www.samajalive.in
Friday, December 5, 2025
17.1 C
Bhubaneswar

‘ତାଣ୍ଡବ’ ନିର୍ମାତାଙ୍କ ଅଡୁଆ ବଢ଼ିଲା, ପଚରାଉଚରା ପାଇଁ ମୁମ୍ବଇ ପହଞ୍ଚିଲା ୟୁପି ପୁଲିସ

ମୁମ୍ବଇ: ଅଲୀ ଅବ୍ବାସ ଜାଫରଙ୍କ ନିର୍ଦେଶିତ ୱେବ ସିରିଜ ‘ତାଣ୍ଡବ’କୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ। ଏହି ୱେବସିରିଜର ନିର୍ମାତାଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢ଼ିବାରେ ଲାଗିଛି। ନିର୍ମାତାଙ୍କ ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇଥିଲେ ମଧ୍ୟ ବୁଧବାର ତାଙ୍କୁ ଜେରା କରିବା ଲାଗି ଉତ୍ତର ପ୍ରଦେଶ ପୁଲିସ ମୁମ୍ବଇରେ ପହଞ୍ଚିଛି।

Image Courtesy: Amar ujala

ସୈଫ୍‌ ଅଲୀ ଖାନ୍‌ ଏବଂ ଡିମ୍ପଲ କପାଡିଆଙ୍କ ଅଭିନୀତ ଏହି ୱେବ୍‌ ସିରିଜରେ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦିଆଯାଇଥିବା ଅଭିଯୋଗ ହୋଇଛି। ଦେଶର ୬ଟି ସହରରେ ଏହି ୱେବସିରିଜ ବିରୋଧରେ ଏତଲା ରୁଜୁ ହୋଇଛି। ଉତ୍ତର ପ୍ରଦେଶରେ ରୁଜୁ ହୋଇଥିବା ଏତଲା ଆଧାରରେ ଲକ୍ଷ୍ନୌର ହଜରତଜଙ୍ଗରୁ ୪ ପୁଲିସ ଅଧିକାରୀ ନିର୍ମାତାଙ୍କୁ ପଚରାଉଚରା କରିବା ଲାଗି ମୁମ୍ବଇ​‌ରେ ପହଞ୍ଚିଛନ୍ତି।

- Advertisement -

ପୁଲିସ ଅଧିକାରୀମାନେ ୱେବସିରିଜ ନିର୍ଦେଶକ ଅଲୀ ଅବ୍ବାସ ଜାଫର, ଆମାଜନ ମୁଖ୍ୟ ଅପର୍ଣ୍ଣା ପୁରୋହିତ, ପ୍ରଯୋଜକ ହିମାଂଶୁ କିଶନ ମେହରା ଏବଂ ଲେଖକ ଗୌରବ ସୋଲାଙ୍କୀଙ୍କୁ ପଚରାଉଚରା କରିବେ। ‘ତାଣ୍ଡବ’ ବିରୋଧରେ ରୁଜୁ ହୋଇଥିବା ଏତଲାରେ ଏହି ବ୍ୟକ୍ତିମାନଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଏପରି କି ଏମାନଙ୍କ ଗିରଫଦାରି ହେବାର ସମ୍ଭାବନା ରହିଥିବା କୁହାଯାଉଛି।

Image Courtesy: facebook

ସୂଚନାଯୋଗ୍ୟ, ‘ତାଣ୍ଡବ’ ୱେବସିରିଜର ନିର୍ଦେଶନା ଦେଇଛନ୍ତି ଅଲୀ ଅବ୍ବାସ ଜାଫର। ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ବ୍ୟତୀତ ଜୀଶାନ ଆୟୁବ, ସୁନୀଲ ଗ୍ରୋଭର, ତିଗ୍‌ମାଂଉ ଧୁଲିଆଙ୍କ ଭଳି ବଡ଼ ବଡ଼ ଅଭିନେତା ଏଥିରେ ନଜର ଆସିଛନ୍ତି। ତେବେ ୱେବ୍‌ ସିରିଜର ଯେଉଁ ଦୃଶ୍ୟକୁ ନେଇ ବିବାଦ ଉପୁଜିଛି ତାହା ହେଉଛି, ପ୍ରଥମ ଏପିସୋଡ୍‌ରେ ଜୀଶାନ ଭଗବାନ ଶିବଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବାବେଳେ କିଛି ସଂଳାପ କହୁଛନ୍ତି, ଯେଉଁଥିରେ ସେ କେତେକ ଅପଶବ୍ଦ ବ୍ୟବହାର କରିଛନ୍ତି। ଏହା ଦ୍ବାରା ୱେବସିରିଜରେ ଭଗବାନ ଶିବ ଏବଂ ନାରଦ ମୁନିଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories