www.samajalive.in
Monday, December 8, 2025
14.1 C
Bhubaneswar

ଓଡିଶାବାସୀ ହୃଦୟରେ ପ୍ରଧାନମନ୍ତ୍ରୀ ଶୀର୍ଷରେ; ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲା ବିଜେପି

 ଓଡିଶାର ୯୧ ପ୍ରତିଶତ ଜନତା ମୋଦି ସରକାରଙ୍କ କାମରେ ଖୁସି ଅଛନ୍ତି
 ବିକାଶରେ ପ୍ରଧାନମନ୍ତ୍ରୀଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଶଂସା କଲା ବିଜେପି
 ମୋଦିଙ୍କ ପୂର୍ବ ଭାରତର ବିକାଶର ରୋଡମ୍ୟାପ କେନ୍ଦ୍ରରେ ଓଡିଶା ରହିଛି
 ଓଡିଆଙ୍କ ବିକାଶ, ଦୁର୍ବିପାକ ମୁକାବିଲାରେ ମୋଦିଙ୍କ ଅବଦାନ ଅତୁଳନୀୟ
 କରୋନା ମୁକାବିଲା ପାଇଁ ଓଡିଶାକୁ ମୋଦି  ସହାୟତାର ହାତ ବଢାଇଥିଲେ

ଭୁବନେଶ୍ୱର: ଏବିପି-ସିଭୋଟର ପକ୍ଷରୁ ହୋଇଥିବା ଜନମତ ସର୍ଭେରୁ ଜଣାପଡିଛି ଯେ, ସାରା ଦେଶର ଜନତା ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କୁ ଅଧିକ ପସନ୍ଦ କରୁଛନ୍ତି। ପ୍ରଧାନମନ୍ତ୍ରୀ ପଦ ପାଇଁ କିଏ ଶ୍ରେଷ୍ଠ ପ୍ରଶ୍ନରେ ଦେଶର ୬୦ ପ୍ରତିଶତ ଜନତା ମୋଦିଜୀଙ୍କୁ ପସନ୍ଦ କରିଛନ୍ତି। ସେହିପରି ଓଡିଶାର ୯୧ ପ୍ରତିଶତ ଜନତା ମୋଦି ସରକାରଙ୍କ କାମରେ ଖୁସି ଅଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ତାଙ୍କ କାର୍ଯ୍ୟଧାରାକୁ ରାଜ୍ୟବାସୀ ହୃଦୟର ସହ ପସନ୍ଦ କରିଥିବାରୁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ୟ ବିଜେପି। ଆଜି ରାଜ୍ୟକାର୍ଯ୍ୟାଳୟରେ ବିଜେପିର କାର୍ଯ୍ୟକର୍ତାମାନେ ଏକାଠି ହୋଇ ପରସ୍ପରକୁ ମିଠା ଖୁଆଇ ଓଡିଶାର ବିକାଶରେ ପ୍ରଧାନମନ୍ତ୍ରୀଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମୋଦିଙ୍କ ଫୋକସରେ ପୂର୍ବ ଭାରତର ବିକାଶ ଏବଂ ପୂର୍ବ ଭାରତର ବିକାଶର ରୋଡମ୍ୟାପ କେନ୍ଦ୍ରରେ ଓଡିଶା ରହିଛି। ଓଡିଆଙ୍କ ବିକାଶ, ସମ୍ମାନ, ଦୁର୍ବିପାକ ମୁକାବିଲାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ। ଫନି ମହାବାତ୍ୟା ଆସିବା ପୂର୍ବରୁ ବାତ୍ୟା ମୁକାବିଲା ପାଇଁ ଓଡିଶାକୁ ମୋଦି ସରକାର ଅଗ୍ରୀମ ଆକାରରେ ୩୪୧ କୋଟି ଟଙ୍କା ଦେଇଥିଲେ। ଫନି ବାତ୍ୟାରେ ମୋଟ ଓଡିଶାକୁ ମୋଦି ସରକାର ୪୬୭୯ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସମାନ ଢଙ୍ଗରେ ଅମ୍ଫାନ ବାତ୍ୟାରେ ଓଡିଶାରେ ଯେଉଁ କ୍ଷତି ହୋଇଛି ସେଥିପାଇଁ ନରେନ୍ଦ୍ର ମୋଦି ନିଜେ କ୍ଷତିଗ୍ରସ୍ତ ଅଂଚଳ ବୁଲିବା ସହିତ ୫୦୦ କୋଟି ଟଙ୍କାର ପ୍ୟାକେଜ ଓଡିଶାକୁ ଦେଇଥିଲେ। ଓଡିଶାକୁ ରେଳ ଅନୁଦାନ କେବେ ବାର୍ଷିକ ୧୦୦୦ କୋଟି ଛୁଇଁ ନଥିବା ବେଳେ ଓଡିଶାକୁ ବର୍ଷ ୨୦୨୦-୨୧ ରେଳ ବଜେଟରେ ଓଡିଶାକୁ ମିଳିଛି ୫୨୯୬ କୋଟି ଟଙ୍କା। ମୋଦି ସରକାରଙ୍କ ୬ ବର୍ଷରେ ଓଡିଶା ରେଳ ବିକାଶ ପାଇଁ ପାଇଛି ୩୧,୪୪୪ କୋଟି ଅର୍ଥ ପ୍ରଦାନ କରାଯାଇଛି।
କରୋନା ମୁକାବିଲା ପାଇଁ ଓଡିଶାକୁ ମୋଦି ସରକାର ସହାୟତାର ହାତ ବଢାଇଥିଲେ। ଲକଡାଉନ ବେଳେ ମୋଦି ସରକାର ପିଏମ ଗରିବ କଲ୍ୟାଣ ଯୋଜନାରେ ଓଡିଶାର ୩.୨୪ କୋଟି ହିତାଧିକାରିଙ୍କୁ ମାସିକ ୫ କିଲୋ ହିସାବରେ ୩ ମାସ ପାଇଁ ଆଗୁଆ ଚାଉଳ ଦେଇଥିଲେ। କେନ୍ଦ୍ର ସରକାର ଏ ବାବଦରେ ୧୪୬୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଓଡିଶାର ୯୩ ଲକ୍ଷ ପରିବାରଙ୍କୁ ମାସକୁ ୧ କିଲୋ ଡାଲି ହିସାବରେ ୩ ମାସ ପାଇଁ ଡାଲି ବାବଦରେ ମୋଦି ସରକାର ୨୭୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ପ୍ୟାକେଜ ଘୋଷଣା କରିଛନ୍ତି। ଏହି ଯୋଜନାରେ ଓଡିଶାବାସୀ ଅଧିକ ଲାଭାନ୍ୱିତ ହୋଇଛି। କୃଷି କ୍ଷେତ୍ର ପାଇଁ କେନ୍ଦ୍ର ସରକାର ୧ ଲକ୍ଷ କୋଟି କୃଷି ଭିତିଭୂମି ପାଣ୍ଠି, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ୨୦ ହଜାର କୋଟିର ସହାୟତା, ଦୁଗ୍ଧ ଶିଳ୍ପର ବିକାଶ ପାଇଁ ୧୫ ହଜାର କୋଟି, ଲଘୁ ଖାଦ୍ୟ ଉଦ୍ୟୋଗ ପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଛ୍ନତି। ଏହା ସମଗ୍ର ଦେଶ ସହିତ ଓଡିଆ ଚାଷୀଙ୍କର ମେରୁଦଣ୍ଡକୁ ମଜବୁତ୍‍ କରିଛି। ଆଗାମୀ ଦିନରେ ମୋଦି ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ ଶାସନକୁ ଆଧାର କରି ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ବିଜେପି ନେତୃବୃନ୍ଦ କହିଛନ୍ତି।
ଏହି ଅବସରରେ ପୂର୍ବତନ ମନ୍ତ୍ରୀ  ସୁରମା ପାଢୀ, ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଡ. ଯତୀନ ମହାନ୍ତି, ଠାକୁର ରଂଜିତ ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories