www.samajalive.in
Saturday, December 6, 2025
16.1 C
Bhubaneswar

ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ନୂଆ ଏସ୍‌ଓପି, ଜାନୁଆରୀ ୨୧ରୁ ବିନା କୋଭିଡ୍‌ ରିପୋର୍ଟରେ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା

ପୁରୀ: ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ନୂଆ ଏସ୍‌ଓପି ଜାରି କରାଯାଇଛି। ଜାନୁଆରୀ ୨୧ରୁ ଶ୍ରୀମନ୍ଦିରରେ ବିନା କୋଭିଡ୍‌ ରିପୋର୍ଟରେ ସର୍ବସାଧାରଣଙ୍କ ପାଇଁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଯାଇଛି। ଏଣିକି କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବିନା ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ପ୍ରତିଦିନ ୩୦ହଜାର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ୩୦ହଜାରରୁ ଅଧିକ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆସିଲେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଶ୍ରଦ୍ଧାଳୁଙ୍କୁ କେବଳ ସିଂହଦ୍ବାର ବ୍ୟାରିକେଡ୍‌ ଦେଇ ଭିତରକୁ ଛଡ଼ାଯିବ ବୋଲି ପୁରୀ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ଆଜି ପୁରୀ ଜିଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ଓଡ଼ିଶା ସମେତ ସାରା ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଛି, କିନ୍ତୁ ଏହାର ସମ୍ପୂର୍ଣ୍ଣ ନିରାକରଣ ହୋଇପାରିନାହିଁ। ତେଣୁ ଶ୍ରୀମନ୍ଦିର ଦର୍ଶନ ପାଇଁ କୋଭିଡ୍‌ ନିୟମ ପାଳନ କରାଯିବ। ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ଥର୍ମାଲ୍‌ ସ୍କାନିଂ କରାଯିବ। ମାସ୍କ ଓ ସାନିଟାଇଜେସନ୍‌କୁ ଗୁରୁତ୍ଵ ଦିଆଯିବ। ତେବେ ଶ୍ରୀମନ୍ଦିର ସାନିଟାଇଜ୍‌ ପାଇଁ ପ୍ରତି ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ। ସକାଳ ୬ରୁ୭ ପର୍ଯ୍ୟନ୍ତ ପୁରୀବାସୀ ସେମାନଙ୍କ ପରିଚୟପତ୍ର ଦେଖାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସିଂହଦ୍ବାର ଦେଇ ପ୍ରବେଶ କରିପାରିବେ। ସକାଳ ୭ଟା ପରେ ସାଧାରଣ ଦର୍ଶନ ବ୍ୟବସ୍ଥା ରହିଛି। ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିଛି। ନିର୍ବିଘ୍ନରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାିଛି ବୋଲି ପୁରୀ ଜିଲାପାଳ ସମର୍ଥ ବର୍ମା ପ୍ରକାଶ କରିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories