www.samajalive.in
Saturday, December 6, 2025
26.1 C
Bhubaneswar

କୁମ୍ଭୀଧର ପର୍ଯ୍ୟଟନ ସ୍ଥଳ ବିକାଶ ପାଇଁ ଅଣ୍ଟା ଭିଡିଲା ପ୍ରଶାସନ

ହରଭଙ୍ଗା : ବିଶ୍ୱପର୍ଯ୍ୟଟନ ଦିବସରେ ଜିଲ୍ଲାର ୧୮ଟି ପର୍ଯ୍ୟଟନସ୍ଥଳୀକୁ ଅକ୍ସି ଟୁରିଜିମ ମାନ୍ୟତା ପାଇଁ ବୌଦ୍ଧ ଜିଲ୍ଲାପ୍ରଶାସନ ଅଣ୍ଟା ଭିଡିଛି। ପ୍ରତ୍ୟେକ ପର୍ଯ୍ୟଟନସ୍ଥଳୀର ବିକାଶ ଦିଗରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶରେ ବିକାଶ କାର୍ଯ୍ୟପନ୍ଥା ହାତକୁ ନିଆଯାଉଛି। ଗତ ୧୪ତାରିଖ ପାତାଳି ଶ୍ରୀକ୍ଷେତ୍ର ନାଏକ ପଡାଗୁମ୍ଫାର ବିକାଶ ପାଇଁ ଭୂମିପୂଜନ ସରିବାର ୫ ଦିନ ପରେ ହରଭଙ୍ଗା ବ୍ଲକ ଆଡେଣିଗଡ ପଂଚାୟତର କୁମ୍ଭୀଧର ପର୍ଯ୍ୟଟନସ୍ଥଳ ବିକାଶ ପାଇଁ ସୋମବାର ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର,ଅତିରିକ୍ତ ତହସିଲଦାର ହରିଓମ ଭୋଇ,ସହକାରୀଯନ୍ତ୍ରୀ ଅର୍ଜ୍ଜୁନ ଗଡନାୟକ,କନିଷ୍ଠ ଯନ୍ତ୍ରୀ ମଦୁସୂଦନ ଦୋରା ପ୍ରମୁଖ ଘଟଣାସ୍ଥଲରେ ପଂହଚି ଏହାର ବିକାଶ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିଥିବା ଜଣାପଡିଛି। ପ୍ରାଥମିକତା ଦୃଷ୍ଟିକୋଣରୁ ପାହାଚନିର୍ମାଣ ସହିତ ଦୁଇ ପାଶ୍ୱର୍ରେ ଷ୍ଟିଲ ର୍ୟାଲିଂ ,ସୋଲାର ଲାଇଟ ବ୍ୟବସ୍ଥା, ଭୋଜି ପାଇଁ ଖୋଲାପିଣ୍ଡି ,ସାଇନବୋର୍ଡ ଇତ୍ୟାଦି ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories