www.samajalive.in
Sunday, December 14, 2025
16.1 C
Bhubaneswar

କିନ୍ନରଙ୍କ ହାତରେ ଅଶୋକା ମାର୍କେଟ, ମାଷ୍ଟରକ୍ୟାଣ୍ଟିନ ପାର୍କିଂ ଦାୟିତ୍ବ

କିନ୍ନରମାନଙ୍କ ଆର୍ଥିକ ବିକାଶ ଓ ସେମାନଙ୍କୁ ସାମାଜିକ ସ୍ରୋତରେ ସାମିଲ ନିମନ୍ତେ ବିଏମସି ଆରମ୍ଭ କରିଛି ଯୋଜନା । ରାଜଧାନୀର ଦୁଇ ପ୍ରମୁଖ ପାର୍କିଂ ଅଞ୍ଚଳକୁ କିନ୍ନରଙ୍କୁ ହସ୍ତାନ୍ତର କରାଯାଇଛି ।

ଅଶୋକା ମାର୍କେଟସ୍ଥିତ ଖାଦିମ୍ ସୋରୁମ୍ ସାମ୍ନାରୁ ଶ୍ରୀଲେଦର ସୋରୁମ୍ ସାମନା , ହୋଟେଲ୍ ରୟାଲ୍ ମିଡଟାଉନରୁ ଆର୍ଯ୍ୟପ୍ୟାଲେସ୍ , ଅଶୋକା ମାର୍କେଟରୁ ସିଟି ରେସିଡେନ୍ସି , ରୟାଲ୍ ମିଡ୍ ଟାଉନ୍ ସାମ୍ନାରୁ ନାରାୟଣ ଆୟୁର୍ବେଦ ଭବନ ସୋରୁମ୍ ପର୍ଯ୍ୟନ୍ତ ଅଞ୍ଚଳର ପାର୍କିଂ ଦାୟିତ୍ବ କିନ୍ନରମାନେ ଦେଖାଶୁଣା କରିବେ । ଏଥିପାଇଁ ସେମାନଙ୍କୁ ମାସିକ ୨.୨୩ ଲକ୍ଷ ଟଙ୍କା ବିଏମସିକୁ ଦେବାକୁ ପଡ଼ିବ ।

- Advertisement -

ଅନୁରୂପ ଭାବରେ ମାଷ୍ଟର୍ କ୍ୟାଣ୍ଟିନ ଛକଠାରୁ ଶ୍ରୀୟାଛକ ଅଞ୍ଚଳରେ  ହୋଟେଲ୍ ସ୍ୱସ୍ତି ବିପରୀତ ପାଶ୍ୱର୍ରେ ଥିବା ଖାରବେଳ ନଗରର ସ୍ଥାନ, ଇପାରୀ ସଦାଶିବ ଜୁଏଲାରୀ ଅଞ୍ଚଳ,  ନରୁଲା ଜେନେରାଲ୍ ଷ୍ଟୋର୍ ସମ୍ମୁଖରୁ ପି ସି ଚାନ୍ଦ୍ ଗହଣା ଦୋକାନ, ପର୍ଯ୍ୟନ୍ତ ଖାରବେଳ ନଗର, ଗୋଦାବରୀଶ ସାହିତ୍ୟ ସଂସଦ ସାମ୍ନା ଓ  ହୋଟେଲ୍ କେଶରୀ ସମ୍ମୁଖସ୍ଥ ଅଞ୍ଚଳର ପାର୍କିଂ ଠିକା ମଧ୍ୟ କିନ୍ନରଙ୍କୁ ଦିଆଯାଇଛି । ଏଥିପାଇଁ ସେମାନଙ୍କଠାରୁ ୧ଲକ୍ଷ ୪୬ ହଜାର ୮୯ ଟଙ୍କା ଆଦାୟ କରାଯିବ ।

ପରୀକ୍ଷାମୂଳକ ଭାବରେ ଦୁଇମାସ ପାଇଁ ସେମାନଙ୍କୁ ଏହି ଦାୟିତ୍ବ ଦିଆଯାଇଛି ଏବଂ ଏହାର ନିୟମିତ ସମୀକ୍ଷା କରାଯିବ ବୋଲି ବିଏମସି ଉପ କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି । ଟିଜି ଗ୍ରୁପ (ଟ୍ରାନ୍ସଜେଣ୍ଡର ଗ୍ରୁପ)କୁ ଏହି ଠିକା ଦିଆଯାଇଛି ।

ବ୍ୟବସ୍ଥା ଅନୁସାରେ ସାଇକେଲ ପାଇଁ କୌଣସି ପାର୍କିଂ ଫି ନାହିଁ । ବିଦ୍ୟୁତଚାଳିତ ଯାନ ପାଇଁ ୪୦% ରିହାତି ବ୍ୟବସ୍ଥା ରହିଛି । ତେବେ ୫ ଘଣ୍ଟାରୁ ଅଧିକ ସମୟ ଗାଡ଼ି ପାର୍କିଂ କଲେ ଘଣ୍ଟା ପିଛା ଅଧିକ ୨୦% ପାର୍କିଂ ଫି ଦେବାକୁ ପଡ଼ିବ । ଧାର୍ଯ୍ୟ ଫି ବ୍ୟତୀତ ଅନ୍ୟ କୌଣସି ଶୁଳ୍କ ଆଦାୟ କରାଯାଇ ପାରିବ ନାହିଁ । ପିଓଏସ୍ ମେସିନ ବ୍ୟବହାର କରି ବିଲ୍ ପ୍ରଦାନ କରାଯିବ । ସେହିପରି ଦୋକାନୀମାନଙ୍କ ଲାଗି ମାସିକିଆ, ପାକ୍ଷିକ ଓ ଦୈନିକ ପାସ ବ୍ୟବସ୍ଥା ରହିଛି । ଦୋକାନୀମାନେ ଗାଡ଼ି ପାଇଁ ମାସିକ ୫୦୦ଟଙ୍କା, ୧୫ ଦିନ ପାଇଁ ୩୦୦ ଟଙ୍କା ଦେବେ । ଦୈନିକ ପାସ ନେଲେ ୨୦ ଟଙ୍କା ଦେବାକୁ ପଡ଼ିବ । ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ରିହାତି ମିଳିବ ।

ଅନ୍ୟପକ୍ଷରେ ବିଏମସି ଅଧିକାରୀ ଏହି ପାର୍କିଂ ବ୍ୟବସ୍ଥାର ସମୀକ୍ଷା କରିବେ । ଏଥିରେ କୌଣସି ଉଲ୍ଲଂଘନ ହେଲେ ସେଥିପାଇଁ ଜୋରିମାନା ମଧ୍ୟ ଦେବାକୁ ପଡ଼ିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories