www.samajalive.in
Sunday, December 14, 2025
15.1 C
Bhubaneswar

କଂଗ୍ରେସକୁ ଭରସା କରନାହିଁ, ଯେତେବେଳେ ଟିକା ମିଳୁଛି ନେଇଯାଅ: ଶାହ

କଂଗ୍ରେସ ଉପରେ ଭରସା କରନାହିଁ। ଯେତେବେଳେ ଟିକା ମିଳୁଛି, ସେତେବେଳେ ନେଇଯାଅ ବୋଲି ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କର୍ନାଟକର ବଗଲକୋଟରେ ରବିବାର ଏକ କାର୍ଯ୍ୟକ୍ରମରେ  ଉଦବୋଧନ ଦେଇ ଶାହ କଂଗ୍ରେସକୁ ଟାର୍ଗେଟ କରି ଏପରି କହିଛନ୍ତି।

ଶାହ କହିଥିଲେ, କଂଗ୍ରେସ ନେତାମାନେ କରୋନା ଟିକା ଉପରେ ପ୍ରଶ୍ନ ଉଠାଉଛନ୍ତି। ମୁଁ ଜାଣିଛି, ସେମାନେ ବିରୋଧ କରିବା ଛଡ଼ା ଆଉ କିଛି କରିପାରିବେ ନାହିଁ। କିନ୍ତୁ ଯେଉଁମାନେ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ନ ଅଟକାନ୍ତୁ। ମୁଁ ଆପଣମାନଙ୍କୁ ଭରସା ଦେଉଛି, ଭାରତରେ ବିକଶିତ ଦୁଇଟି ଯାକ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ।

- Advertisement -

ଏହା ସହ ଶାହ ଆହୁରି କହିଥିଲେ, ମୁଁ କଂଗ୍ରେସ ନେତାମାନଙ୍କୁ ପଚାରିବାକୁ ଚାହୁଁଛି, ଆପଣ ଦେଶରେ ୪ ପିଢ଼ି ଯାଏ ଶାସନ କଲେ। ଗରିବ ମହିଳାଙ୍କ ଘରକୁ ରନ୍ଧନ ଗ୍ୟାସ କାହିଁକି ଦେଲ ନାହିଁ ? ଗରିବଙ୍କ ପାଇଁ ଶୌଚାଳୟ, ବିଦ୍ୟୁତ, ଘର, ଆୟୁଷ୍ମାନ ଭାରତ ଯୋଜନା କାହିଁକି ନ ଥିଲା ? କାରଣ ସେମାନେ ଗରିବୀକୁ ଦୂର କରିବାକୁ ଚାହୁଁ ନ ଥିଲେ।

ବାଣିଜ୍ୟ ଉପରେ ଶାହ କହିଥିଲେ, ପ୍ରଥମେ ଆମେ ଚୀନଠାରୁ ଖେଳଣା କିଣୁଥିଲୁ। କିନ୍ତୁ ଏବେ ଦେଶର ପ୍ରଥମ ଖେଳଣା ନିର୍ମାଣ କ୍ଲଷ୍ଟର କୋପ୍ପଲରେ ନିର୍ମାଣ ହେଉଛି। ଆପଣମାନେ ଗର୍ବ କରିବା ଉଚିତ ଯେ, ଭାରତ ବ୍ୟାପୀ ପିଲାମାନେ କୋପ୍ପଲ ଖେଳଣା ସହିତ ଖେଳିବେ ଏବଂ ଆମକୁ ଚୀନରୁ ଆମଦାନୀ କରିବାକୁ ପଡ଼ିବ ନାହିଁ।

ଏହି ସମୟରେ ଶାହ ସୋନିଆ ଗାନ୍ଧୀ ଏବଂ ମନମୋହନ ସରକାରକୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ମୁଁ ସେମାନଙ୍କୁ ପଚାରିବାକୁ ଚାହୁଁଛି ଯେ, ଆପଣମାନେ ୧୦ ବର୍ଷର ଶାସନ କାଳରେ କର୍ନାଟକକୁ କ’ଣ ଦେଇଛନ୍ତି ? ୧୩ଶ ଅର୍ଥ କମିଶନ ଅଧୀନରେ ରାଜ୍ୟକୁ କେତେ ଟଙ୍କା ଦିଆଯାଇଛି ? ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଶାହ ନିଜ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, କଂଗ୍ରେସ ୧୩ଶ ଅର୍ଥ କମିଶନ ଅଧୀନରେ ରାଜ୍ୟକୁ ୮୮ ହଜାର ୫୮୩ କୋଟି ଟଙ୍କା ଦେଇଛି ଏବଂ ୧୪ଶ ଅର୍ଥ କମିଶନ ଅଧୀନରେ ବିଜେପି ସରକାର ରାଜ୍ୟର ବିକାଶ ପାଇଁ ୨ ଲକ୍ଷ ୧୯ ହଜାର ୫୦୬ କୋଟି ଟଙ୍କା ଦେଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories