www.samajalive.in
Friday, December 5, 2025
26.1 C
Bhubaneswar

ତାଲାପଦର ବିଜୁ ସେତୁ ଭୁଶୁଡିବା ଘଟଣା ; ଫେରାର ଥିବା ଏସଡିଓ ଗିରଫ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତାଲାପଦର ଗ୍ରାମର ବିଜୁ ସେତୁ ଭୁଶୁଡିବା ଘଟଣାରେ ଆଜି ନବରଙ୍ଗପୁର ପୁଲିସ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡ଼ିଓ ଅସିତ ପାତ୍ରଙ୍କୁ ଗିରଫ କରିଛି । ସୂଚନା ଯୋଗ୍ୟ ଯେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡକୁମାରୀ ପଞ୍ଚାୟତର ତାଲାପଦର ଗ୍ରାମରେ ରହିଥିବା ନାଗି ନଦୀ ଉପରେ ବିଜୁ ସେତୁ ଯୋଜନାରେ ଏକ ପୋଲ ନିର୍ମାଣ ଚାଲୁଥିଲା । ଗତ ୧୦ ତାରିଖରେ ପୋଲର ତୃତୀୟ ପର୍ଯ୍ୟାୟର ୩ ଫୁଟର ଏକ କଙ୍କ୍ରିଟ ପଡୁଥିବା ସମୟରେ ଶେଷ ପର୍ଯ୍ୟାୟରେ ପୋଲଟି ନିର୍ମାଣାଧୀନ ଅବସ୍ଥାରେ ଭୁସୁଡି ପଡିଥିଲା । ପୋଲ କାମ ଚାଲୁଥିବା ସମୟରେ ପୋଲ ଉପରେ ୧୪ ଜଣ ଶ୍ରମିକ ଏବଂ ଜଣେ ବିଭାଗୀୟ ୪ର୍ଥ ଶ୍ରେଣୀ କର୍ମଚାରୀ ଉପସ୍ଥିତ ରହିଥିଲେ । ପୋଲଟି ହଠାତ ଭୁଷୁଡି ପଡିବା ଫଳରେ ସମସ୍ତେ ସେହି ଭଗ୍ନବିଶେଷ ଭିତରେ ଚାପି ହୋଇଯାଇଥିଲେ । ଯାହା ଫଳରେ ୬ ଜଣ ଆହତ ହୋଇଥିଲେ ସେଥିମଧ୍ୟରୁ ୩ ଜଣ ଗୁରୁତର ଆହତ ହୋଇଥିଲେ ଏବଂ ତା’ରି ଭିତରେ ଜଣେ ବିଭାଗୀୟ କର୍ମଚାରୀ ଥିଲେ ତଳେ ପଡି ଚାପି ହୋଇଯିବା ଫଳରେ ଆହତ ଅବସ୍ଥାରେ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ମୃତକ ବିଭାଗୀୟ ୪ର୍ଥ  ଶ୍ରେଣୀ କର୍ମଚାରୀ ହେଲେ ରାଇଘର ବ୍ଲକର ମହେନ୍ଦ୍ର ମାଳୀ । ପରବର୍ତ୍ତୀ ସମୟରେ ଉନ୍ନୟନ କମିଶନଙ୍କ ନିର୍ଦ୍ଧେଶ କ୍ରମେ ନବରଙ୍ଗପୁର ପ୍ରଶାସନ ପକ୍ଷରୁ ଉମରକୋଟ ଥାନାରେ ସମ୍ପୃକ୍ତ ଠିକାଦାର, ଏସଡ଼ିଓ ଏବଂ ଜେଇଙ୍କ ନାମରେ ଏକ ଏତଲା ଦାୟର କରଯାଇଥିଲା । ଘଟଣା ଘଟିବା ପରଠାରୁ ଏହି ୩ଜଣ ଅଭିଯୁକ୍ତ ଫେରାର ରହିଥିଲେ । ଉକ୍ତ ଏତଲା ଆଧାରରେ ନବରଙ୍ଗପୁର ଏସ୍‌ପି ପ୍ରହଲ୍ଲାଦ ସାହାଇ ମିନାଙ୍କ ତତ୍ବାବଧାନରେ ଏକ ଟାସ୍କ ଫୋର୍ସ ଟିମ ଗଠନ କରଯାଇଥିଲା । ଏହି ଟାସ୍କ ଫୋର୍ସ ଦ୍ଵାରା ଦୀର୍ଘ ୬ ଦିନ ପରେ ରାୟଗଡା ଜିଲ୍ଲା ଟିକିରିରେ ସମ୍ପୃକ୍ତ ଏସଡ଼ିଓଙ୍କ ଏକ ସମ୍ପର୍କୀୟଙ୍କ ଘରୁ ଉମରକୋଟ ଗ୍ରାମ ଉନ୍ନୟନ ବିଭାଗ ଏସଡ଼ିଓ ଅସିତ ପାତ୍ରଙ୍କୁ ଗିରଫ କରିଛି ନବରଙ୍ଗପୁର ପୁଲିସ । ସମ୍ପୃକ୍ତ ଏସଡ଼ିଓଙ୍କୁ ନବରଙ୍ଗପୁର ଅଣାଯାଇ ପଚରା ଉଚରା ସାରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories