www.samajalive.in
Sunday, December 7, 2025
14.1 C
Bhubaneswar

ଦିନ ଦ୍ବିପ୍ରହରରେ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ ; ଲୁଟି ନେଲେ ୪ ଲକ୍ଷ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟର ଜଣେ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ତାଙ୍କଠାରୁ ୪ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି। ମୋଟର ସାଇକେଲରେ ଚଚା ଗାଁ’ରୁ ମକା ବ୍ୟବସାୟୀ ରାଜେନ୍ଦ୍ର ସିଂ ଯାଦବ ଝରିଗାଁ’ର କଙ୍ଗୋରା ହାଟକୁ ଯିବା ସମୟରେ ୩ ଦୁର୍ବୃତ୍ତ ଚକଲା ପଦର ଘାଟି ଠାରେ ଦିନ ୧୧ ଘଣ୍ଟା ସମୟରେ ପ୍ରଥମେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ପରେ ତାଙ୍କ ଠାରୁ ୪ ଲକ୍ଷ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ। ବ୍ୟବସାୟୀଙ୍କ କହିବା ଅନୁଯାୟୀ ମୁହଁରେ କପଡା ବାନ୍ଧି ଆସିଥିବା ଦୁର୍ବୃତ୍ତମାନେ ପ୍ରଥମେ ବ୍ୟବସାୟୀଙ୍କୁ ଅଟକାଇ ଖଣ୍ଡା ସାହାଯ୍ୟ ଆକ୍ରମଣ କରି ବ୍ୟାଗରେ ଥିବା ଟଙ୍କା ଲୁଟି ନେଇଯାଇଥିଲେ । ଏନେଇ ସେ ଝରିଗାଁ ଥାନାରେ ଅଭିଯୋଗ କରିଥିଲେ। ଝରିଗାଁ ଥାନା ଅଧିକାରୀ ଉମେଶ ସାହୁ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବା ସହ ଅନୁଧ୍ୟାନ କରୁଥିବା କହିଛନ୍ତି। ଏପଟେ ଗୁରୁତର ଅବସ୍ଥାରେ ବ୍ୟବସାୟୀଙ୍କୁ ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories