www.samajalive.in
Sunday, December 14, 2025
19.1 C
Bhubaneswar

ଯେଉଁଦିନ ଭାଙ୍ଗିଲା ପ୍ରେମ ସମ୍ପର୍କ, ସେହିଦିନ ଯୁବକ ଜିତିଲେ ୩୦ କୋଟି ଟଙ୍କାର ଲଟେରୀ

ମଣିଷ ଭାଗ୍ୟରେ କେତେବେଳେ କ’ଣ ଘଟେ ତାହା କେହି କହିପାରିବେ ନାହିଁ । ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ସହରରେ ଏପରି ଏକ ଘଟଣା ଘଟିଛି । ଜଣେ ଯୁବତୀ ଟଙ୍କା ନ ଥିବାରୁ ନିଜ ପ୍ରେମିକକୁ ଛାଡ଼ି ଚାଲି ଯିବାର କେଇ ଘଣ୍ଟା ମଧ୍ୟରେ ଯୁବକ ୩୦ କୋଟି ଟଙ୍କାର ଲଟେରୀ ଜିତିବା କୌଣସି ଚମତ୍କାରଠାରୁ କମ୍ ନୁହେଁ ।

- Advertisement -

ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ସହରରେ ଜନ ନାମକ ଜଣେ ଯୁବକ ତାଙ୍କର ମହିଳା ବନ୍ଧୁଙ୍କ ସହ ଲିଭଇନ୍ ରିଲେସନରେ ରହୁଥିଲେ । ମାତ୍ର ଜନ ବିଶେଷ କିଛି ରୋଜଗାର କରି ପାରୁ ନ ଥିଲେ । ସେ କାମ କରୁଥିବା ଘରୋଇ ଅର୍ଥଲାଗାଣକାରୀ ସଂସ୍ଥାରୁ ବହୁତ ବେଶୀ ବେତନ ପାଉ ନ ଥିଲେ । ଯାହା ଫଳରେ ବେଳେବେଳେ ଆର୍ଥିକ ସମସ୍ୟା ସୃଷ୍ଟି ହେଉଥିଲା ଓ ଯେଉଁଥିପାଇଁ ପ୍ରେମୀଯୁଗଳଙ୍କ ମଧ୍ୟରେ ଅନେକ ସମୟରେ ଖିଟଖିଟ୍ ଚାଲୁଥିଲା । ଗତ ୧୫ ତାରିଖରେ ଜନଙ୍କ ମହିଳା ବନ୍ଧୁ କୌଣସି କାରଣରୁ କ୍ରୋଧାନ୍ବିତ ହୋଇ ପଡ଼ିଲେ ଓ ସବୁଦିନ ପାଇଁ ଜନଙ୍କୁ ଛାଡ଼ି ଚାଲିଯିବାକୁ ନିଷ୍ପତ୍ତି ନେଇ ଘର ଛାଡ଼ି ଚାଲିଗଲେ ।

ଏହି ଘଟଣାକୁ ନେଇ ଜନ୍ ବିଷାଦଗ୍ରସ୍ତ ହୋଇ ପଡ଼ିଥିଲେ । ସେ କ’ଣ କରିବେ ବୁଝି ପାରି ନ ଥିଲେ । ସାରା ଦିନ ଘରେ କବାଟ ବନ୍ଦ କରି ଶୋଇବାକୁ ଚାହିଁଲେ । ତଥାପି ପ୍ରେମିକା ତାଙ୍କୁ ଛାଡ଼ି ଚାଲିଯିବାର ଦୁଃଖ ସେ ଭୂଲି ପାରୁ ନ ଥିଲେ । ଅନ୍ୟମନସ୍କ ଭାବରେ ସେ କିଛି ଦିନ ତଳେ କାଟିଥିବା ଲଟେରୀ ଟିକେଟର ଫଳାଫଳ ଖୋଜିବାରେ ଲାଗିଲେ ।

ମାତ୍ର ଏହାପରେ ଯାହା ଘଟିଲା ତାହା ଅତ୍ୟନ୍ତ ରୋମାଞ୍ଚକର । ଗୋଟିଏ ଲଟେରୀ ଟିକେଟରେ ଜନ୍ ୩ ନିୟୁତ ପାଉଣ୍ଡ (ଭାରତୀୟ ମୁଦ୍ରାରେ ୩୦ କୋଟି ଟଙ୍କା)  ଲଟେରୀ ଜିତିଥିବା ଜାଣିବା ପରେ ସେ ଆତ୍ମହରା ହୋଇ ପଡ଼ିଲେ । ସେ ଏହାକୁ ହଠାତ୍ ବିଶ୍ବାସ କରି ପାରିଲେ ନାହିଁ। ଏହାକୁ  ନେଇ ଏତେ ରୋମାଞ୍ଚିତ ହୋଇଗଲେ ଯେ ତାଙ୍କର ଦେହର ତାପମାତ୍ରା ବି ବଢ଼ିଗଲା । ତେଣୁ ଜନ୍ ଥଣ୍ଡା ପାଣିରେ ଦୀର୍ଘସମୟ ଗାଧୋଇଲେ ଓ ପୁଣି ଆସି ଲଟେରୀ ନମ୍ବର ଯାଞ୍ଚ କଲେ । ଏହାପରେ ସେ ଅନୁଭବ କଲେ ବାସ୍ତବରେ ସେ ଏହି ​‌ଲଟେରୀ ଜିତିଛନ୍ତି ।

ଚାରି ଦିନ ପରେ ଜାନୁଆରୀ ୧୯ ତାରିଖରେ ଜନ୍ ଲଟେରୀ କାର୍ଯ୍ୟାଳୟରେ ପହଞ୍ଚି ଜିତିଥିବା ଅର୍ଥ ଦାବି କରିଥିବା ଜଣାପଡ଼ିଛି । ଲଟେରୀ କମ୍ପାନୀ ଜନଙ୍କ ଲଟେରୀ ଟିକେଟ ସଠିକ ବୋଲି କହିଛି ଓ ଖୁବ୍ ଶୀଘ୍ର ତାଙ୍କୁ ତାଙ୍କର ଅର୍ଥ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛି । ଅନ୍ୟପକ୍ଷରେ ଜନ୍ କହିଛନ୍ତି ଯେ ଏହି ଲଟେରୀ ଜିତିଥିବା ନେଇ ସେ ବିଶ୍ବାସ କରିପାରୁ ନାହାନ୍ତି । ପ୍ରେମିକା ସହ ବ୍ରେକଅପ୍ ଯୋଗୁଁ ସେ ବିବ୍ରତ ହୋଇଥିଲେ, ମାତ୍ର ଆଉ ସେ ବିବ୍ରତ ନୁହନ୍ତି । ବର୍ତମାନ ସମସ୍ତ ସମସ୍ୟା ଦୂର ହୋଇଛି । ମାତ୍ର ସେ ଯେଉଁ କାମ କରୁଥିଲେ ତଳହାକୁ ଛାଡ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories