www.samajalive.in
Friday, December 5, 2025
17.1 C
Bhubaneswar

ନଟରାଜନଙ୍କ ବିରୋଧରେ ସ୍ପଟ୍‌ ଫିକ୍ସିଂ ଅଭିଯୋଗ ଆଣିଲେ ଶେନ୍‌ ୱାର୍ନ

ବ୍ରିସବେନ୍‌: ଅଷ୍ଟ୍ରେଲିଆର ପୂର୍ବତନ ଲେଗ୍‌ ସ୍ପିନର ଶେନ୍‌ ୱାର୍ନ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଟି. ନଟରାଜନଙ୍କ ବିରୋଧରେ ସ୍ପଟ୍‌ ଫିକ୍ସିଂ ଅଭିଯୋଗ ଆଣିଛନ୍ତି। ଏକ ଅଷ୍ଟ୍ରେଲୀୟ ଚ୍ୟାନେଲରେ କମେଣ୍ଟ୍ରି କରିବା ସମୟରେ ଶେନ୍‌ ୱାର୍ନ ଇସାରା ଇସାରାରେ ଏଭଳି ଅଭିଯୋଗ କରିଛନ୍ତି।

ଶେନ୍‌ ୱାର୍ନ କହିଛନ୍ତି, ଟି. ନଟରାଜନଙ୍କ ବୋଲିଂ ସମୟରେ ମୋତେ କିଛି ଭିନ୍ନ କଥା ଦେଖିବାକୁ ମିଳିଛି। ନଟରାଜନ ୭ଟି ନୋ ବଲ୍‌ ପକାଇଛନ୍ତି ଏବଂ ଏସବୁ ଅତ୍ୟନ୍ତ ବଡ଼ ନୋ ବଲ୍‌। ସେଥିରୁ ୫ଟି ନୋ ବଲ୍‌ ପ୍ରଥମ ବଲରୁ ଆସିଛି। ତାଙ୍କ ଗୋଡ଼ କ୍ରିଜରୁ ବହୁତ ବାହାରକୁ ଯାଇଥିବା ଦେଖିବାକୁ ମିଳିଛି। ଆମେ ସମେସ୍ତ ନୋ ବଲ୍‌ ପକାଇଛୁ। କିନ୍ତୁ ପ୍ରଥମ ବଲରେ ୫ଟି ନୋ ବଲ୍‌ ପକାଇବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।

- Advertisement -


ସୂଚନାଯୋଗ୍ୟ, ବ୍ରିସବେନ୍‌ରେ ଟେଷ୍ଟରେ ନିଜର ପଦାର୍ପଣ କରିଥିବା ନଟରାଜନ ପ୍ରଥମ ଇନିଂସରେ ୩ଟି ଉଇକେଟ ଅକ୍ତିଆର କରିଥିଲେ। ଏହା ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଅନ୍ତିମ ତଥା ୪ର୍ଥ ମ୍ୟାଚ। ସୋମବାର ୪ର୍ଥ ଦିନ ଖେଳ ବର୍ଷା ଯୋଗୁ ଶୀଘ୍ର ଶେଷ ହୋଇଯାଇଥିଲା। ଘରୋଇ ଦଳ ଅଷ୍ଟ୍ରେଲିଆ ୨ୟ ପାଳିରେ  ୨୯୪ ରନ୍ କରି ଭାରତ ପାଇଁ ୩୨୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories