www.samajalive.in
Saturday, December 6, 2025
14.1 C
Bhubaneswar

କେନ୍ଦୁଡ଼ିହି ମୋବାଇଲ ରିପ୍ୟାରିଙ୍ଗ ଦୋକାନ ଉପରେ ପୁଲିସର ଅତର୍କିତ ଚଢ଼ାଉ

ସୁନ୍ଦରଗଡ଼ : ହେମଗିର ବ୍ଲକରେ ଜାଲ ନୋଟ କାରବାର ସଂପର୍କିତ ଏକ ଖବର ଗତ ୧ଅଗଷ୍ଟ ଦୈନିକ ‘ସମାଜ’ରେ ପ୍ରକାଶ ପାଇବା ସହ ଜାଲ ନୋଟ ଛପା ସମ୍ପର୍କରେ ଖବର ପ୍ରକାଶ ପାଇଥିଲା। ପୂର୍ବରୁ ଜାଲ ନୋଟକୁ ନେଇ ମଦ ବ୍ୟବସାୟୀଙ୍କ ଦ୍ୱାରା ଜୈନିକ ଯୁବକ ହଟହଟ୍ଟା ହେବା ଘଟଣା ହିଁ ଜାଲ ନୋଟ କାରବାରକୁ ଚର୍ଚ୍ଚା ପରିସରକୁ ଆଣିଥିଲା। ଏ ଖବର ପ୍ରକାଶ ପାଇବା ପରେ ସୁନ୍ଦରଗଡ଼ ଏସ.ପି ସୌମ୍ୟା ମିଶ୍ରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେମଗିର ପୁଲିସ ଖୋଲତାଡ଼ ଆରମ୍ଭ କରିଥିଲେ। ଆଜି ରାତିରେ ହେମଗିର ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧିଙ୍କ ନେତୃତ୍ୱରେ ପୁଲିସ ଦଳ କେନ୍ଦୁଡ଼ିହିରେ ଥିବା ଏକ ମୋବାଇଲ ରିପ୍ୟାରିଙ୍ଗ ଦୋକାନ ଉପରେ ଅତର୍କିର୍ତ ଚଢ଼ଉ କରି କଲର ପ୍ରିଣ୍ଟର ମେସିନ ଓ ଜାଲ ନୋଟ ଛପା ଯାଉଥିବା ଅନ୍ୟାନ୍ୟ ସରଞ୍ଜାମକୁ ଜବତ କରିବା ସହ ମୋବାଇଲ ଦୋକାନ ମାଲିକ ସଦାନନ୍ଦ ଖମାରୀଙ୍କୁ ପଚରାଉଚୁରା କରିଥିଲେ। ପଚରାଉଚୁରା କାଳରେ ସଦାନନ୍ଦ ଜାଲ ନୋଟ ବରୁଣ ଖମାରୀ ଓ ପ୍ରକାଶର ସହାୟତାରେ କରୁଥିଲା ବୋଲି କହିବା ସହ ଜାଲ ନୋଟକୁ ଅବାଧରେ ଚଳାଇବା ପାଇଁ ଚୋରା ମଦବ୍ୟବସାୟୀଙ୍କ ସହାୟତା ନେଇଥିଲା। ଚୋରା ମଦ ବ୍ୟବସାୟୀମାନେ ଜାଲ ନୋଟ ପାଇଲେ ମଧ୍ୟ ପୁଲିସ ଭୟରେ ଏହାକୁ ସାମ୍ନାକୁ ଆଣିବେ ନାହିଁ ବୋଲି ଭାବି ମଦ ବ୍ୟବସାୟୀଙ୍କୁ ହିଁ ଟାର୍ଗେଟ କରାଯାଇଥିବା କଥା ସଦାନନ୍ଦ ପୁଲିସ ନିକଟରେ ସ୍ୱିକାର କରିଥିଲା। ପୁଲିସ ରିପ୍ୟାରିଙ୍ଗ ଦୋକାନରୁ ୩ଟି ୫ଶହ ଟଙ୍କିଆ ଜାଲନୋଟ ଜବତ କରିବା ସହ ପ୍ରାୟ ୪୦/୫୦ଟି ଅସଲ ୫ଶହ ଟଙ୍କିଆର ପ୍ରିଣ୍ଟ ଆଉଟ ମଧ୍ୟ ଜବତ କରିଥିଲେ। ତଦନ୍ତର ବ୍ୟାଘାତ ଦୃଷ୍ଟିରୁ ଏ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ପୁଲିସ ଦେବା ପାଇଁ ଅନିଚ୍ଛା ପ୍ରକାଶ କରିଛି। ଆସନ୍ତା କାଲି ଗିରଫ ୩ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories