www.samajalive.in
Saturday, December 6, 2025
16.1 C
Bhubaneswar

କୁକୁର ମାରିଲେ ମିଳିବ ୪ଲକ୍ଷ ୮୧ହଜାର ପୁରସ୍କାର

କଲମ୍ବିଆ : ସାଧାରଣତଃ ପୁଲିସ କୁଖ୍ୟାତ ଅପରାଧୀଙ୍କୁ ଧରିବାପାଇଁ ପୁରସ୍କାର ରଖାଯାଇଥାଏ। କିନ୍ତୁ କଲମ୍ବିଆରେ ଗୋଟିଏ କୁକୁରକୁ ହତ୍ୟା ପାଇଁ ଦୁବୃର୍ତ୍ତମାନେ ପୁରସ୍କାର ଘୋଷଣା କରିଛନ୍ତି। କଲମ୍ବିଆରେ ଥିବା ଶ୍ରେଷ୍ଠ ପୁଲିସ କୁକୁରକୁ ହତ୍ୟା ନିମନ୍ତେ ମାଫିଆମାନେ ୭ ହଜାର ଡଲାର(୪ଲକ୍ଷ ୮୧ହଜାର) ପୁରସ୍କାର ରଖିଛନ୍ତି। ଏହି ଖବର ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ କୁକୁରଟି ଦେଶର ଏୟାରପୋର୍ଟରେ ଜଗି ଅଫିମ ଆଣୁଥିବା ଯାତ୍ରୀମାନଙ୍କୁ ଧରୁଛି। ଏହି କୁକୁରର ନାମ ସୋମ୍ବ୍ରା।
ସୋମ୍ବ୍ରା ବର୍ତ୍ତମାନ ସୁଦ୍ଧା ୧୦ଟନ ଅଫିମ ଧରିସାରିଛି। ସୋମ୍ବ୍ରାକୁ ମାରିବା ପାଇଁ ଧମକ ଆସିବାପରେ ପୁଲିସ ତରଫରୁ ସୋମ୍ବ୍ରାକୁ ସୁରକ୍ଷା ପ୍ରଦାନ କରାଯାଇଛି।
ଏଜେନ୍ସି ଫ୍ରାନ୍ସ ପ୍ରେସ ମୁତାବକ, କେବଳ ସୋମ୍ବ୍ରା ନୁହେଁ ଏହି ଭଳି ଅନେକ ପୁଲିସ କୁକୁରକୁ ହତ୍ୟା କରିବାକୁ ଧମକ ଦିଆଯାଉଛି। ସୋମ୍ବ୍ରା ୨୦୧୬ରେ ୨.୯ଟନ ଓ ୨୦୧୭ରେ ୧.୧ଟନ ଅଫିମ ଧରିଥିଲା। ଏଥର ସୋମ୍ବ୍ରା ଡେରୋ ଆଣ୍ଟୋନିଓ ଉସଗା ନାମକ ଜଣେ ଅଫିମ ମାଫିଆ ଡନକୁ ଧରିଛି। ଏହି ରାଗରେ ସେ ସୋମ୍ବ୍ରାକୁ ମାରିବାକୁ ୭ହଜାର ଡଲାର ପୁରସ୍କାର ରଖାଯାଇଛି।
ସୂଚନାଯୋଗ୍ୟ ଯେ, ଏହି କୁକୁର କଲମ୍ବିଆରେ ଅତ୍ୟନ୍ତ ଲୋକପ୍ରିୟ। ଛୁଆ ଅବସ୍ଥାରୁ ଏହି କୁକୁରକୁ ଆଣିବାପରେ ପୁଲିସ ପକ୍ଷରୁ ତାକୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେଇ ନିଶା ଦ୍ରବ୍ୟକୁ ଧରିବା ପାଇଁ ପ୍ରସ୍ତୁତ କରିଥିଲା। ସେଠାରେ ଲୋକମାନେ ଏହି କୁକୁର ସହ ସେଲଫି ନେଉଥିବା ମଧ୍ୟ ଦେଖିବାକୁ ମିଳିଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories