www.samajalive.in
Saturday, December 6, 2025
19.1 C
Bhubaneswar

ବାସୁଦେବପୁରର ୪ ଅସହାୟ ଭାଇଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲା କିସ୍‍ ଫାଉଣ୍ଡେସନ୍‍

ଭୁବନେଶ୍ୱର: ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ୧୫ ନମ୍ବର ୱାର୍ଡ ସାବରପୁର ମୁସ୍‍ଲିମ୍‍ ସାହିର ୪ ଅସହାୟ ଭାଇଭଉଣଙ୍କୁ ସହାୟତାର ହାତ ବଢ଼ାଇଛି କିସ୍‍ ଫାଉଣ୍ଡେସନ୍‍। ସାବରପୁର ମୁସ୍‍ଲିମ୍‍ ସାହିର କମାଲୁଦ୍ଦୀନ ଅତ୍ୟନ୍ତ ଦାରିଦ୍ର୍ୟ ଯୋଗୁଁ ରାସ୍ତାକଡ଼ରେ ଏକ ଅସ୍ଥାୟୀ ଦୋକାନରେ ସାଇକଲ ସଜାଡ଼ି ପରିବାର ପ୍ରତିପୋଷଣ କରୁଥିଲେ। ଦୁଇବର୍ଷ ପୂର୍ବେ କମାଲୁଦ୍ଦୀନ୍‍ଙ୍କ ପତ୍ନୀ ହୃଦ୍‍ଘାତରେ ମୃତ୍ୟୁବରଣ କରିଥିଲେ। ଗତ କିଛି ଦିନ ତଳେ କମାଲୁଦ୍ଦୀନ୍‍ ମଧ୍ୟ ହୃଦ୍‍ଘାତରେ ପ୍ରାଣ ହରାଇଥିଲେ। ଏବେ ଉଭୟ ବାପା ଓ ମାଆଙ୍କୁ ହରାଇ କମାଲୁଦ୍ଦୀନ୍‍ଙ୍କ ଚାରି ପୁଅ ଝିଅ ବେସାହାରା ଭାବେ ଜୀବନ ବିତାଉଛନ୍ତି। ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ ଏହା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିଥିଲା। ଶ୍ରୀ ସାମନ୍ତ ନିଜ ପ୍ରତିନିଧିଙ୍କୁ ବାସୁଦେବପୁର ପଠାଇ ସେମାନଙ୍କ ସହ ଯୋଗାଯୋଗ କରିଥିଲେ ଓ ସେମାନଙ୍କ ଭଲ ମନ୍ଦ ବୁଝିବା ସହ ତୁରନ୍ତ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହା ସହିତ ଏହି ପିଲାମାନଙ୍କ ଚଳିବା ଓ ପାଠ ପଢ଼ିବା ପାଇଁ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ମାସିକ ୫ ହଜାର ଟଙ୍କା ଲେଖାଏଁ ୧୦ ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଛନ୍ତି। ଅସମୟରେ ଏହି ସହାୟତା ପାଇଁ କମାଲୁଦ୍ଦୀନଙ୍କ ୪ ପୁଅ ଝିଅ ଶ୍ରୀ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଶ୍ରୀ ସାମନ୍ତଙ୍କ ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରାଯାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories