www.samajalive.in
Monday, December 8, 2025
16.1 C
Bhubaneswar

ସମ୍ବଲପୁରରେ ନକଲି ଡିଟରଜେଣ୍ଟ ସର୍ଫ ଗୋଦାମରେ ଚଢ଼ାଉ; ୨୮ ହଜାର ପ୍ୟାକେଟ ଜବତ, ଗୋଦାମ ମାଲିକ ଗିରଫ

ସମ୍ବଲପୁର: ବିଗତ ଦିନରେ କଟକ ସମେତ ଆଖପାଖ ଅଞ୍ଚଳରେ ଦୈନନ୍ଦିନ ବ୍ୟବହୃତ ଅନେକ ନକଲି ସାମଗ୍ରୀ କାରଖାନା ଠାବ ହୋଇଥିବା ବେଳେ ସମ୍ବଲପୁର ଠାରେ ମଧ୍ୟ ଶନିବାର ଏକ ନକଲି ଡିଟରଜେଣ୍ଟ ସର୍ଫ କାରଖାନା ଠାବ ହୋଇଛି। ସମ୍ବଲପୁରର ଦୁଇଟି ସ୍ଥାନ ଯଥା ବରେଇପାଲି ନୂଆପଡା ଓ କ୍ଷେତରାଜପୁର ଅଞ୍ଚଳରେ ଏକ ଗୋଦାମ ଏବଂ ଏକ ଦୋକାନରୁ ପୁଲିସ ଶନିବାର ସନ୍ଧ୍ୟା ସମୟରେ ଚଢ଼ଉ କରି ୨୩୯ଟି ବସ୍ତାରେ ପ୍ରାୟ ୨୮ ହଜାର ପ୍ୟାକେଟ ଓ ୫ ବସ୍ତାରେ ୬ ଶହଟି ନକଲି ସର୍ପ ଜବତ କରିଛି।

ବହୁ ଦିନରୁ ସମ୍ବଲପୁର ସହର ମଧ୍ୟରେ ହିନ୍ଦୁସ୍ଥାନ ଲିଭର କମ୍ପାନୀର ସର୍ପ ଏକ୍ସେଲ ବ୍ରାଣ୍ଡର ପ୍ୟାକିଂ କରି ନକଲି ସର୍ଫ ବିକ୍ରି କରାଯାଉଥିବାର ଅଭିଯୋଗ ହୋଇ ଆସୁଥିବାରୁ କମ୍ପାନୀ ପକ୍ଷରୁ ଏ ନେଇ ଅଇଁଠାପାଲି ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା। ଏ ସଂକ୍ରାନ୍ତରେ ହିନ୍ଦୁସ୍ଥାନ ଲିଭର କମ୍ପାନୀର ଲିଗାଲ ଆଟର୍ଣ୍ଣି ନୟନତାରା ଡେମୀ କହିଛନ୍ତି ଯେ କମ୍ପାନୀର ସର୍ଭେ ସମୟରେ ଏଠାରେ ନକଲି ସର୍ଫ ଥିବାର ସୂଚନା ମିଳିଥିଲା। ଏବେ ଜବତ କରାଯାଇଥିବା ସମସ୍ତ ପ୍ୟାକେଟ ଗୁଡିକର ଟେଷ୍ଟି କରାଯିବ ବୋଲି ନୟନତାରା କହିଛନ୍ତି। ଗୋଦାମରେ ଜବତ କରାଯାଇଥିବା ସର୍ଫ ଏକ୍ସସେଲ କମ୍ପାନୀର ୧୦ ଟଙ୍କିଆ ପ୍ୟାକେଟ ରହିଛି, ଯାହାକି ଗରିବ ଲୋକେ ସହଜରେ କିଣିପାରିବେ। ଏଣୁ ଅତିରିକ୍ତ ଏସପି ଅମରେଶ ପଣ୍ଡାଙ୍କ ନେତୃତ୍ୱରେ ଥାନାଧିକାରୀ ଯୋଗେଶ ପଣ୍ଡା ଓ ଦଳ ସହିତ ସନ୍ଧ୍ୟା ସମୟରେ ବରେଇପାଲି ନୂଆପଡା ସ୍ଥିତ ଗୋଦାମରେ ଅଚାନକ ପୁଲିସ ଟିମ ଗୋଦାମରେ ଚଢ଼ଉ କରିଥିଲା। ସେହି ସମୟରେ ସେଠାରୁ ୨୩୯ ବସ୍ତାରେ ୨୮୬୮୦ ଏବଂ ଖୋଲା ରଖାଯାଇଥିବା ୬୦୦ ପ୍ୟାକେଟ ନକଲି ସର୍ଫ ଏକ୍ସସେଲ ଡିଟରଜେଣ୍ଟ ଜବତ କରିଛି। ଏ ସଂକ୍ରାନ୍ତରେ ଅଇଁଠାପାଲି ଥାନାରେ ମାମଲା ନଂ ୩୧/୨୦୨୧ ରୁଜୁ କରାଯାଇ ଗୋଦାମ ମାଲିକ ଆଶିଷ ଅଗ୍ରୱାଲଙ୍କୁ ଗିରଫ କରାଯାଇଛି।

- Advertisement -

ସେହଭଳି କ୍ଷେତରାଜପୁର ଆଦର୍ଶ ଥାନା ଅଧିକାରିଣୀ ମମତା ନାୟକଙ୍କ ନେତୃତ୍ୱରେ ରେଳବାଇ ଲେଭଲ କ୍ରସିଂ ନିକଟରେ ଥିବା ଏକ ଦୋକାନରେ ଚଢ଼ଉ ସମୟରେ ୫ ବସ୍ତାରେ ଥିବା ୬୦୦ ପ୍ୟାକେଟ ନକଲି ସର୍ଫ ଜବତ କରାଯାଇଛି। ଏ ସର୍ମ୍ପକରେ କ୍ଷେତରାଜପୁର ଥାନାରେ ମାମଲା ନଂ ୧୦/୨୦୨୧ ରୁଜୁ କରାଯାଇ ଦୋକାନ ମାଲିକ ନରେଶ ଅଗ୍ରୱାଲଙ୍କୁ ଗିରଫ କରାଯାଇଛି। ଉଭୟ ସ୍ଥାନରେ ଚଢ଼ଉ ସମୟରେ ହିନ୍ଦୁସ୍ଥାନ ଲିଭର କମ୍ପାନୀର ଆଟର୍ଣ୍ଣି ନୟନତାରା ଡେମୀ ଓ ଅଧିକାରୀ ଯୋଶେଫ ସ୍ୱାମୀ ଉପସ୍ଥିତ ଥିଲେ। ଜବତ ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣାରେ ଆଉ କାହାର ହାତ ରହିଛି, କେଉଁ ଠାରୁ ମାଲ ଆସୁଥିଲା ଆଦି ବିଭିନ୍ନ ଦିଗକୁ ଧ୍ୟାନରେ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories