www.samajalive.in
Wednesday, December 10, 2025
23.1 C
Bhubaneswar

ଯୋଗୀ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ୱର: ତିନୋଟି କଳା କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ସାମିଲ୍ ହେବା ପାଇଁ ଓଡ଼ିଶାରୁ ନବନିର୍ମାଣ କୃଷକ ସଂଗଠନର ଚାଷୀମାନେ ଦିଲ୍ଲୀଗସ୍ତ କରିଛନ୍ତି। ଗତ ୧୫ ତାରିଖ ଦିନ ଭୁବନେଶ୍ୱରରେ ସମାବେଶ କରିସାରିବା ପରେ ସଂଗଠନର ୫୦୦ରୁ ଉର୍ଦ୍ଧ୍ବ ଚାଷୀ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଓ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ନେତୃତ୍ୱରେ ଚାଲିଥିବା ଯାତ୍ରାକୁ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଭଳି ବିଭିନ୍ନ ରାଜ୍ୟର ଚାଷୀମାନେ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ସେମାନଙ୍କ ସହ ଯୋଡ଼ିହୋଇ ଯାତ୍ରାରେ ଆଗକୁ ବଢୁଛନ୍ତି। ମାତ୍ର ପରିତାପର ବିଷୟ ଗତ ୨୦ ତାରିଖ ଦିନ ଚାଷୀମାନେ ଉତ୍ତରପ୍ରଦେଶରେ ପହଞ୍ôଚବା ପରେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ପୋଲିସ୍ ଲଗାଇ ସେମାନଙ୍କୁ ରାସ୍ତା ରୋକି ଲକ୍ଷେ୍ମø ସହରରେ ପଶିବାକୁ ଦେବନାହିଁ କହି ଅଟକ ରଖିଥିଲା। ଏହାର ପ୍ରତିବାଦରେ ଅକ୍ଷୟ କୁମାର ଘଟଣାସ୍ଥଳରେ ଅନଶନ ଆରମ୍ଭ କରିବା ପରେ ପୋଲିସ୍ ଚାଷୀମାନଙ୍କୁ ନଜରବନ୍ଦୀ କରି କାନପୁର ଆଡକୁ ନେଇଯାଇଥିଲା।

 

- Advertisement -

ପୂର୍ବ ନିର୍ଦ୍ଧାରିତ ରାସ୍ତାରେ ନଯାଇପାରିବାରୁ ଚାଷୀମାନେ ଗାଧୋଇବା, ଖାଇବା ଓ ସମସ୍ତ ନିତ୍ୟକର୍ମ କରିବା ପାଇଁ ସମ୍ଭବ ହୋଇପାରୁ ନାହିଁ। ଦିନକୁ ଗୋଟିଏ ଓଳି ଖାଇବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଏହାର ପ୍ରତିବାଦରେ ସଂଗଠନର କର୍ମକର୍ତ୍ତାମାନେ ରାଜ୍ୟ କମିଟି ସଦସ୍ୟ ଶୁଭେନ୍ଦୁ ମଲ୍ଲିକଙ୍କ ନେତୃତ୍ୱରେ ଆଜି ମାଷ୍ଟରକ୍ୟାଣ୍ଟିନ ଛକଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଯୋଗୀ ସରକାରଙ୍କ ଚାଷୀଙ୍କ ଏତାଦୃଶ ଅତ୍ୟାଚାର ଅତ୍ୟନ୍ତ ନିନ୍ଦନୀୟ ଓ ସରକାର ଚାଷୀଙ୍କୁ ଅଧିକ ହଇରାଣ ହରକତ ନକରି ତୁରନ୍ତ ତିନୋଟି କଳା କୃଷି ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି ଶ୍ରୀ ମଲ୍ଲିକ ମତବ୍ୟକ୍ତ କରିଥିଲେ। ଅକ୍ଷୟ କୁମାରଙ୍କ ଅନଶନ ଆଜି ତୃତୀୟ ଦିନରେ ପହଞ୍ôଚଛି ବୋଲି ସଂଗଠନର ଅନ୍ୟତମ ରାଜ୍ୟ କମିଟି ସଦସ୍ୟ ସଂଗ୍ରାମ କିଶୋର ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁରେଶ ମାନସିଂ, ଜୟନ୍ତ ତ୍ରିପାଠୀ, ଅର୍ଜୁନ ଜେନା, ରାମଚନ୍ଦ୍ର ସାମନ୍ତରାୟ, ଅନ୍ତର୍ଯ୍ୟାମୀ ବେହେରା, ମନୋଜ କୁମାର ଓ ସୁଦର୍ଶନ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ଯୋଗୀଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ତିନୋଟି କଳା କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ନାରାବାଜି କରିଥିଲେ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories