶତ ରହିବା ନିତାନ୍ତ ଆବଶ୍ୟକ ଅଟେ।

ନିଯୁକ୍ତି ରାଲିର ଦ୍ୱିତୀୟ ପର୍ଯ୍ୟାୟ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଠାରେ ସେପ୍ଟେମ୍ବର ୨୫ ତାରିଖ ଦିନ ଆରମ୍ଭ ହୋଇ ୨୮ ତାରିଖରେ ଶେଷ ହେବ। ସେପ୍ଟେମ୍ବର ୨୫ ଓ ୨୬ ତାରିଖ ଦିନ ଅନୁଗୁଳ, ବରଗଡ, ବଲାଙ୍ଗୀର, ବୈଦ୍ଧ, ଦେଓଗଡ, ଗଜପତି, ଗଞାମ, ଝାରସୁଗୁଡା, କଳାହାଣ୍ଡି, ଖୋର୍ଦ୍ଧା, ମାଲକାନଗିରି, ନବରଙ୍ଗପୁର, ନୁଆପଡା, ସୋନପୁର ଓ ସୁନ୍ଦରଗଡ ଜିଲାର ପ୍ରାର୍ଥୀ ମାନଙ୍କ ଶାରିରୀକ, ସ୍ୱାସ୍ଥ୍ୟ ଓ ଅନୂକୁଳ କ୍ଷମତା ପରୀକ୍ଷା ହେବ। ସେହିଭଳି ୨୭ ଓ ୨୮ ତାରିଖ ଦିନ ସମ୍ବଲପୁର, ବାଲେଶ୍ୱର, ଭଦ୍ରକ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରପଡା, କେନ୍ଦୁଝର, କୋରାପୁଟ, ମୟୁରଭଞ, ନୟାଗଡ, ପୁରୀ ଓ ରାୟଗଡା ଜିଲାର ପ୍ରାର୍ଥୀ ମାନଙ୍କର ଶାରିରୀକ, ସ୍ୱାସ୍ଥ୍ୟ ଓ ଅନୂକୁଳ କ୍ଷମତା ପରୀକ୍ଷା ହେବ। ଏହା ପରେ ଯୋଗ୍ୟ ପ୍ରାର୍ଥୀ ମାନେ ଆଗକୁ ମଧ୍ୟ ବାୟୁୁସେନାର ନିୟମ ଅନୁଯାୟୀ ଆଉ କିଛି ପରୀକ୍ଷାର ସମ୍ମୁଖୀନ ହେବେ। ଏହି ନିଯୁକ୍ତି ରାଲିର ଫଳାଫଳ ଆସନ୍ତା ୨୦୧୯ ମସିହା ଏପ୍ରିଲ ୩୦ ତାରିଖରେ ଭୁବନେଶ୍ୱର ସ୍ଥିତ ଏଆରମେନ ସିଲେକ୍ସନ ସେଣ୍ଟରରେ ଘୋଷଣା କରାଯିବା ସହିତ ଏହାର ଏକ ଅବିକଳ ନକଲ ସମ୍ବଲପୁର ଜିଲାପାଳ କାର୍ଯ୍ୟାଳୟକୁ ମଧ୍ୟ ପ୍ରେରଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories