www.samajalive.in
Tuesday, December 9, 2025
15.1 C
Bhubaneswar

ଗଡ଼େଶ୍ୱର ହାଟର ସର୍ବାଙ୍ଗୀଣ ଉନ୍ନତି ପାଇଁ ନିଆଯିବ ପଦକ୍ଷେପ

ଭୁବନେଶ୍ୱର : ଭିଏସ୍‌ଏସ୍‌ ନଗର ଗଡ଼େଶ୍ଵର ହାଟର ଆଗାମୀ ଦିନରେ ହାଟର ସର୍ବାଙ୍ଗୀନ ଉନ୍ନତି କରଣ କରାଯିବ। ବ୍ୟବସାୟୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯିବା ସହିତ ସର୍ବୋପରି ଭୁବନେଶ୍ୱର ମହାନଗର ନିଗମ ସହ ସହବନ୍ଧିତ ହୋଇ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ନିଆଯିବ ବୋଲି ଆଜି ଗଡ଼େଶ୍ଵର ହାଟ ବଣିକ ସଂଘର ନୂତନ ସଭାପତି ଲକ୍ଷ୍ମଣ ସାହୁ ଓ ସମ୍ପାଦକ ମନୋରଞ୍ଜନ ସାହୁ ପ୍ରକାଶ କରିଛନ୍ତି। ଏହି ଅବସରରେ ଗଡ଼େଶ୍ଵର ହାଟର ବିକାଶ ପାଇଁ ନିଆଯିବାକୁ ଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।

 

- Advertisement -

ବୀର ସୁରେନ୍ଦ୍ର ସାଏ ନଗର ସ୍ଥିତ ଗଡ଼େଶ୍ୱର ହାଟ ବଣିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ପକ୍ରିୟା ଅନୁଷ୍ଠିତ ହୋଇଯାଇଛି। ସର୍ବସମ୍ମତି କ୍ରମେ ପୁନର୍ବାର ନୂତନ ସଭାପତି ଲକ୍ଷ୍ମଣ ସାହୁ, ସଂପାଦକ ମନୋରଞ୍ଜନ ସାହୁ, ସହସଂପାଦକ ପ୍ରମୋଦ କୁମାର ସାହୁ ଓ କୋଷାଧ୍ୟକ୍ଷ ଭାବରେ ପ୍ରଶାନ୍ତ କୁମାର ସାଠୁଆ ନିର୍ବାଚିତ ହୋଇଛନ୍ତି। ଗଡ଼େଶ୍ୱର ହାଟ ବଣିକ ସଂଘର ସମସ୍ତ ସଦସ୍ୟ ନିର୍ବାଚିତ ପ୍ରତିନିଧିଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରିଥିବାରୁ ନୂତନ କର୍ମକର୍ତ୍ତାମାନେ ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories