www.samajalive.in
Saturday, December 6, 2025
26.1 C
Bhubaneswar

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା; ଫେବୃୟାରୀ ୫ରୁ ପ୍ରଥମ ମ୍ୟାଚ୍‌

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜକୁ ଟିମ୍‌ ଇଣ୍ଡିଆ କବ୍‌ଜା କରିବା ପରେ ବିସିସିଆଇ ବର୍ତ୍ତମାନ ଇଂଲଣ୍ଡ ସହିତ ଆଗାମୀ ଟେଷ୍ଟ ଶୃଙ୍ଖଳାର ପ୍ରସ୍ତୁତି ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ବିସିସିଆଇର ନୂଆ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ୨ଟି ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆର ୧୮ ସଦସ୍ୟଙ୍କୁ ଚୟନ କରାଯାଇଛି।

ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଅଧିନାୟକ ବିରାଟ କୋହଲି, ଇଶାନ୍ତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଛନ୍ତି। ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ତେବେ ଅଷ୍ଟ୍ରେଲିଆ ବିପକ୍ଷେରେ ଟେଷ୍ଟରେ ପଦାର୍ପଣ କରିଥିବା ଟି. ନଟରାଜନଙ୍କୁ ଦଳରୁ ବାଦ୍‌ ଦିଆଯାଇଛି।

- Advertisement -


ମୁଖ୍ୟ ଟିମ୍‌ ବ୍ୟତୀତ ଅନ୍ୟ ୪ ଖେଳାଳି କେ.ଏସ. ଭରତ (ଉଇକେଟ୍‌ ରକ୍ଷକ), ଅଭିମନ୍ୟୁ ଇଶ୍ଵରନ୍‌, ଶାହବାଜ ନଦୀମ ଏବଂ ରାହୁଲ ଚହରଙ୍କୁ ଷ୍ଟାଣ୍ଡବାଇ ରୂପେ ସାମିଲ କରାଯାଇଛି। କୌଣସି ଖେଳାଳି ଆହତ ହେଲେ ଏମାନଙ୍କୁ ଟିମ୍‌ରେ ସାମିଲ କରାଯିବ। ଏମାନଙ୍କ ବ୍ୟତୀତ ନେଟ୍‌ ବୋଲର ରୂପେ ଅଙ୍କିତ ରାଜପୁତ, ଆଭେଶ ଖାନ, ସନ୍ଦୀପ ୱାରିୟର, କୃଷ୍ଣାପା ଗୌତମ ଏବଂ ସୌରଭ କୁମାରଙ୍କୁ ସାମିଲ କରାଯାଇଛି।

ମଙ୍ଗଳବାର ଅନୁଷ୍ଠିତ ବୈଠକରେ ଚେତନ ଶର୍ମାଙ୍କ ସମେତ ବିରାଟ କୋହଲି ଏବଂ ଅନ୍ର ୪ ଜଣ ଚୟନକର୍ତ୍ତା ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଆଗାମୀ ଫେବୃୟାରୀରେ ଇଂଲଣ୍ଡ ଟିମ୍‌ ଭାରତ ଗସ୍ତରେ ଆସିବ। ଏଠାରେ ଦୁଇ ଦଳ ମଧ୍ୟରେ ୪ଟି ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହେବ। ଫେବୃୟାରୀ ୫ରୁ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳାଯିବ।

ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଘୋଷିତ ଭାରତୀୟ ଦଳ

ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ଚେତେଶ୍ଵର ପୂଜାରା, ଶୁଭମନ ଗିଲ୍‌, ମୟଙ୍କ ଅଗ୍ରୱାଲ, ଋଷଭ ପନ୍ତ, ରିଦ୍ଧିମାନ ଶାହା, ହାର୍ଦ୍ଦିକ ପାଣ୍ଡ୍ୟା, କେ.ଏଲ. ରାହୁଲ, ଆର. ଅଶ୍ଵିନ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଅକ୍ଷର ପଟେଲ, ଯଶ୍‌ପ୍ରୀତ ବୁମ୍‌ରା, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁର।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories