www.samajalive.in
Saturday, December 6, 2025
26.1 C
Bhubaneswar

ଖଣ୍ଡହତାରେ କୃଷକ ସମାବେଶ 

ହରଭଙ୍ଗା: ଭାରତୀୟ କିଷାନସଂଘ ବୌଦ୍ଧଶାଖା ପକ୍ଷରୁ ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତ ଖଣ୍ଡହତା ବାବା ମଠରେ ବୁଧୁବାର କିଷାନ ସଂଘ ସଭାପତି ସୂର୍ଯ୍ୟନାରାୟଣ ମହାପାତ୍ର ଏବଂ ଚାଷୀ ନେତା ଇଂ ବିକାଶ ମହାକୁଳଙ୍କ ନେତୃତ୍ୱରେ ଏକ ବିଶାଳ କୃଷକ ସମାବେଶ ଅନୁଷ୍ଠିତ ହୋଇଥିଲା। ଚାଷୀଙ୍କ ବିଭିନ୍ନ ସମସ୍ୟା ଉପରେ ପଙ୍ଖାନୁପଙ୍ଖ ଆଲୋଚନା ହୋଇଥିଲା। ବିଶେଷକରି ଗତ ୨୦୧୯ରେ ଘଟିଥିବା ପାଥେଇ ବାତ୍ୟା ବିପର୍ଯ୍ୟୟ କ୍ଷୟକ୍ଷତି ଟଙ୍କା ଧଳପୁର ରାଜସ୍ୱ ନିରୀକ୍ଷକଙ୍କ ଖାମଖିଆଲ ମନୋବୃତି ଯୋଗୁଁ ଚାଷୀ ସହାୟତାରୁ ବଞ୍ଚିତ ହେବା ନେଇ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା। ଗତ ୨୦୧୫ରୁ ଚାଷୀ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କମ୍ପାନୀକୁ ପ୍ରିମିୟମ ବାବଦକୁ କୋଟି କୋଟି ଟଙ୍କା ପ୍ରଦାନ କରୁଥିଲେ ସୁଦ୍ଧା ବୀମା ପାଇବାରୁ ଚାଷୀ ବଞ୍ଚିତ ହେବାକୁ ନେଇ ଆନ୍ଦୋଳାତ୍ମକ ପନ୍ଥା ଅନୁସରଣ ପାଇଁ ନିଷ୍ପତି ନିଆଯାଇଥିଲା। ଧଳପୁର, ରାମଗଡ ଏବଂ ସାମ୍ପୋଚଠାରେ ପ୍ରସ୍ତାବିତ ତିନୋଟି ବୃହତ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟ ଶୀତଳଭଣ୍ଡାରରେ ପଡ଼ିରହିଥିବାରୁ ଚାଷୀ ପାଣି ଅଭାବରୁ ମରୁଡିର ସମ୍ମୁଖୀନ ହେଉଛି। ଏଣୁ ତୁରନ୍ତ ଏହାକୁ କାର୍ଯ୍ୟକାରୀ ପାଇଁ ଦାବି କରାଯାଇଥିଲା। ଅଞ୍ଚଳରେ ଦୂଷିତ ପାଣି ପିଇ ୨୦୫ଜଣ ଲୋକ କିଡନୀ ରୋଗରେ ମୃତ୍ୟୁବରଣ କରିଥିବାବେଳେ ଆହୁରି ୨୫୪ଜଣ ଲୋକ ଏହି ମହାମାରୀ ରୋଗରେ ପିଡୀତ ହୋଇ ଜୀବନସହ ସଂଗ୍ରାମ ଚଳାଇଛନ୍ତି। ଏହା ସତ୍ୱେ ସରକାର ଓ ପ୍ରଶାସନର ବିଶୁଦ୍ଧ ପିଇବା ପାଣି ଯୋଗାଇବା ଭଳି ଫମ୍ପା ପ୍ରତିଶ୍ରୁତିକୁ ନିନ୍ଦା କରାଯିବା ସହ ତୁରନ୍ତ ବିଶୁଦ୍ଧ ପାଣି ଯୋଗାଇବାକୁ ପ୍ରସ୍ତାବ ପାରିତ ହୋଇଥିଲା। ଧାନ ମଣ୍ଡିରେ ଚାଲିଥିବା ଅବ୍ୟବସ୍ଥା ଯୋଗୁଁ ଚାଷୀ ଧାନବିକ୍ରି ପାଇଁ ଅତ୍ୟାଚାରିତ ଏବଂ ଶୋଷିତ ହେଉଛି। କଟନୀ ଛଟନୀ ବ୍ୟବସ୍ଥା ଉଛେଦ ସତ୍ୱେ ଚାଷୀର ଧାନରୁ ୩ରୁ ୪କେଜି କଟନୀ କରାଯାଉଥିବା ବେଳେ ଖାଲି ବସ୍ତା ମଧ୍ୟ ଫେରା ଯାଉନାହିଁ। ମଣ୍ଡି ଭିତିଭୂମି ଉନ୍ନତିକରଣ ପାଇଁ ଆର.ଏମ.ସି ପାଖରେ ୧୭କୋଟି ଟଙ୍କା ପଡ଼ିରହିଥିଲେ ମଧ୍ୟ ମଣ୍ଡିର ସାମାନ୍ୟତମ ବ୍ୟବସ୍ଥା କରାଯାଉନାହିଁ। ଯାହାଫଳରେ ଚାଷୀ ଧାନ ବିକ୍ରି ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛି।୧୫ରୁ୨୦ଦିନ ପର୍ଯ୍ୟନ୍ତ ମିର୍ଲ୍ଲସ ଧାନ ଉଠାଉ ନ ଥିବାରୁ। ମିର୍ଲ୍ଲସ , ପ୍ୟାକ୍ସ ଅଧିକାରୀ ଏବଂ ପ୍ରଶାସନର ମଧୁଚନ୍ଦ୍ରିକାରେ ମଣ୍ଡି ଚାଲିଥିବା ନେଇ ବୈଠକରେ ମଧ୍ୟ ଆଲୋଚନା ହୋଇଥିଲା। ଉପରୋକ୍ତ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଚାଷୀ ରାଜରାସ୍ତାକୁ ଓହ୍ଲେଇବାପାଇଁ ସମବେତ ଚାଷୀ ଶପଥ ନେଇଥିବା ଜଣାପଡ଼ିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories