www.samajalive.in
Saturday, December 6, 2025
15.1 C
Bhubaneswar

ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ ଶେଷ

ଭୁବନେଶ୍ବର : ଯୁକ୍ତ ୩ ଡିଗ୍ରୀ ଓ ସ୍ୱୟଂଶାସିତ କଲେଜ ଖାଲିଥିବା ସିଟ୍‍ ପୂରଣ ପାଇଁ  ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଜାରି ରହିଛି। ଛାତ୍ରଛାତ୍ରୀମାନେ  ଶୁକ୍ରବାର ସୁଦ୍ଧା  ଅଫ୍‍ଲାଇନ୍‍ରେ କମନ୍‍ ଆପ୍ଲିକେସନ ଫର୍ମ (ସିଏଏଫ୍‍)ରେ ଆବେଦନ କରିଛନ୍ତି।

ଆସନ୍ତା ୭ରେ କଲେଜ ନୋଟିସ୍‍ ବୋର୍ଡରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ କରାଯିବ। ୮ ଓ ୯ ତାରିଖରେ ନାମଲେଖା ହେବ। ଅଗଷ୍ଟ ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ତଥ୍ୟ କଲେଜଗୁଡ଼ିକ ଇ-ସ୍ପେସ୍‍ରେ ଅପ୍‍ଡେଟ୍‍ କରିବେ। ଯୁକ୍ତ ୨ ଇନ୍‍ଷ୍ଟାଣ୍ଡ ପରିକ୍ଷାରେ ପାସ୍‍ କରିଥିବା ଛାତ୍ରଛାତ୍ରୀଙ୍କ ସମେତ ପ୍ରଥମ ପର୍ଯ୍ୟାୟ ନାମଲେଖା ସମୟରେ ଆବେଦନ କରିପ।ରି ନଥିବା, ପ୍ରଥମ ପର୍ଯ୍ୟାୟରେ ଆବେଦନ କରି ସିଟ୍‍ ପାଇ ନଥିବା, ଚୟନ ହୋଇ ନାମଲେଖାଇ ପାରି ନଥିବା, ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଓ ଉପର କଲେଜକୁ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଏହି ପ୍ରକ୍ରିୟାରେ ଆବେଦନ କରିଛନ୍ତି।  ଅନର୍ସ ଓ ଜେନେରାଲରେ ଖାଲିଥିବା ସିଟ୍‍ ଅନୁଯାୟୀ ନାମଲେଖା ହେବ । ସୂଚନାଯୋଗ୍ୟ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ମଧ୍ୟ ୫୨ହଜାର ସିଟ୍‍ ଖାଲି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories